ଏମିତି ବାପା କାହାକୁ ନ ମିଳୁ; ୨ ଛୁଆଙ୍କୁ ବସ୍‌ଷ୍ଟାଣ୍ଡରେ ଛାଡ଼ି ହୋଇଗଲା ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

ଏମିତି ବାପା କାହାକୁ ନ ମିଳୁ; ୨ ଛୁଆଙ୍କୁ ବସ୍‌ଷ୍ଟାଣ୍ଡରେ ଛାଡ଼ି ହୋଇଗଲା ଫେରାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ ବର୍ଷ ତଳୁ ମା’ ପର କରି ଚାଲି ଯାଇଛି। ଭରସା କହିଲେ ଏକମାତ୍ର ବାପା। ହେଲେ ବାପା ବି ଶେଷରେ ଧୋକା ଦେଲା ।  ବସ୍‌ଷ୍ଟାଣ୍ଡରେ ୨ ନିଷ୍ପାପ ଶିଶୁଙ୍କୁ ଛାଡ଼ି ଫେରାର ହୋଇଗଲା ବାପା। ଦୀର୍ଘ ସମୟ ଧରି ବାପାଙ୍କୁ ନ ପାଇ କାନ୍ଦି କାନ୍ଦି ନୟାନ୍ତ ହୋଇଥିବା ୨ ଶିଶୁଙ୍କୁ  ଉଦ୍ଧାର କରିଛି ପୁଲିସ୍‌। ଏପରି ଲଜ୍ଜାଜନକ ଘଟଣା ଆଜି ଖୋଦ ରାଜଧାନୀର ଛାତି ଉପରେ ଘଟିଛି।  ୨ ଛୁଆଙ୍କ କରୁଣ ମୁହଁ ଦେଖି  ଏପରି ବାପା ଆଉ କାହାକୁ ନ ମିଳୁ ବୋଲି କହିଛନ୍ତି ଦେଖଣାହାରୀ।

ମିଳିଥିବା ସୂଚନା ମୁତାବକ ,  ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଆଜି ସକାଳେ ଅସହାୟ ଅବସ୍ଥାରେ ୨ ଭାଇଉଭଣୀ  ଉଦ୍ଧାର ହୋଇଛନ୍ତି ।  ଭଉଣୀର ବୟସ ୮ ବର୍ଷ ହୋଇଥିବା ବେଳେ ଭାଇର ବର୍ଷ ୫  । ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ବୋଲି ସୂଚନା ମିଳିଛି ।

ଭୁବନେଶ୍ୱରରେ ବଡ଼ ମା’ଙ୍କୁ ଦେଖା କରିବା ପାଇଁ ବାପାଙ୍କ ସହ ଆସିଥିଲେ । ମାତ୍ର  ବସ୍‌ଷ୍ଟାଣ୍ଡରେ ବସାଇଦେଇ ବାପା କୁଆଡେ ଚାଲିଗଲେ ଯେ ଆଉ ଫେରିଲେନି। ପାଖରେ ନିଜର ବୋଲି କାହାକୁ ନ ପାଇ ବସି କାନ୍ଦୁଥିଲେ ଭାଇଭଉଣୀ।  ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଉଭୟଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରିଛି ଭରତପୁର ପୁଲିସ୍ ।

The post ଏମିତି ବାପା କାହାକୁ ନ ମିଳୁ; ୨ ଛୁଆଙ୍କୁ ବସ୍‌ଷ୍ଟାଣ୍ଡରେ ଛାଡ଼ି ହୋଇଗଲା ଫେରାର appeared first on Odisha Reporter.



from Odisha Reporter https://ift.tt/2XKybmT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages