ମାଡ଼ିଗଲା ହାଇୱା, ୧୦୦ ଛେଳି ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

ମାଡ଼ିଗଲା ହାଇୱା, ୧୦୦ ଛେଳି ମୃତ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଛେଳିପଲ ଉପରେ ମାଡ଼ିଗଲା ହାଇୱା। ଘଟଣାସ୍ଥଳରେ ୧୦୦ରୁ ଊର୍ଦ୍ଧ୍ୱ ଛେଳିଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣାନୟାଗଡ଼ ଜିଲ୍ଲା ଓଡଗାଁ ଥାନା ବାହାଡା ଝୋଲା -ଓଡଗାଁ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି । ଘଟଣାସ୍ଥଳରୁ ହାଇୱା ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ପୁଲିସ ଗାଡ଼ିକୁ ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୌଡପୁଟ ପଞ୍ଚାୟତର ଚମ୍ପା ପାନ୍ଦିରି ଗାଁର ଛେଳି ମାଲିକ ୨୫୦ରୁ  ଊର୍ଦ୍ଧ୍ୱ ଛେଳି ନେଇ ବାହାଡା ଝୋଲାକୁ ଯାଉଥିଲେ। ଦିନରେ ରାସ୍ତାରେ ଗାଡ଼ି ମୋଟର ଚାଲୁଥିବାରୁ ଏତେ ଛେଳି ନେବା ସମ୍ଭବପର ନଥିବାରୁ ସେ ରାତିରେ ଛେଳି ନେଇ ଯାଉଥିଲେ।

ଏହି ସମୟରେ  ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ହାଇୱା ତାଙ୍କ ଛେଳି ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୧୦୦ରୁ ଊର୍ଦ୍ଧ୍ୱ ଛେଳିଙ୍କ ମୃତ୍ୟୁ ଘଟିଥିଲା।  ଘଟଣାପରେ ହାଇୱା ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଛି। ଓଡଗାଁ ପୁଲିସ ଘଟଣାର ତଦନ୍ତ କରୁଛି।

 

The post ମାଡ଼ିଗଲା ହାଇୱା, ୧୦୦ ଛେଳି ମୃତ appeared first on Odisha Reporter.



from Odisha Reporter https://ift.tt/3zpxWLe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages