ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଅନାଥ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଘୋଷଣା କରିଛି ସିବିଏସ୍ଇ। କରୋନା ଯୋଗୁ ଯେଉଁମାନେ ଅନାଥ ହୋଇଯାଇଛନ୍ତି, ସେମାନଙ୍କୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ କୌଣସି ପ୍ରକାରର ଫି’ କିମ୍ବା ପଞ୍ଜିକରଣ ବାବଦ ଅର୍ଥ ଦେବାକୁ ପଡ଼ିବ ନାହିଁ। ସେମାନେ ସଂପୂର୍ଣ୍ଣ ମାଗଣାରେ ପରୀକ୍ଷା ପାଇଁ ପଞ୍ଜିକରଣ କରିପାରିବେ।
କରୋନା ପିଲାମାନଙ୍କ ଜୀବନକୁ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିବିଏସ୍ଇ ଏପରି ନିଷ୍ପତ୍ତି ନେଇଛି। ସିବିଏସ୍ଇର ପରୀକ୍ଷା ନିୟନ୍ତ୍ରକ ସନମୟ ଭରଦ୍ୱାଜ କହିଛନ୍ତି, ସମଗ୍ର ଦେଶ ଉପରେ ମହାମାରୀ କରୋନା ପ୍ରତିକୂଳ ପ୍ରଭାବ ପକାଇଛି।
ଶିକ୍ଷାର୍ଥୀମାନେ ମଧ୍ୟ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସିବିଏସ୍ଇ ୨୦୨୧-୨୨ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେବାକୁ ନିଷ୍ପତ୍ତି ନେଇଛି। ଯେଉଁ ପିଲାମାନଙ୍କ ବାପା ମା’ କିମ୍ବା ପରିବାରର ଦେଖାଶୁଣା କରୁଥିବା ଅଭିଭାବକ, ଲିଗାଲ ଅଭିଭାବକ କରୋନାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ଠାରୁ ପରୀକ୍ଷା ପାଇଁ କୌଣସି ପ୍ରକାରର ଫି’ ନିଆଯିବ ନାହିଁ।
ସ୍କୁଲ ପକ୍ଷରୁ ଯୋଗ୍ୟ ପିଲାମାନଙ୍କ ବିଷୟରେ ଯାଞ୍ଚ କରାଯିବ। ଏହାପରେ ୧୦ମ ଓ ଦ୍ୱାଦଶ ପରୀକ୍ଷା ଦେବାକୁ ଚାହୁଁଥିବା ଏହି ବର୍ଗର ପିଲାମାନଙ୍କ ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସିବିଏସ୍ଇ ପୂରା ବୋର୍ଡ ପରୀକ୍ଷାକୁ ଦୁଇ ଭାଗରେ ବିଭକ୍ତ କରିଛି। ପ୍ରଥମ ଭାଗ ପରୀକ୍ଷା ନଭେମ୍ବରରୁ ଡିସେମ୍ବର ଓ ଦ୍ୱିତୀୟ ଭାଗ ପରୀକ୍ଷା ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବ। ଏହାର ଅର୍ଥ ପିଲାମାନେ ଦୁଇଥର ବୋର୍ଡ ପରୀକ୍ଷା ଦେବେ।
The post କରୋନା ଯୋଗୁ ଅନାଥ ହୋଇଥିବା ପିଲାଙ୍କୁ ଦେବାକୁ ପଡ଼ିବନି ପରୀକ୍ଷା ଫି’ appeared first on Odisha Reporter.
from Odisha Reporter https://ift.tt/39oFKCi
No comments:
Post a Comment