ଜାତିସଂଘରେ ବିଶ୍ୱକୁ ସମ୍ବୋଧନ କରିବାକୁ ଚାହୁଁଛି ତାଲିବାନ, ପ୍ରତିନିଧିଙ୍କ ନାଁ ଘୋଷଣା କଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

ଜାତିସଂଘରେ ବିଶ୍ୱକୁ ସମ୍ବୋଧନ କରିବାକୁ ଚାହୁଁଛି ତାଲିବାନ, ପ୍ରତିନିଧିଙ୍କ ନାଁ ଘୋଷଣା କଲା

ନ୍ୟୁୟର୍କ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ମିଳିତ ଜାତିସଂଘର ଜେନେରାଲ ଆସେମ୍ୱ୍ଲିରେ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ଭଳି ସମ୍ବୋଧନ କରିବାକୁ ଚାହୁଁଛି। ଆଫଗାନରେ ତାଲିବାନ ସରକାର ଗଠନ କରିଥିବାରୁ ସଂଗଠନର ପ୍ରତିନିଧି ହିଁ ଜାତିସଂଘରେ ସମ୍ବୋଧନ କରିବେ।

ସେହିପରି ସଂଗଠନ ଜାତିସଂଘରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ଆଫଗାନର ସ୍ଥାୟୀ ସଦସ୍ୟଙ୍କ ବୈଧତାକୁ ମଧ୍ୟ ଚ୍ୟାଲେଞ୍ଜ କରିଛି। କାରଣ ବର୍ତ୍ତମାନ ଆଫଗାନର ସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଗୁଲାମ ଇସାକଜାଇଙ୍କୁ ଅଶ୍ରଫ ଘନି ସରକାର ହିଁ ଜାତିସଂଘକୁ ପଠାଇଥିଲେ। ତେଣୁ ଏହାକୁ ତାଲିବାନ ଗ୍ରହଣ କରୁନାହିଁ।

ଜାତିସଂଘର ମୁଖପାତ୍ର ଷ୍ଟେଫେନ ଦୁଜାରିକ କହିଛନ୍ତି, ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ସେପ୍ଟେମ୍ବର ୧୫ରେ ବର୍ତ୍ତମାନ ଆଫଗାନର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ଗୁଲାମ ଇସାକଜାଇଙ୍କ ଠାରୁ ଗୋଟିଏ ଚିଠି ପାଇଥିଲେ। ସେ ଜାତିସଂଘର ୭୬ତମ ଜେନେରାଲ ଆସେମ୍ୱ୍ଲିରେ ଆଫାଗନ ପକ୍ଷରୁ କେଉଁମାନେ ପ୍ରତିନିଧିତ୍ୱ କରିବେ, ତା’ର ତାଲିକା ଦେଇଥିଲେ।

ତେବେ ଏହାର ୫ ଦିନ ପରେ ଇସଲାମକି ଏମିରେତ ଅଫ ଆଫଗାନିସ୍ତାର ଲେଟରପ୍ୟାଡରେ ଆଉ ଗୋଟିଏ ଚିଠି ଗୁଟେରସଙ୍କ ପାଖରେ ପହଞ୍ଚିଥିଲା। ଏଥିରେ ତାଲିବାନୀ ସରକାର ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁତ୍ତାକିଙ୍କ ଦସ୍ତଖତ ରହିଛି। ଏଥିରେ ସେ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ଭଳି ଆଫଗାନର ତାଲିବାନ ସରକାରକୁ ମଧ୍ୟ ସମ୍ବୋଧନ ପାଇଁ ସୁଯୋଗ ଦେବାକୁ କହିଛନ୍ତି।

ଆମୀର ଖାନ ତାଙ୍କ ଚିଠିରେ କହିଛନ୍ତି ଯେ ଅଗଷ୍ଟ ୧୫ରେ ଆଫଗାନର ଅଶରଫ ଘନି ସରକାର ଗାଦିଚ୍ୟୁତ ହୋଇଛି। ବିଶ୍ୱର କୌଣସି ରାଷ୍ଟ୍ର ଘନିଙ୍କୁ ରାଷ୍ଟ୍ରପତି ବୋଲି ଆଉ ମାନ୍ୟତା ଦେଉନାହାନ୍ତି। ତେଣୁ ଇସାକଜାଇ ମଧ୍ୟ ଆଫଗାନକୁ ପ୍ରତିନିଧିତ୍ୱ କରିବାର ଅଧିକାର ହରାଇଛନ୍ତି।

ତାଙ୍କ ବଦଳରେ ଆଫଗାନ ସରକାର ଜାତିସଂଘର ସ୍ଥାୟୀ ସଦସ୍ୟ ଭାବେ ମହମ୍ମଦ ସୁହାଲି ଶାହୀନଙ୍କୁ ନିଯୁକ୍ତ କରିଛନ୍ତି। ସେ ହିଁ ଜାତିସଂଘରେ ଆଫଗାନରେ ପକ୍ଷ ରଖିବେ ବୋଲି ଆମୀର ଖାନ ତାଙ୍କ ଚିଠିରେ ଉଲ୍ଲେଖ କରିଥିବା ଦୁଜାରିକ କହିଛନ୍ତି।

ଏବେ ଜାତିସଂଘର ଉଚ୍ଚସ୍ତରୀୟ କମିଟି ଏହା ଉପରେ ନିଷ୍ପତ୍ତି ନେବ। ବିଶ୍ୱର ଅନ୍ୟ ରାଷ୍ଟ୍ର ଭଳି ତାଲିବାନ ନେତାଙ୍କୁ ମଧ୍ୟ ଜାତିସଂଘରେ କହିବାକୁ ସୁଯୋଗ ମିଳିବ କି ନାହିଁ, ତାହା ଖୁବଶୀଘ୍ର ଘୋଷଣା ହେବ। ଏହି ଉଚ୍ଚସ୍ତରୀୟ କମିଟିରେ ଆମେରିକା, ରୁଷ, ଚାଇନା, ବାହାମା, ଭୁଟାନ, ଚିଲି, ନାମ୍ବିଆ, ସିଏରା ଲେୱାନ ଓ ସ୍ୱିଡେନ ରହିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ତାଲିବାନର ଅନୁରୋଧ ଉପରେ ନିଷ୍ପତ୍ତି ନେବେ।

ଜାତିସଂଘରେ ଭାରତ ୨୫ ତାରିଖରେ ସମ୍ବୋଧନ କରିବାକୁ ଥିବା ବେଳେ ଆଫଗାନିସ୍ତାନ ୨୭ ତାରିଖରେ ନିଜର ମତ ରଖିବ। ତେଣୁ ଏହା ପୂର୍ବରୁ ହିଁ ସବୁ କିଛି ନିଷ୍ପତ୍ତି ନିଆଯିବ। ୧୯୯୬ରୁ ୨୦୦୧ ଯାଏ ଯେତେବେଳେ ତାଲିବାନ ଆଫଗାନକୁ ଶାସନ କରୁଥିଲା ସେତେବେଳେ ଜାତିସଂଘ ଏହାକୁ ସରକାରୀ ମାନ୍ୟତା ଦେଇ ନଥିଲା। ପୂର୍ବ ସରକାରରେ ଥିବା ସ୍ଥାୟୀ ସଦସ୍ୟ ହିଁ ଆଫଗାନକୁ ଜାତିସଂଘରେ ପ୍ରତିନିଧିତ୍ୱ କରୁଥିଲେ।

The post ଜାତିସଂଘରେ ବିଶ୍ୱକୁ ସମ୍ବୋଧନ କରିବାକୁ ଚାହୁଁଛି ତାଲିବାନ, ପ୍ରତିନିଧିଙ୍କ ନାଁ ଘୋଷଣା କଲା appeared first on Odisha Reporter.



from Odisha Reporter https://ift.tt/3zv0pzj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages