ଅନୁଗୋଳ(ବିରଜା ଦାସ): ସ୍ୱାମୀଙ୍କ ଉପସ୍ଥିତି ସତ୍ତ୍ୱେ ଘରେ ପର ପୁରୁଷର ହେଉଥିଲା ଏଣ୍ଟ୍ରି। ଏପରିକି ପର ପୁରୁଷ ସହ ସ୍ତ୍ରୀ ରଖୁଥିଲା ଅନୈତିକ ସମ୍ପର୍କ। ସ୍ୱାମୀର ଜାଣତରେ ସବୁ ହେଉଥିବା ବେଳେ ସ୍ୱାମୀ ଏହାର ଭିଡିଓ ରେକଡିଂ କରୁଥିଲା। ରାତାରାତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ସ୍ୱାମୀସ୍ତ୍ରୀ ବିଛାଇଥିଲେ ଏପରି ଜାଲ। ପରେ ଏହାକୁ ବାହାରେ ପ୍ରଘଟ କରିଦେବାର ଧମକ ଦେଇ ଟଙ୍କା ଆଣୁଥିଲେ। ହେଲେ ଏହି ଡ୍ରାମା ବେଶି ଦିନ ଚାଲି ପାରିଲାନି।
ପୁଲିସ୍ ଜାଲରେ ଫସିଗଲେ ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତ । କିଛି ଦିନ ପରେ କଥା ବାଟରେ ପଡ଼ି ଦାଣ୍ଡରେ ଗଡ଼ିଲା। ପରସ୍ପରକୁ ପାନେ ଦେବାକୁ ଉଭୟ ଥାନାର ଦ୍ୱାରସ୍ତ ହେଲେ। ଏହାପରେ ପୁଲିସ୍ ଉଭୟ ପକ୍ଷର ୪ ଜଣଙ୍କୁ ବାନ୍ଧିଛି। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଅନୁଗୋଳ ଟାଉନ ଥାନା ଅଞ୍ଚଳରେ ଘଟିଛି। ଏହି ଘଟଣାରେ ପୁଲିସ୍ ତୁରଙ୍ଗଠାରେ ଥିବା ଏକ ବିୟୁଟି ପାର୍ଲରର ମାଲିକ ଓ ତାଙ୍କ ସ୍ତ୍ରୀ ସମେତ ବ୍ୟବସାୟୀ ରାଜୀବ ଅଗ୍ରୱାଲ ଓ ତାଙ୍କ ପୁଅ ଅଭିଷେକ୍ ଅଗ୍ରୱାଲଙ୍କୁ ବି ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୧୯ ମସିହାରେ ତୁରଙ୍ଗଠାରେ ଥିବା ଏକ ବିୟୁଟି ପାର୍ଲରର ମାଲିକ ଅନୁଗୁଳ ସହରର ରାଜୀବ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ନିକଟରୁ ୧୦ଟି ଟ୍ରାକ୍ଟର ନେବାକୁ ଯୋଗାଯୋଗ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଲା। ରାଜୀବଙ୍କ ପୁଅ ଅଭିଷେକ୍ ଅଗ୍ରୱାଲ ମଧ୍ୟ ବିୟୁଟି ପାର୍ଲରର ମାଲିକଙ୍କ ଘରକୁ ଯିବା ଆସିବା କଲେ। ଏହା ମଧ୍ୟରେ ଅଭିଷେକ ତାଙ୍କ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ।
ଏହି ସବୁ ଘଟଣା ଥିଲା ପୂରା ସୁଚିନ୍ତିତ ଷ୍ଟୋରି। ଉଭୟ ବିୟୁଟି ପାର୍ଲର ମାଲିଓ ଓ ତାଙ୍କ ସ୍ତ୍ରୀ ଅଭିଷେକଙ୍କୁ ନିଜ ଜାଲରେ ଫସାଇବାକୁ ଖେଳଥିଲେ ଏପରି ଗେମ୍। ଏପରିକି ଅନୈତିକ ସମ୍ପର୍କର ଭିଡିଓ ସୁଟ କରି ବିୟୁଟି ପାର୍ଲରର ମାଲିକ ଓ ତାଙ୍କ ସ୍ତ୍ରୀ ଅଭିଷେକଙ୍କଠାରୁ ୩୦ ଲକ୍ଷ ଟଙ୍କା ଦାବି କରି ବ୍ଲାକ୍ ମେଲିଂ କରିଥିଲେ।
ପୁଅର ବଦନାମୀକୁ ଡରି ରାଜୀବ ଅଗ୍ରୱାଲ ଅଗଷ୍ଟ ୨୫ ତାରିଖରେ ନେଟ୍ ବ୍ୟାକିଙ୍ଗରେ ଉକ୍ତ ବ୍ୟକ୍ତିଙ୍କୁ ୧ ଲକ୍ଷ ୨୯ ହଜାର ଟଙ୍କା ଦେଇଥିଲେ। ଏହାପରେ ଅଭିଷେକ୍ ପାର୍ଲର ମାଲିକଙ୍କ ସ୍ତ୍ରୀଙ୍କୁ ଫୋନପେ’ରେ ୧୦ ହଜାର ଟଙ୍କା ଦେଇଥିଲେ।
ହେଲେ କଥା ଏତିକିରେ ସରିଲାନି । ଆହୁରି ଟଙ୍କା ଲୋଭ କାଳ ହେଲା । ଶେଷରେ ଏ ନେଇ ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ଚାଲିବାରୁ ଅଭିଷେକ୍ ଗତ ୩ ତାରିଖରେ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଏହାପରେ ଅଭିଷକ୍ ତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ଉକ୍ତ ଦିନ ମହିଳାଜଣକ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।
ବ୍ଲାକମେଲିଂ ମାମଲାରେ ପୁଲିସ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେହିଭଳି ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ପୁଲିସ୍ ଅଭିଷେକ ଓ ତାଙ୍କ ବାପ ରାଜୀବ ଅଗ୍ରୱାଲଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ।
The post ଦମ୍ପତିଙ୍କ ସାଂଘାତିକ ଗେମ୍; ସ୍ୱାମୀ ଜାଣତରେ ସ୍ତ୍ରୀ କରୁଥିଲେ ଇଲୁ ଇଲୁ… appeared first on Odisha Reporter.
from Odisha Reporter https://ift.tt/3BPgbqn
No comments:
Post a Comment