ଭବାନୀପୁରର ଭୋଟର ଲିଷ୍ଟରେ ପିକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

ଭବାନୀପୁରର ଭୋଟର ଲିଷ୍ଟରେ ପିକେ

କୋଲକାତା: ଏବେ ଦିଦିଙ୍କ ଗଡ଼ରେ ଜଣାଶୁଣା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ନିର୍ବାଚନ ରଣନୀତିଜ୍ଞରୁ ସେ ପାଲଟିଛନ୍ତି ମତଦାତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ କ୍ଷେତ୍ର ଭବାନୀପୁର ସିଟ୍‌ରୁ ଭୋଟର ଲିଷ୍ଟରେ ସାମିଲ ହୋଇଛନ୍ତି ପିକେ। ନିର୍ବାଚନ ଆୟୋଗର ୱେବସାଇଟ୍ ଅନୁଯାୟୀ ପ୍ରଶାନ୍ତ କିଶୋର ୧୫୯ ବିଧାନସଭା ଆସନ ଭବାନୀପୁରର ଭୋଟର ଅଟନ୍ତି।

ତୃଣମୂଳ କଂଗ୍ରେସର ପରାମର୍ଶଦାତା ଥିବା ପ୍ରଶାନ୍ତ କିଶୋର ମମତା ବାନାର୍ଜୀ ନିର୍ବାଚନମଣ୍ଡଳୀ ଭବାନୀପୁରରୁ ଭୋଟର ଭାବେ ସେ ଆନୁଷ୍ଠାନିକ ରୂପେ ନାମ ଲେଖାଇଛନ୍ତି। ଭୋଟର ତାଲିକାର ଏକ ଫଟୋ ଶେଆର କରି ଏହି ସୂଚନା ଦେଇଛି ରାଜ୍ୟ ବିଜେପି। ଏଥିସହ ଏହି ପ୍ରସଙ୍ଗକୁ ନେଇ ବିଜେପି ପ୍ରଶ୍ନ ଉଠାଇବା ସହ ମାମଲାର ତଦନ୍ତ କରିବା ପାଇଁ ନିର୍ବାଚନ କମଶିନରଙ୍କ ନିକଟରେ ଦାବି କରିଛି।

ସୂଚନା ଯୋଗ୍ୟ ଯେ, ଏପ୍ରିଲ୍ ୨୦୨୧ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋର ତାଙ୍କ ନାମ ପଞ୍ଜୀକୃତ କରିଥିଲେ।

ଭବାନୀପୁର ଉପ-ନିର୍ବାଚନରେ ​​ଟିଏମ୍‌ସି ତରଫରୁ ମଇଦାନରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେପଟେ ତାଙ୍କୁ  କଡା ଟକ୍କର ଦେବା ପାଇଁ ବିଜେପି ମହିଳା ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କୁ ମଇଦାନକୁ ଓହ୍ଲାଇଛି। ସେପ୍ଟେମ୍ବର ୩୦ରେ ଭବାନୀପୁର ଉପ-ନିର୍ବାଚନ ଅନୁଷ୍ଠିତ ହେବ।

ପ୍ରଶାନ୍ତ କିଶୋରଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ, ଆଗାମୀ କିଛି ଦିନ ପାଇଁ ସେ ରାଜନୀତିରୁ ବ୍ରେକ୍‌ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ମାସ ପୂର୍ବରୁ ସେ କୌଣସି ମଧ୍ୟ କାମ ହାତକୁ ନେବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସେ କୌଣସି ଦଳ ଭିତରୁ କିମ୍ବା ବାହାରୁ କୌଣସି ଭୂମିକା ଗ୍ରହଣ କରିବେ ନାହିଁ। ଏଥିସହିତ ସେ ଯେଉଁ କାମ କରିଆସୁଥିଲେ ତାହା ଆଉ କରିବେ ନାହିଁ ବୋଲି ପି.କେ ଘୋଷଣା କରିଥିଲେ।

ଏଥିରୁ ସ୍ପଷ୍ଟ ଯେ, ଟିଏମ୍‌ସିର ପରାମର୍ଶଦାତା ପାଲଟିଥିବା ପ୍ରଶାନ୍ତ କିଶୋର ଆଗାମୀ ନିର୍ବାଚନରୁ ନିଜକୁ ଦୂରେଇ ରଖିପାରନ୍ତି। କୌଣସି ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବା କୌଣସି ସମ୍ଭାବନା ମଧ୍ୟ ନାହିଁ। ଯଦିଓ ପି.କେ କଂଗ୍ରେସରେ ଯୋଗଦେବା ନେଇ କିଛି ସମୟ ଧରି କଳ୍ପନାଜଳ୍ପନା ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ମେ’ ମାସରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଟିଏମ୍‌ସିକୁ ବମ୍ପର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଶାନ୍ତ କିଶୋର ନିର୍ବାଚନ ରଣନୀତିଜ୍ଞ ପଦରୁ ଅବସର ଘୋଷଣା କରିଥିଲେ। ଏଭଳି ପରିସ୍ଥିତିରେ ଏହାର ଅର୍ଥ ହେଉଛି ଯେ ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ପ୍ରଶାନ୍ତ କିଶୋର କୌଣସି ଭୂମିକା ଗ୍ରହଣ କରିବାକୁ ଇଚ୍ଛୁକ ନୁହଁନ୍ତି।

The post ଭବାନୀପୁରର ଭୋଟର ଲିଷ୍ଟରେ ପିକେ appeared first on Odisha Reporter.



from Odisha Reporter https://ift.tt/3iaDmDU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages