ପ୍ରିୟଙ୍କାଙ୍କ ଅଭିଯୋଗ, ଭୋଟ୍ ମେସିନ୍ ବନ୍ଦ କରିଦେଲେ ଟିଏମସି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 30, 2021

ପ୍ରିୟଙ୍କାଙ୍କ ଅଭିଯୋଗ, ଭୋଟ୍ ମେସିନ୍ ବନ୍ଦ କରିଦେଲେ ଟିଏମସି ବିଧାୟକ

ଭାବାନୀପୁର: ଭାବାନୀପୁର ଆସନରୁ ଉପ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀକୁ ସିଧାସଳଖ ଟକ୍କର ଦେଛନ୍ତି ବିଜେପିରୁ ପ୍ରିୟଙ୍କା ତିବ୍ରେୱାଲ। ଏଠାରେ ଦ୍ୱିମୁଖୀ ଲଢ଼େଇ ହେଉଥିବା ବେଳେ ଆଜି ସାକଳୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେବେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଟିଏମସି ବିଧାୟକ ମଦନ ମିତ୍ର ଜାଣିଶୁଣି ଗୋଟିଏ ବୁଥରେ ଏକ ଭୋଟ୍ ମେସିନ୍ ବନ୍ଦ କରି ଦେଇଛନ୍ତି। ଆଜି ସକାଳେ ପ୍ରିୟଙ୍କା ଭବାନୀପୁର ନିର୍ବାଚନମଣ୍ଡଳୀରେ  ବୁଥ କେନ୍ଦ୍ର ପରିଦର୍ଶନ କରିବା ପରେ ଏଭଳି ଅଭିଯୋଗ ଆଣିଛନ୍ତି।

ଗୁରୁବାର ବୁଥ ପରିଦର୍ଶନ ସମୟରେ ପ୍ରିୟଙ୍କା କହିଛନ୍ତି, ମଦନ ମିତ୍ର ଉଦ୍ଦେଶ୍ୟମୂଳକ ଭାବେ ଏଠାରେ ଭୋଟିଂ ମେସିନକୁ ବନ୍ଦ କରିଦେଇଛନ୍ତି। ଏଠି ବଙ୍ଗଳା ସରକାର ଭୟଭୀତ ଅଛନ୍ତି। ସେ ଆହୁରି କହିଛନ୍ତି ଯେ, ଯଦି ଲୋକମାନେ ବାହାରକୁ ଆସି ଭୋଟ୍ ଦିଅନ୍ତି, ତେବେ ଆପଣ ଫଳାଫଳ ଦେଖିବାକୁ ପାଇବେ। କଡା ସୁରକ୍ଷା ଏବଂ କୋଭିଡ ନିୟମ ଭିତରେ ଭବାନୀପୁର ଆସନରୁ  ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।

ମୁର୍ସିଦାବାଦ ଜିଲ୍ଲାର ଜାଙ୍ଗିପୁର ଏବଂ ସାମସରଗଞ୍ଜ ସିଟ୍ ସହ ଦକ୍ଷିଣ କୋଲକାତାର ଭବାନୀପୁରରେ ଏହି ଉପନିର୍ବାଚନ ହେଉଛି। ଏହି ୩ଟି ନିର୍ବାଚନମଣ୍ଡଳିରେ ମୋଟ  6,97,164 ଭୋଟର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଅକ୍ଟୋବର ୩ରେ ଭୋଟ ଗଣତି ହେବ। ସୁରକ୍ଷା ପାଇଁ ଉକ୍ତ ତିନୋଟି ନିର୍ବାଚନମଣ୍ଡଳୀରେ କେନ୍ଦ୍ରୀୟ ବାହିନୀର ୭୨ଟି କମ୍ପାନୀ ନିୟୋଜିତ କରିଛନ୍ତି। ସେଥିମଧ୍ୟରୁ ୩୫ଟି କେବଳ ଭବାନୀପୁରରେ ନିୟୋଜିତ ଅଛନ୍ତି । ମତଦାନ କେନ୍ଦ୍ରଗୁଡିକରୁ ୨୦୦ ମିଟର ମଧ୍ୟରେ ସିଆରପିସିର ଧାରା ୧୪୪ ଅନୁଯାୟୀ ନିଷେଧାଦେଶ ଲାଗୁ କରାଯାଇଛି |

The post ପ୍ରିୟଙ୍କାଙ୍କ ଅଭିଯୋଗ, ଭୋଟ୍ ମେସିନ୍ ବନ୍ଦ କରିଦେଲେ ଟିଏମସି ବିଧାୟକ appeared first on Odisha Reporter.



from Odisha Reporter https://ift.tt/3urjlOD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages