ଶ୍ୱେତା ତିୱାରୀ ଡାକ୍ତରଖାନାରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 30, 2021

ଶ୍ୱେତା ତିୱାରୀ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ବଳ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅନେକ ଦିନ ହେବ କାର୍ଯ୍ୟବ୍ୟସ୍ତ ଯୋଗୁଁ ସେ ଆବଶ୍ୟକ ବିଶ୍ରାମ ନେଇ ପାରି ନଥିଲେ। ସେଥିପାଇଁ ସେ ଅସୁସ୍ଥ ହୋଇଯାଇଛନ୍ତି। ତେବେ ତାଙ୍କୁ ଖୁବ୍ ଶୀଘ୍ର ଡିସ୍‌ଚାର୍ଜ କରାଯିବ ବୋଲି ଜଣାପଡ଼ିଛି।

ଶ୍ୱେତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଅତ୍ୟଧିକ କାର୍ଯ୍ୟ ସହିତ ଅଧିକ ଯାତ୍ରା ଓ ପାଣିପାଗରେ ପରିବର୍ତ୍ତନ ଯୋଗୁ ତାଙ୍କ ଦେହ ଖରାପ ହୋଇଯାଇଛି। ତେବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଓ ଖୁବ୍‌ଶୀଘ୍ର ଘରକୁ ଫେରିବେ।

ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶ୍ୱେତା ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ହାତରେ ବହିଟିଏ ଧରିଛନ୍ତି। ତେବେ ତାଙ୍କ ହାତରେ ସାଲାଇନ୍ ଲଗା ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏହା ଦେଖି ତାଙ୍କ ଫ୍ୟାନ୍‌ମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।

ଶ୍ୱେତା ‘ଖତରୋଁ କେ ଖିଲାଡୀ’ର ୧୧ତମ ସିଜିନ୍‌ରେ ଭାଗ ନେଇଥିଲେ। ଏହାର ଶୁଟିଂ ପାଇଁ ସେ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ୍‌କୁ ଯାଇଥିଲେ। ଜୁନ୍‌ ମାସରେ ସେଠାରୁ ଫେରିଥିଲେ। ଏହା ପରେ ଶୋ’ର ପ୍ରମୋସନରେ ବ୍ୟସ୍ତ ରହିଥିଲେ। ଗତ ସପ୍ତାହରେ ଏହି ଶୋ’ରେ ଅର୍ଜୁନ ବିଜଲାନୀ ବିଜୟୀ ହୋଇଥିଲେ।

The post ଶ୍ୱେତା ତିୱାରୀ ଡାକ୍ତରଖାନାରେ ଭର୍ତ୍ତି appeared first on Odisha Reporter.



from Odisha Reporter https://ift.tt/3AUPdxb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages