ଇଞ୍ଜାମାମ୍‌ଙ୍କୁ ହୃଦ୍‌ଘାତ, ଡାକ୍ତରଖାନାରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 27, 2021

ଇଞ୍ଜାମାମ୍‌ଙ୍କୁ ହୃଦ୍‌ଘାତ, ଡାକ୍ତରଖାନାରେ ଭର୍ତ୍ତି

ଲାହୋର: ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌ ଉଲ୍‌ ହକ୍ ସୋମବାର ହୃଦ୍‌ଘାତର ଶିକାର ହୋଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଲାହୋରର ଏକ ହସ୍‌ପିଟାଲ୍‌ରେ ତାଙ୍କ ଠାରେ ସଫଳତାର ସହିତ ଆଞ୍ଜିଓପ୍ଲାଷ୍ଟୀ କରାଯାଇଛି।

ଇଏସ୍‌ପିଏନ୍ କ୍ରିକ୍‌ଇନ୍‌ଫୋର ସୂଚନା ଅନୁଯାୟୀ, ୫୧ ବର୍ଷୀୟ ଇଞ୍ଜାମାମ୍ ତିନି ଦିନ ଧରି ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏନେଇ ସେ ଟେଷ୍ଟ୍ କରିଥିଲେ। କିନ୍ତୁ ଡାକ୍ତର ସବୁ ଠିକ୍ ଥିଲା ବୋଲି କହିଥିଲେ। ତେବେ ସୋମବାର ଆଉ ଏକ ଟେଷ୍ଟ ପରେ ତାଙ୍କୁ ହୃଦ୍‌ଘାତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ସଙ୍ଗେ ସଙ୍ଗେ ତାଙ୍କର ଅପରେସନ୍ କରାଯାଇଥିଲା।

ଇଞ୍ଜାମାମ୍‌ଙ୍କୁ ପାକିସ୍ତାନ କ୍ରିକେଟ୍ ଟିମ୍‌ର ଅନ୍ୟତମ ସଫଳ ଅଧିନାୟକ ବୋଲି କୁହାଯାଏ। ୧୯୯୨ରେ ପାକିସ୍ତାନ ବିଶ୍ୱକପ୍ ଜିତିଥିଲା। ସେହି ଟିମ୍‌ରେ ମଧ୍ୟ ଇଞ୍ଜାମାମ୍ ଥିଲେ। ଦିନିକିଆରେ ସେ ହେଉଛନ୍ତି ପାକିସ୍ତାନର ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍‌। ସେ ୩୭୫ଟି ଦିନିକିଆ ମ୍ୟାଚ୍‌ରୁ ୧୧,୭୦୧ ରନ୍ ସଂଗ୍ରହ କରିଛନ୍ତି।

ଟେଷ୍ଟ୍ ମ୍ୟାଚ୍‌ରେ ଇଞ୍ଜାମାମ୍‌ ହେଉଛନ୍ତି ପାକିସ୍ତାନ ତୃତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍। ସେ ୧୧୯ଟି ଟେଷ୍ଟରୁ ୮୮୨୯ ରନ୍ କରିଛନ୍ତି।

The post ଇଞ୍ଜାମାମ୍‌ଙ୍କୁ ହୃଦ୍‌ଘାତ, ଡାକ୍ତରଖାନାରେ ଭର୍ତ୍ତି appeared first on Odisha Reporter.



from Odisha Reporter https://ift.tt/2WgElL6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages