ଆଫଗାନିସ୍ତାନରୁ ଆମେରିକା ପାଇଲା ‘ଶୂନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 1, 2021

ଆଫଗାନିସ୍ତାନରୁ ଆମେରିକା ପାଇଲା ‘ଶୂନ୍‌’

ମସ୍କୋ: ତାଲିବାନ ହାତକୁ ଚାଲିଯାଇଛି ଆଫଗାନିସ୍ତାନ। ତାଲିବାନୀ ଶାସନକୁ ନେଇ ପୁରା ଭୟଭୀତ ହୋଇପଡିଛନ୍ତି ଆଫଗାନବାସୀ। ସେପଟେ ଆମେରିକା ସୈନ୍ୟମାନେ ମଧ୍ୟ ସେଠାରୁ ଫେରି ଆସିଛନ୍ତି। ଆଫଗାନିସ୍ତାନାରେ ଯୁକ୍ତ ରାଷ୍ଟ୍ର ଆମେରିକାର ସମ୍ପୃକ୍ତିକୁ ନେଇ ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ତୀବ୍ରା ସମାଲୋଚନା କରିଛନ୍ତି।

ସେ କହିଛନ୍ତି, ଆଫଗାନିସ୍ତାନରେ ଆମେରିକା ଦୀର୍ଘ ୨୦ ବର୍ଷ ଧରି ସୈନ୍ୟ ମୁତୟନ କରି ସେଠାରୁ ‘ଶୂନ୍‌’ ପାଇଛି।  ବ୍ୟାପକ କ୍ଷେତ୍ରରେ ଆମେରିକୀୟ ରୀତିନୀତି ଓ ଜୀବନଯାପନର ମାନ ପ୍ରବର୍ତ୍ତନ ଲାଗି ୨୦ ବର୍ଷ ଧରି ଆମେରିକାର ସାମରିକ ବାହିନୀ ସେଠାରେ ବସବାସ କରୁଥିବା ଜନତାଙ୍କୁ ‘ସଭ୍ୟ’ କରାଇବା ପାଇଁ ଉଦ୍ୟମ କରୁଥିଲା। କିନ୍ତୁ ଏଥିରୁ ଏବେ ଆମେରିକାକୁ କ୍ଷତି ହୋଇଛି। ସବୁଠୁ ଅଧିକ କ୍ଷତି ଆଫଗାନବାସୀଙ୍କ ପାଇଁ ହୋଇଛି। ନକରାତ୍ମକ ନହେଲେ ବି ସେଠାରେ ଫଳାଫଳ ‘ଶୂନ’ ମିଳିଛି।’

ସେ ଆହୁରି କହିଛନ୍ତି, ଜୋର ଜବରଦସ୍ତ କୌଣସି ଜିନିଷ ପ୍ରଚଳନ କରାଇବା ଅସମ୍ଭବ। ଯଦି କିଏ କାହା ପାଇଁ କିଛି କରିବାକୁ ଚାହୁଛନ୍ତି, ତେବେ ସେହି ଲୋକଙ୍କୁ ଇତିହାସ, ସଂସ୍କୃତି ଓ ଜୀବନ ଦର୍ଶନ ଉପରେ ବ୍ୟାପକ ଦୃଷ୍ଟି ଦେବାକୁ ପଡିବ। ସେମାନଙ୍କ ପରମ୍ପରା ଏବଂ ପ୍ରଥାକୁ ସମ୍ମାନ ଦେବାକୁ ପଡିବ ବୋଲି ପୁଟିନ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରୁଷ ମଧ୍ୟ ୧୦ ବର୍ଷ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ଯୁଦ୍ଧ କରିଥିଲା। ୧୯୮୯ରେ ସୋଭିଏତ ସେନା ସେଠାରୁ ଫେରି ଆସିବା ପରେ ଯୁଦ୍ଧର ଅବସାନ ଘଟିଥିଲା। ତେବେ ଗତ କିଛି ବର୍ଷ ହେଲା ପୁଣି ରୁଷ ଆଫଗାନିସ୍ତାନକୁ ପ୍ରତ୍ୟାବର୍ତ୍ତନ କରିଥିଲା। ରୁଷ୍‌ ତାଲିବାନ୍ ସମେତ ଅନ୍ୟାନ୍ୟ ଆଫଗାନ ଦଳଙ୍କ ସହ ଆଲୋଚନା କରିବାକୁ ଅଗ୍ରସର ହୋଇଥିଲା।

ସୂଚନା ମୁତାବକ, ଆଫଗାନିସ୍ତାନରୁ ସୋମବାର ସମ୍ପୂର୍ଣ୍ଣ ରୂପେ ଆମେରିକା ସେନା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହାପରେ ସେଠାରେ ସ୍ଥିତି ଆହୁରି ଭୟଙ୍କର ହୋଇଛି। ବୁଧବାର ଆଫଗାନିସ୍ତାନର ସୀମାରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା।

The post ଆଫଗାନିସ୍ତାନରୁ ଆମେରିକା ପାଇଲା ‘ଶୂନ୍‌’ appeared first on Odisha Reporter.



from Odisha Reporter https://ift.tt/38yn6HH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages