ଚାଲିଗଲେ ଚନ୍ଦନ ମିତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 1, 2021

ଚାଲିଗଲେ ଚନ୍ଦନ ମିତ୍ର

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କର ପରଲୋକ ହୋଇଯାଇଛି। ତାଙ୍କ ପୁଅ କୁଶାଣ ମିତ୍ର ଏ ନେଇ ସୂଚନା ଦେଇଛନ୍ତି।

କୁଶାଣ ଟ୍ୱିଟ୍ କରି କହିଛନ୍ତି, ବାପା ଗତକାଲି ରାତିରେ ଚାଲିଗଲେ। ସେ ବେଶ୍ କିଛି ଦିନ ହେଲା ଅସୁସ୍ଥ ଥିଲେ।

ମୃତ୍ୟୁ ବେଳକୁ ଚନ୍ଦନ ମିତ୍ରଙ୍କୁ ୬୫ ବର୍ଷ ହୋଇଥିଲା। ସେ ଇଂରାଜୀ ଖବର କାଗଜ ‘ଦି ପାୟୋନିଅର’ର ସଂପାଦକ ଥିଲେ। ତେବେ କିଛି ଜାତୀୟ ଗଣମାଧ୍ୟମରେ ଆସିଥିବା ରିପୋର୍ଟ ଅନୁଯାୟୀ ସେ ଏହି ଖବର କାଗଜର ପ୍ରକାଶକ ଦାୟିତ୍ୱରୁ ଗତ ଜୁନ୍ ମାସରେ ଇସ୍ତଫା ଦେଇଥିଲେ।

ଚନ୍ଦନ ମିତ୍ର ୨୦୦୩ରେ ପ୍ରଥମେ ରାଜ୍ୟସଭାକୁ ମନୋନୀତ ହୋଇ ଯାଇଥିଲେ। ୨୦୧୦ରେ ବିଜେପି ତାଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରି ନେଇଥିଲା। ସେ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୬ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ସହିତ ତାଙ୍କର ଭଲ ସଂପର୍କ ଥିଲା।

୨୦୧୮ରେ ଚିନ୍ଦନ ମିତ୍ର ବିଜେପିରୁ ଇସ୍ତଫା ଦେଇଥିଲେ। ତା’ପରେ ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ।

ଚନ୍ଦନ ମିତ୍ରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଜ୍ଞାନୀ ଓ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି ଥିଲେ। ଉଭୟ ସାମ୍ବାଦିକତା ଓ ରାଜନୀତିରେ ନିଜର ପରିଚୟ ଛାଡ଼ି ଯାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିଭଳି ବିଜେପି ନେତା ରାମ ମାଧବଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

The post ଚାଲିଗଲେ ଚନ୍ଦନ ମିତ୍ର appeared first on Odisha Reporter.



from Odisha Reporter https://ift.tt/3gU7l2t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages