୧୫ ଦିନରେ ନୂଆ ଦଳ ଗଢ଼ିବେ କ୍ୟାପ୍‌ଟେନ୍‌, ଯୋଗାଯୋଗରେ ଅଛନ୍ତି କଂଗ୍ରେସ ନେତା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 30, 2021

୧୫ ଦିନରେ ନୂଆ ଦଳ ଗଢ଼ିବେ କ୍ୟାପ୍‌ଟେନ୍‌, ଯୋଗାଯୋଗରେ ଅଛନ୍ତି କଂଗ୍ରେସ ନେତା!

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ଗଢ଼ିବେ ନୂଆ ରାଜନୀତିକ ଦଳ। ସେ ୧୫ ଦିନ ଭିତରେ ନୂଆ ଦଳ ଗଢ଼ିବେ ବୋଲି କୁହାଯାଉଛି। ଏପରିକି ୧୦ରୁ ଅଧିକ କଂଗ୍ରେସ ନେତା ତାଙ୍କ ଯୋଗାଯୋଗରେ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ନୂଆ ଦଳ ଗଢ଼ିବା ପାଇଁ କ୍ୟାପ୍‌ଟେନ୍ ତାଙ୍କ ସମର୍ଥକଙ୍କ ସହିତ ଆଲୋଚନା ଆରମ୍ଭ କରି ଦେଇଛନ୍ତି। ସେ କିଛି କୃଷକ ନେତାଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ସମସ୍ତଙ୍କ ସହିତ ପରାମର୍ଶ କରିବା ପରେ ସେ ନୂଆ ଦଳ ଘୋଷଣା କରିପାରନ୍ତି।

ବୁଧବାର କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ। ତେଣୁ ସେ ବିଜେପିରେ ଯୋଗ ଦେବେ ବୋଲି ଆକଳନ କରାଯାଉଥିଲା। ତେବେ ଗତକାଲି ଚଣ୍ଡିଗଡ଼ ଫେରିବା ପରେ ସେ ସ୍ପଷ୍ଟ କରିଥିଲେ ଯେ ସେ ବିଜେପିକୁ ଯିବେ ନାହିଁ। ଏହା ସହିତ ସେ କଂଗ୍ରେସ ସହିତ ବି ସଂପର୍କ ଚ୍ଛିନ୍ନ କରିଛନ୍ତି। ସେ କହିଥିଲେ, ମୁଁ ଆଜି କଂଗ୍ରେସ ଛାଡ଼ୁଛି। କିନ୍ତୁ ମୁଁ ବିଜେପି ଯାଉ ନାହିଁ। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ମୁଁ କୃଷି ଆଇନ ପ୍ରସଙ୍ଗରେ ଆଲୋଚନା କରିଥିଲି।

ଗତକାଲି କ୍ୟାପ୍‌ଟେନ୍‌ ଆହୁରି କହିଥିଲେ ଯେ ଆଗାମୀ ବିଧାନସଭା ନିର୍ବାଚନରେ ସେ ନବଜୋତ ସିଂହ ସିଦ୍ଧୁଙ୍କୁ ଜିତିବାକୁ ଦେବେ ନାହିଁ।

ସୂଚନାଯୋଗ୍ୟ, ନବଜୋତ ସିଂହ ସିଦ୍ଧୁ ପଞ୍ଜାବ ପ୍ରଦେଶ କଂଗ୍ରେସର ସଭାପତି ହେବା ପରେ ନିକଟରେ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନି ଶପଥ ନେବାର ଅଳ୍ପ କେଇ ଦିନ ମଧ୍ୟରେ ଅପ୍ରତ୍ୟାଶିତ ଘଟଣାକ୍ରମେ ମଙ୍ଗଳବାର ସିଦ୍ଧୁ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ତେବେ ଗତକାଲି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହିତ ତାଙ୍କର ଆଲୋଚନା ହୋଇଛି। ଏହି ଆଲୋଚନା ପରେ ସିଦ୍ଧୁଙ୍କ ମନ ବଦଳିଥିବା କୁହାଯାଉଛି। ସେ ପଞ୍ଜାବ କଂଗ୍ରେସ ସଭାପତି ପଦରେ କାର୍ଯ୍ୟ ଅବ୍ୟାହତ ରଖିବେ ବୋଲି କୁହାଯାଉଛି।

The post ୧୫ ଦିନରେ ନୂଆ ଦଳ ଗଢ଼ିବେ କ୍ୟାପ୍‌ଟେନ୍‌, ଯୋଗାଯୋଗରେ ଅଛନ୍ତି କଂଗ୍ରେସ ନେତା! appeared first on Odisha Reporter.



from Odisha Reporter https://ift.tt/3m7JDBq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages