ଛତ୍ରପୁର(ଅଶୋକ ବ୍ରହ୍ମା): ସଜେଇ ହୋଇଛି ଛତ୍ରପୁର ସବ୍ ଜେଲ। କାନ୍ଥରେ ଅଙ୍କାଯାଇଛି ଅନେକ ସୁନ୍ଦର ସୁନ୍ଦର ଚିତ୍ର। କେଉଁଠି ମହାପୁରୁଷଙ୍କ ଛବି ତ ଆଉ କେଉଁଠି ଓଡ଼ିଶାର କଳା ସଂସ୍କୃତି ତ ଆଉ କେଉଁଠି ଦେବାଦେବୀଙ୍କ ଚିତ୍ର। ଚିତ୍ରକଳାରେ ସ୍ୱଚ୍ଛତା ଓ ସଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଛି। ଜଣେ କଏଦୀଙ୍କ ରଙ୍ଗ ତୁଳିରେ ପୂରା ବଦଳି ଯାଇଛି ଛତ୍ରପୁର ସବ୍ ଜେଲ୍ର ଚେହେରା । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି କଏଦୀ ଚିଟି ବାବୁ। ସେ ଜେଲର କାନ୍ଥବାଡରେ ଚିତ୍ର ଆଙ୍କି ଜେଲ୍ ପରିସରର ସୌନ୍ଦର୍ଯ୍ୟ ବଢାଇବା ସହ ଅନେକ ପ୍ରଶଂସା ସାଉଁଟିଛନ୍ତି ।
ଖାଲି ସେତିକି ନୁହେଁ ମାଟି ପାତ୍ରରେ ସୁନ୍ଦର ସୁନ୍ଦର ଚିତ୍ର ମଧ୍ୟ ଆଙ୍କୁଛନ୍ତି ଚିଟି। ଗୁଡ ବିକ୍ରି କରିବା ଲାଗି ଏ ହାଣ୍ଡିର ଚାହିଦା ଥିବାରୁ ଏହାକୁ ଓରମାସ୍ ଓ ଅନ୍ୟସଂସ୍ଥା କିଣି ନେଉଛନ୍ତି। ପ୍ରତି ମାଟି ହାଣ୍ଡି ୧୫ ଟଙ୍କା ଲେଖାଏଁରେ ବିକ୍ରି ହେଉଛି। ଫଳରେ ଜେଲ୍ ଭିତରେ ଥାଇ ବି ସେ ରୋଜଗାରକ୍ଷମ ହୋଇ ପରିବାର ଚଳାଉଛନ୍ତି।
ଚିଟି ନିଜ ଚିତ୍ର ଆଙ୍କିବା ସହ ଅନ୍ୟ କଏଦୀମାନଙ୍କୁ ମଧ୍ୟ ନିଜେ ଚିତ୍ର ଆଙ୍କିବା ଶିଖାଉନ୍ତି। ଯାହାକୁ ନେଇ ଅନ୍ୟ କଏଦୀମାନେ ମଧ୍ୟ ବେଶ ଖୁସି ଅଛନ୍ତି। ଜେଲରେ ଚିତ୍ର ଆଙ୍କି ସେ ଏବେ ଜିଲ୍ଲା ପ୍ରଶାସନ ଓ ଜେଲ ପ୍ରଶାସନର ପ୍ରିୟ ପାତ୍ର ହୋଇଛନ୍ତି। ଚିଟି ୪ ବର୍ଷ ହେବ ଛତ୍ରପୁର ସବ୍ ଜେଲରେ ରହୁଛନ୍ତି।
ଚିଟିଙ୍କ ପାଖରେ ଚିତ୍ର କରିବାର କଳା ଥିବା ଜଣାପଡ଼ିବା ପରେ ଆମେ ସବୁ ପ୍ରକାର ସହାୟତା ଯୋଗାଇ ଦେଉଛୁ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି।
ଛତ୍ରପୁର ସବ୍ ଜେଲ୍ ସୁପରିଟେଣ୍ଡେଣ୍ଟ ଶୁଭସ୍ମିତା ବିଶ୍ୱାଳ କହିଛନ୍ତି, ମୁଁ ତାଙ୍କୁ ପ୍ରଥମେ ଜେଲ କାନ୍ଥରେ ଚିତ୍ର ଆଙ୍କିବା ପାଇଁ କହିଥିଲି। ସେ ଖୁବ୍ ସୁନ୍ଦର ଚିତ୍ର କାନ୍ଥରେ ଆଙ୍କିଥିଲେ। ଜିଲ୍ଲାପାଳ ସାର ମଧ୍ୟ ଜେଲ ପରିଦର୍ଶନରେ ଆସି ଟିଟିଙ୍କ ଚିତ୍ର ଦେଖି ବହୁତ ଖୁସି ହେବା ସହ ପ୍ରଂଶସା କରିଥିଲେ।
ଚିତ୍ରକର ଚିଟି ବାବୁ କହିଛନ୍ତି, ମୁଁ ଜେଲରେ ବସି ନ ରହି ନିଜେ କିଛି କରିବାକୁ ଇଚ୍ଛା କରିଥିଲି। ପ୍ରଥମେ ସୁପରିଟେଣ୍ଡଣ୍ଟ ମାଡାମ ମୋ ଚିତ୍ର ଦେଖି ପସନ୍ଦ କରିଥିଲେ। ପରେ ମୁଁ କାନ୍ଥବାଡ଼ରେ ଚିତ୍ର କରିବା ସହ ମାଟି ହାଣ୍ଡି ଉପରେ ବିଭିନ୍ନ ଚିତ୍ର କରିଥିଲି। ଏବେଏହି ହାଣ୍ଡି ୧୫ ଟଙ୍କା ଲେଖାଏଁ ବିକ୍ରି ହେଉଛି। ଏହି ପାରିଶ୍ରମିକ ଟଙ୍କା ମୁଁ ଘରକୁ ପଠାଉଛି। ଏହି ପଇସାରେ ମୋ ପରିବାର ଚଳୁଛି।
The post କଏଦୀଙ୍କ ନିଆରା ପ୍ରତିଭା, କଥା କହୁଛି ଜେଲ୍ କାନ୍ଥ appeared first on Odisha Reporter.
from Odisha Reporter https://ift.tt/3ikU4Aw
No comments:
Post a Comment