ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 16, 2021

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଆଜି ସେ ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଟ୍ୱିଟ୍ କରି ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି ଲେଖିଛନ୍ତି- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ସେ ସୁସ୍ଥ ରୁହନ୍ତି ଓ ଦୀର୍ଘଜୀବୀ ହୁଅନ୍ତୁ ଏବଂ ଦେଶସେବାରେ ଲିପ୍ତ ରୁହନ୍ତୁ।

କେବଳ ରାଷ୍ଟ୍ରପତି ନୁହନ୍ତି, ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସୋଶାଲ୍ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭକାମନା ଜଣାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆଜି ସରକାର ରେକର୍ଡ ସଂଖ୍ୟକ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ବିଜେପି ପକ୍ଷରୁ ଆଜି ଠାରୁ ୨୦ ଦିନ ଧରି ଏକ ମେଗା କାର୍ଯ୍ୟକ୍ରମ ‘ସେବା ଓ ସମର୍ପଣ ଅଭିଯାନ’ ଆରମ୍ଭ କରାଯାଉଛି। ଏହି କାର୍ଯ୍ୟକ୍ରମ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଜନସେବାରେ ପ୍ରଧାନମନ୍ତ୍ରୀଙ୍କ ୨୦ ବର୍ଷ ପୂରଣ ହେବା ଉପଲକ୍ଷେ ଦଳ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଯୋଜନା କରାଯାଇଛି। ୨୦୦୧ ଅକ୍ଟୋବର ୭ ତାରିଖରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୧୪ ମେ’ ୨୨ ପର୍ଯ୍ୟନ୍ତ ସେ ସେଠାକାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ତା’ପରଠୁ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିଛନ୍ତି।

ଆଜି ଠାରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରକ୍ତଦାନ ଶିବିରର ଆୟୋଜନ କରାଯିବ। ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ଲୋକଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ତା’ସହିତ ବିଭିନ୍ନ ବର୍ଗର ଲୋକଙ୍କ ଠାରେ ମଧ୍ୟ ଦଳୀୟ କର୍ମୀ ଓ ନେତା ପହଞ୍ଚିବେ। ଉତ୍ତର ପ୍ରଦେଶରେ ଦଳୀୟ କର୍ମୀମାନେ ଗଙ୍ଗା ନଦୀର ୭୧ଟି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଛନ୍ତି।

The post ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ appeared first on Odisha Reporter.



from Odisha Reporter https://ift.tt/3tV9joE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages