ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ୱିକେଟ କିପର ତଥା କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ଆଜି ପରଲୋକ ହୋଇଛି। ଏନେଇ ପାର୍ଥିବ ପଟେଲ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପାର୍ଥିବଙ୍କ ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲ ୨୦୧୯ରୁ ବ୍ରେନ୍ ହାମ୍ରେଜ ସହ ସଂଘର୍ଷ କରୁଥିଲେ।
ପାର୍ଥିବ ଟ୍ୱିଟ କରି ଭାବୁକ ହୋଇପଡିଛନ୍ତି। ସେ ଦୁଃଖ ପ୍ରକାଶ କରିବା ସହ ଲେଖିଛନ୍ତି, ‘ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡୁଛି ଯେ, ଆଜି ମୋ ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ। ତାଙ୍କ ଆତ୍ମାର ଶାନ୍ତି ପାଇଁ ପାର୍ଥନା କରନ୍ତୁ।’
ପାର୍ଥିବ ପଟେଲଙ୍କ ପାଇଁ ଗତ ଦୁଇ ବର୍ଷ ଅତ୍ୟନ୍ତ ଚେତାବନୀପୂର୍ଣ୍ଣ ଥିଲା। ୨୦୧୯ରେ ପାର୍ଥିବ ସୋସିଆଲ ମିଡିଆରେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଥିଲେ। ପାର୍ଥିବ ଟ୍ୱିଟ୍ କରି କହିଥିଲେ ଯେ, ‘ତାଙ୍କ ବାପା ବ୍ରେନ ହାମରେଜ୍ରେ ପୀଡିତ।’ ପାର୍ଥିବ ସେହି ସମୟରେ ଆଇପିଏଲ୍ ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପାଇଁ ଖେଳୁଥିଲେ।
ଆଇପିଏଲ୍-୨୦୧୯ରେ ପାର୍ଥିବ ପଟେଲ ଆର୍ସିବି ପାଇଁ ଅଧିକ ରନ୍ ସଂଗ୍ରହ କରିଥିବା କ୍ରିକେଟର ତାଲିକାର ତୃତୀୟ ସ୍ଥାନରେ ଥିଲେ। ଏହି ଲେଫ୍ଟ ହ୍ୟାଣ୍ଡେଡ୍ କ୍ରିକେଟର ଜଣକ ସେହି ବର୍ଷ ମୋଟ ୩୭୩ ରନ୍ ସଂଗ୍ରହ କରିଥିଲେ। ଆର୍ସିବି ବ୍ୟତୀତ ପାର୍ଥିବ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗସ, ଡେକାନ ଚାର୍ଜର୍ସ, କୋଚ୍ଚି ଟସ୍କର୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡଆନ୍ସର ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି।
୧୩୯ଟି ଆଇପଏଲ୍ ମ୍ୟାଚ୍ରେ ପାର୍ଥିବ ତାଙ୍କ ନାଁରେ ୨୨.୬୦ ରେଟିଂ ଅନୁସାରେ ୨୮୪୮ ରନ୍ କରିଛନ୍ତି। ପାର୍ଥିବ ପଟେଲ ଭାରତ ପାଇଁ ୨୫ଟି ଟେଷ୍ଟ ଏବଂ ୩୮ଟି ୱନ୍ଡେ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି। କେବଳ ସେତିକି ନୁହେଁ ସେ ଦୁଇଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ରେ ମଧ୍ୟ ଭାଗ ନେଇଛନ୍ତି। ୧୭ ବର୍ଷ ବୟସରୁ ସେ ଟେଷ୍ଟ କ୍ରିକେଟ୍ରୁ ଡେବ୍ୟୁ କରିଥିଲେ।
It is with the deepest grief and sadness, we inform the passing away of my father Mr. Ajaybhai Bipinchandra patel. He left for his heavenly abode on 26th September 2021.We request you to keep him in your thoughts and prayers. May his soul rest in peace ॐ नम: शिवाय pic.twitter.com/tAsivVBJIt
— parthiv patel (@parthiv9) September 26, 2021
The post ପାର୍ଥିବ ପଟେଲଙ୍କ ବାପାଙ୍କ ଦେହାନ୍ତ appeared first on Odisha Reporter.
from Odisha Reporter https://ift.tt/2Wbsb6a
No comments:
Post a Comment