ଭାରତରେ ୧ ବିଲିୟନ ଡୋଜ୍‌ ଟିକା ଉତ୍ପାଦନ କରିବେ କ୍ୱାଡ୍‌ ରାଷ୍ଟ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 22, 2021

ଭାରତରେ ୧ ବିଲିୟନ ଡୋଜ୍‌ ଟିକା ଉତ୍ପାଦନ କରିବେ କ୍ୱାଡ୍‌ ରାଷ୍ଟ୍ର

ୱାଶିଂଟନ: କ୍ୱାଡ ରାଷ୍ଟ୍ର ମାନଙ୍କ ବୈଠକ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ସେ କହିଛନ୍ତି କ୍ୱାଡ ରାଷ୍ଟ୍ରଗୁଡ଼ିକର ସହଭାଗିତାରେ ଭାରତରେ ୧ ବିଲୟନ ଡୋଜ୍‌ କରୋନା ଟିକା ଉତ୍ପାଦନ କରାଯିବ। ମହାମାରୀ କରୋନାକୁ ହରାଇବା କାମ ଠାରୁ ଆଉ କୌଣସି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ। କରୋନା ହାରିଲେ ଭବିଷ୍ୟତ ପାଇଁ ପ୍ରସ୍ତୁତି ଠିକ୍ ଭାବେ କରାଯାଇ ପାରିବ ବୋଲି ବାଇଡେନ କହିଛନ୍ତି।

ସେ କହିଛନ୍ତି, ଆମେରିକା ଓ ଏହାର ସହଯୋଗୀମାନେ ଟିକା ଉତ୍ପାଦନକୁ ବ୍ୟାପକ କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଟିକା ଉତ୍ପାଦନ କରିବାକୁ ବ୍ୟବସ୍ଥା କରାଯାଉଛି। ଆମେ ବିଭିନ୍ନ ରାଷ୍ଟ୍ର, ଫାର୍ମାସିଟ୍ୟୁକାଲ କମ୍ପାନୀ ଓ ଅନ୍ୟ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ସହ ମିଳିତ ଭାବେ କାମ କରୁଛୁ।

ସବୁ ରାଷ୍ଟ୍ର ଯେମିତି ଶକ୍ତିଶାଳୀ ଓ ସୁରକ୍ଷିତ କରୋନା ବିରୋଧୀ ଟିକା ଉତ୍ପାଦନ କରିପାରିବେ, ସେନେଇ ବ୍ୟବସ୍ଥା କରାଯାଉଛି। ଉଦାହରଣ ସ୍ୱରୂପ କ୍ୱାଡ ରାଷ୍ଟ୍ରମାନଙ୍କୁ ନିଆଯାଇପାରେ। କ୍ୱାଡରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ରହିଛନ୍ତି। କ୍ୱାଡ ରାଷ୍ଟ୍ରଗୁଡ଼ିକ ବିଶ୍ୱସ୍ତରୀୟ ଟିକା ସପ୍ଲାଏକୁ ତ୍ୱାରାନ୍ୱିତ କରିବାକୁ କାମ କରୁଛନ୍ତି।

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ସମସ୍ତେ ମିଳିତ ଭାବେ ଭାରତରେ ୨୦୨୨ ଶେଷ ସୁଦ୍ଧା ୧ ବିଲିୟନ ଡୋଜ୍‌ ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛୁ। ସେହିପରି ଦକ୍ଷିଣ ଆଫ୍ରିକାରେ ଟିକାର ଉତ୍ପାଦନ କରିବାକୁ ଆମେ ଆର୍ଥିକ ଓ ଅନ୍ୟାନ୍ୟ ସହଯୋଗ କରୁଛୁ।

ଜନସନ ଆଣ୍ଡ ଜନସନ ଟିକାର ୫୦୦ ମିଲିୟନ ଡୋଜ୍‌ ଆଫ୍ରିକା ପାଇଁ ଆଫ୍ରିକାରେ ଉତ୍ପାଦ କରିବାକୁ ପ୍ରୟାସ କରାଯାଉଛି। ସମସ୍ତେ ମିଳିତ ଭାବେ ଜରୁରୀ କାଳୀନ ଭିତ୍ତିରେ କରୋନାକୁ ହରାଇବା ପାଇଁ କାମ କରିବା ଦରକାର। କରୋନାକୁ ହରାଇବା ଜରୁରୀ। ଏହାଦ୍ୱାରା ବିଶ୍ୱ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ଭଲ ଭାବେ ପ୍ରସ୍ତୁତ କରିପାରିବ। ଆମେରିକା ଏଥିରେ କର୍ଣ୍ଣଧାର ସାଜିବ ବୋଲି ଜୋ ବାଇଡେନ କହିଛନ୍ତି।

ଆମେରିକା ଇତି ମଧ୍ୟରେ ୧୦୦ଟି ଦେଶକୁ ପ୍ରାୟ ୧୬୦ ମିଲିୟନ ଡୋଜ୍ ଟିକା ପଠାଇଛି। ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭାକ୍ସ ଜରିଆରେ ମଧ୍ୟ ବିଭିନ୍ନ ରାଷ୍ଟ୍ରକୁ ଆମେରିକା ଫାଇଜର ଟିକା ରପ୍ତାନୀ କରିଛି। ଆଗକୁ ଆଉ ଅଧା ବିଲିୟନ ଡୋଜ୍‌ ଫାଇଜର ଟିକା ଗରିବ ରାଷ୍ଟ୍ରମାନଙ୍କୁ ଆମେରିକା ପକ୍ଷରୁ ଦିଆଯିବ। ଟିକା ପାଇଁ ଆମେରିକା ଫାଇଜରକୁ ଅର୍ଡର ଦେଇ ସାରିଛି। ଆସନ୍ତାବର୍ଷ ଏହାର ଯୋଗାଣ ଆରମ୍ଭ ହେବ ବୋଲି ବାଇଡେନ ଘୋଷଣା କରିଛନ୍ତି।

The post ଭାରତରେ ୧ ବିଲିୟନ ଡୋଜ୍‌ ଟିକା ଉତ୍ପାଦନ କରିବେ କ୍ୱାଡ୍‌ ରାଷ୍ଟ୍ର appeared first on Odisha Reporter.



from Odisha Reporter https://ift.tt/3lQlLCj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages