ମୋଦିଙ୍କ ଜନ୍ମଦିନରେ ରେକର୍ଡ ପାଇଁ ମୃତ ଲୋକ ବି ନେଇଛନ୍ତି କରୋନା ଟିକା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 22, 2021

ମୋଦିଙ୍କ ଜନ୍ମଦିନରେ ରେକର୍ଡ ପାଇଁ ମୃତ ଲୋକ ବି ନେଇଛନ୍ତି କରୋନା ଟିକା!

ଭୋପାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ରେକର୍ଡ ସଂଖ୍ୟକ ଟିକାକରଣ ଦେଶରେ ହୋଇଥିଲା। ସେପ୍ଟେମ୍ବର ୧୭ରେ ୨.୫ କୋଟିରୁ ଅଧିକ ଡୋଜ୍‌ର ଟିକା ଲୋକମାନଙ୍କୁ ଦିଆଯାଇଥିଲା। ଗୋଟିଏ ଦିନରେ ଏତେ ସଂଖ୍ୟକ ଟିକା କେବେ ହେଲେ କୌଣସି ଦେଶରେ ଦିଆ ଯାଇନଥିଲା। ମୋଦିଙ୍କ ଜନ୍ମଦିନରେ ଏପରି ସଫଳତା ହାସଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟମାନେ ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ।

କିନ୍ତୁ ରେକର୍ଡ ସଂଖ୍ୟକ ଟିକାକରଣର ପ୍ରକୃତ ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି। କାରଣ ରେକର୍ଡ ସଂଖ୍ୟକ ଟିକାକରଣ ଦିନ ମୃତକମାନଙ୍କୁ ମଧ୍ୟ ଟିକାର ଡୋଜ୍‌ ଦିଆଯାଇଥିବା ସେମାନଙ୍କ ପରିବାର ଲୋକଙ୍କୁ ମେସେଜ ଆସିଛି। ସେହିପରି ଟିକାର ଦ୍ୱିତୀୟ ଡୋଜ୍‌ ନେଇ ନଥିବା ଅନେକ ଲୋକଙ୍କ ପାଖରୁ ସେପ୍ଟେମ୍ବର ୧୭ରେ ସେମାନେ ଟିକା ନେଇଥିବା ଏସଏମଏସ୍‌ ଆସିଛି।

ବିଶେଷ କରି ମଧ୍ୟପ୍ରଦେଶରେ ଏପରି ଘଟଣା ଘଟିଛି। ମୋଦିଙ୍କ ଜନ୍ମଦିନରେ ମଧ୍ୟପ୍ରଦେଶ ସରକାର ୨୭ ଲକ୍ଷ ଡୋଜ୍‌ର ଟିକାକରଣ କରିଥିବା ଦାବି କରିଥିଲେ। ହେଲେ ଏହାର ବାସ୍ତବ ଚିତ୍ର କିଛି ଭିନ୍ନ କଥା କହୁଛି। ଏଠାରେ ଜଣେ ମୃତ ମହିଳା ଟିକା ନେଇଥିବା ପ୍ରଶାସନ ପକ୍ଷରୁ ତାଙ୍କ ପୁଅଙ୍କ ପାଖକୁ ମେସେଜ ପଠାଯାଇଛି।

ସେପ୍ଟେମ୍ବର ୧୭ ରାତି ୮.୦୨ ମିନିଟ୍‌ରେ ଆଗର-ମାଲୱା ଜିଲ୍ଲାରେ ରହୁଥିବା ଆଶୁତୋଷ ଶର୍ମାଙ୍କ ପାଖକୁ ଗୋଟିଏ ମେସେଜ ଆସିଥିଲା। ଏଥିରେ ତାଙ୍କ ମା’ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ସଫଳତାର ସହ ନେଇଥିବା ଉଲ୍ଲେଖ କରାଯାଇଥିଲା। ଏହା ଦେଖି ଆଶୁତୋଷ ଚମକି ପଡ଼ିଥିଲେ।

କାରଣ ୪ ମାସ ତଳେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କ ମା’ ବିଦ୍ୟା ଶର୍ମାଙ୍କ ମୃତ୍ୟୁ ଘଟିଥିଲା। ସେ ପ୍ରଥମ ଡୋଜ୍‌ ନେଇଥିଲେ। କିନ୍ତୁ ଏହାପରେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ସତ୍ତ୍ୱେ ମୋଦିଙ୍କ ଜନ୍ମଦିନରେ ସେ କେମିତି ଦ୍ୱିତୀୟ ଡୋଜ୍‌ ସଫଳତାର ସହ ନେଲେ, ସେ ପ୍ରଶ୍ନ ଆଶୁତୋଷ ପଚାରିଛନ୍ତି।

ଆଗରରେ ରହୁଥିବା ପିଙ୍କି ବର୍ମାଙ୍କୁ ମଧ୍ୟ ସମାନ ମେସେଜ ୧୭ ତାରିଖ ଦିନ ଆସିଛି। ୨୬ ବର୍ଷୀୟ ପିଙ୍କି ଜୀବିତ। କିନ୍ତୁ ସେ ଟିକାର ଡୋଜ୍‌ ରାଜସ୍ଥାନର ଝାଲୱାରରେ ନେଇଥିବା ତାଙ୍କ ପାଖକୁ ଆସିଥିବା ମେସେଜରେ ଉଲ୍ଲେଖ କରାଯାଇଛି। ସେ କହିଛନ୍ତି, “ମୁଁ ଜୁନ୍‌ ୮ରେ ପ୍ରଥମ ଡୋଜ୍‌ ନେଇଥିଲି। ସେପ୍ଟେମ୍ବର ୭ରେ ମୋର ଦ୍ୱିତୀୟ ଡୋଜ୍‌ ଟିକାକରଣ ଥିଲା।


କିନ୍ତୁ ମୁଁ ଅସୁସ୍ଥ ଥିବାରୁ ଦ୍ୱିତୀୟ ଡୋଜ୍‌ ନେଇ ନଥିଲି। ଏବେ କିନ୍ତୁ ମୁଁ ଦ୍ୱିତୀୟ ଡୋଜ୍‌ ନେଇ ସାରିଥିବା ମେସେଜ ଆସିଛି। ପ୍ରଶାସନ ଟିକାର ସଂଖ୍ୟା ବୃଦ୍ଧି କରି ଦେଖାଇବା ପାଇଁ ଜାଣିଶୁଣି ଏମିତି କରିଥିବା ମୁଁ ଭାବୁଛି।”

ଭୋପାଲର ଲୀଲା ସୁତାରାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। ୫୪ ବର୍ଷୀୟ ଲୀଲା ମାର୍ଚ୍ଚ ୨୫ରେ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। କିନ୍ତୁ ସେ କରୋନାରେ ଆକ୍ରାନ୍ତ ହେବାରୁ ଧାର୍ଯ୍ୟ ତାରିଖରେ ଦ୍ୱିତୀୟ ଡୋଜ୍‌ ନେଇ ପାରି ନଥିଲେ। ହେଲେ ତାଙ୍କ ଫୋନକୁ ସେ ଦ୍ୱିତୀୟ ଡୋଜ୍‌ ୧୭ ତାରିଖରେ ନେଇଥିବା ମେସେଜ ଆସିଛି। ଏହାକୁ ନେଇ ସେ ଚିନ୍ତାରେ ପଡ଼ିଛନ୍ତି।


କେବଳ ଏହି ୩ ଜଣ ନୁହନ୍ତି, ଅନେକ ରାଜ୍ୟରେ ଏମିତି ଘଟଣା ୧୭ ତାରିଖରେ ଘଟିଥିବା କୁହାଯାଉଛି। ସରକାର ଏହାକୁ ଗୁରୁତ୍ୱର ସହ ନେବାକୁ ବିଭିନ୍ନ ମହଲରେ ଦାବି ଉଠିଛି।

The post ମୋଦିଙ୍କ ଜନ୍ମଦିନରେ ରେକର୍ଡ ପାଇଁ ମୃତ ଲୋକ ବି ନେଇଛନ୍ତି କରୋନା ଟିକା! appeared first on Odisha Reporter.



from Odisha Reporter https://ift.tt/3EDodot

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages