କୋଲକାତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଦୁଇ ଦିନ ତଳେ ଟିଏମସ୍ରେ ଯୋଗଦେବା ପରେ ବିଜେପି ବଡ଼ ପଦକ୍ଷେପ ନେଇଛି। ଦଳ ତା’ର ବେଙ୍ଗଲ ମୁଖ୍ୟ ଦିଲୀପ ଘୋଷଙ୍କୁ ନିଜ ପଦରୁ ବିଦା କରିଦେଇଛି। ଦିଲୀପ ଘୋଷ ଅନେକ ସମୟରେ ବିବାଦୀୟ ବୟାନ ଦେଉଥିଲେ।
ସେହିପରି ମେ’ ମାସରେ ବେଙ୍ଗଲ ରେଜଲ୍ଟ ପ୍ରକାଶ ପାଇବା ପରେ ଅନେକ ବିଧାୟକ ଓ ସାଂସଦ ବିଜେପି ଛାଡ଼ି ଟିଏମସରେ ଯୋଗଦେବାରେ ଲାଗିଛନ୍ତି। ଏହାକୁ ରୋକିବାରେ ଶ୍ରୀ ଘୋଷ ବିଫଳ ହୋଇଥିବାରୁ ତାଙ୍କୁ ଦଳ ମୁଖ୍ୟ ପଦରୁ ହଟାଇ ଦେଇଥିବା କୁହାଯାଉଛି।
ଦିଲୀପଙ୍କୁ ଦଳ ବେଙ୍ଗଲ ମୁଖ୍ୟ ପଦରୁ ହଟାଇ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇଛି। ଏବେ ସାଂସଦ ସୁକାନ୍ତ ମଜୁମଦାର ବେଙ୍ଗଲର ବିଜେପି ମୁଖ୍ୟ ଭାବେ କାର୍ଯ୍ୟ କରିବେ। ସେ କହିଛନ୍ତି, “ଦିଲୀପ ଘୋଷଙ୍କ କଠିନ ପରିଶ୍ରମ ଯୋଗୁ ବେଙ୍ଗଲରେ ବିଜେପି ଗୋଟିଏ ଶକ୍ତିଶାଳୀ ବିରୋଧୀ ଦଳ ଭାବେ ଉଭା ହୋଇଛି।
ଦଳ ପ୍ରତି ତାଙ୍କର ଅନେକ ଅବଦାନ ରହିଛି। ମୋର ଆଶା ଦଳ ଆହୁରି ଆଗକୁ ଯିବ।” ଶ୍ରୀ ଘୋଷ ମଧ୍ୟ ସୁକାନ୍ତ ମଜୁମଦାରଙ୍କୁ ନୂଆ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ବେଙ୍ଗଲ ବିଧାନସଭା ନିର୍ବାଚନରେ ବିଜେପି ୨୦୦ରୁ ଅଧିକ ଆସନ ଜିତିବ ବୋଲି ଦମ୍ଭୋକ୍ତି କରିଥିଲା। କିନ୍ତୁ ଦଳ ମାତ୍ର ୭୭ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ୭୭ ଜଣ ବିଧାୟକଙ୍କ ମଧ୍ୟରୁ ୪ ଜଣ ଟିଏମସିକୁ ଫେରି ଯାଇଛନ୍ତି। ସେହିପରି ଆସନସୋଲ ସାଂସଦ ବାବୁଲ ସୁପ୍ରିୟୋଗ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି।
The post ବେଙ୍ଗଲ ବିଜେପି ମୁଖ୍ୟ ପଦରୁ ଦିଲୀପ ଘୋଷ ହଟିଲେ appeared first on Odisha Reporter.
from Odisha Reporter https://ift.tt/3tWlC3W
No comments:
Post a Comment