ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 28, 2021

ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ (ପାର୍ଥ ସାରଥି ନାୟକ): ଭଦ୍ରକ ଟାଉନ୍‌ ଥାନା ଅନ୍ତର୍ଗତ ଜଗନ୍ନାଥପୁର ସ୍ଥିତ ଏକ ଘରୋଇ ମେସରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ସାବରଙ୍ଗ ଥାନା ଅଧୀନ ସାହାଡ଼ା ହରିପୁର ଅଞ୍ଚଳର ପୂଜାରାଣୀ ମଲ୍ଲିକ। ସେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ।

ପୂଜା ଭଦ୍ରକ ମହିଳା ମହାବିଦ୍ୟାଳୟରେ ପଢୁଥିଲେ। ଗତ ମାସରୁ ସେ ଜଗନ୍ନାଥପୁରର ଏହି ଘରୋଇ ମେସ୍‌ରେ ଭଡ଼ାରେ ରହୁଥିଲେ। ତେବେ ଗତକାଲି କୌଣସି କାରଣ ଵଶତଃ ନିଜ ରୁମ୍‌ରେ ଭିତର ପଟୁ କବାଟ ଦେଇ ନିଜ ଓଢ଼ଣୀ ସାହାଯ୍ୟରେ ଫାଶୀ ଲଗାଇ ଦେଇଥିଲେ।

ମେସ୍‌ ମାଲିକ ଏ ନେଇ ଟାଉନ ଥାନା ପୁଲିସକୁ ଖବର ଦେବା ସହ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଟାଉନ ଥାନା ପୁଲିସ  ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଜଣେ ଯୁବକ ପୂଜାରାଣୀଙ୍କୁ ପ୍ରେମ ନିଵେଦନ କରିବା ସହ ହଇରାଣ ହରକତ କରୁଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ମୃତ ଛାତ୍ରୀର ବାପା କେଶଵ ମଲ୍ଲିକ କହିଛନ୍ତି, ଗତକାଲି ରାତି ପ୍ରାୟ ୧୧ଟା ବେଳେ ମେସ୍‌ ମାଲିକ ଝିଅ ବିଷୟରେ ମୋତେ ଜଣାଇଥିଲେ। ମୋ ଝିଅ ପାଠ ପଢ଼ି ଆଗକୁ ଉନ୍ନତି କରିବ ବୋଲି ମୁଁ ଆଶା ରଖିଥିଲି।

The post ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Odisha Reporter.



from Odisha Reporter https://ift.tt/3kJknSO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages