ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ୍ କରିଥିଲେ ମଧ୍ୟ ବାଚସ୍ପତି କହିବାରୁ ସୁଯୋଗ ନଦେବାରୁ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ। ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପିକୁ ବାଚସ୍ପତି ସମ୍ମାନ ଦେଉନାହାନ୍ତି। ଏହା ଦୁଃଖ ଲାଗୁଛି ଓ ସେଥିପାଇଁ କକ୍ଷତ୍ୟାଗ କରୁଛୁ ବୋଲି କହି ବିଜେପି ସଦସ୍ୟମାନେ ଆଜି ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିଲେ। ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିଜେପି ସଦସ୍ୟମାନଙ୍କୁ ମନାଇବାକୁ ଶାସକ ଦଳ ପ୍ରୟାସ କରିଥିଲେ ବି ଫେଲ୍ ମାରିଥିଲା।
ଆଜି ଶୂନ୍ୟକାଳରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ମାତ୍ର ବାଚସ୍ପତି କହିବାକୁ ସୁଯୋଗ ଦେଇନଥିବାରୁ ଗୃହ ମଧ୍ୟଭାଗରେ ବିଜେପିର ବିଧାୟକମାନେ ହଙ୍ଗାମା କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେପି ବିଧାୟକମାନେ ହୋ-ହାଲ୍ଲା ହୋଇଥିଲେ ପରେ ବାଚସ୍ପତି ସେମାନଙ୍କୁ ସମ୍ମାନ ଦେଉନାହାନ୍ତି ବୋଲି ଅଭିଯୋଗ କରି କକ୍ଷତ୍ୟାଗ କରିଥିଲେ। ପରେ ବିଜେପିର ସଦସ୍ୟମାନେ ହାତରେ ବ୍ୟାନର ଓ ପୋଷ୍ଟର ଧରି ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ବିଜେପି ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନି । ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । ପଶ୍ଚିମଓଡ଼ିଶାର ୯ଟି ଜିଲ୍ଲାକୁ ଗୋଟିଏ ବି ଘର ଦିଆଯାଇ ନାହିଁ । ପଶ୍ଚିମ ଓଡ଼ିଶାକୁ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି। ନ୍ୟାୟ ନମିଳିବା ଯାଏଁ ଏହି ଦାବି ବିଜେପି ଉଠାଇବ ବୋଲି ସେ କହିଥିଲେ।
ସେହିପରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ୟ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ଅବହେଳା କରୁଛନ୍ତି । ୯ଟି ଜିଲ୍ଲାକୁ ଗୋଟିଏ ବି ଘର ମିଳିନାହିଁ । ତେବେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, କୌଣସିଠାରେ ଦୁର୍ନୀତି ହୋଇନି । ୫ ଜିଲ୍ଲାରେ ଘର ମିଳିନଥିବା କଥା ବିଜେପି କହୁଛି । କିନ୍ତୁ କେନ୍ଦ୍ର ସରକାର ପୋର୍ଟାଲ ବନ୍ଦ କରିଦେଇଥିବା କଥା ନକହି ବିଜେପି ଡ୍ରାମା କରୁଛି । ଲୋକଙ୍କ ସମସ୍ୟା ବାବଦରେ ଆଲୋଚନା ନକରି ପ୍ରତିଦିନ ବିରୋଧୀ ବାଗୁଡ଼ି ଖେଳ ଖେଳୁଛନ୍ତି । ଗୃହରେ ଦିନେ କଂଗ୍ରେସ ହଙ୍ଗାମା କଲେ ଦିନେ ବିଜେପି କରୁଛି । ଉଭୟ କଂଗ୍ରେସ ଓ ବିଜେପି ଡ୍ରାମା କରୁଛନ୍ତି । ଶୂନ୍ୟକାଳ ମାତ୍ର ଅଧଘଣ୍ଟାଏ । ୧୪୭ ବିଧାୟକମାନେ ଏହି ସମୟରେ ସେମାନଙ୍କ ସମସ୍ୟା କହିବେ । ତେଣୁ ବିଜେପି ଯେତିକି ସମୟ ମାଗୁଛି ସେତିକି ସମୟ ଦିଆଯାଇ ପାରିବ ନାହିଁ ।
ତେବେ ବିଜେପି ବିଧାୟକମାନେ ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିବାରୁ ବାଚସ୍ପତିଙ୍କ ନିର୍ଦ୍ଦେଶରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧାରଣାସ୍ଥଳକୁ ଯାଇ ବିଜେପି ସଦସ୍ୟମାନଙ୍କୁ ସାକ୍ଷାତ କରିବା ସହ ଗୃହକୁ ଫେରିବାକୁ ଅନୁରୋଧ କରିôତଲେ । ମାତ୍ର ବିଜେପି ସଦସ୍ୟମାନେ ସେଥିରେ ରାଜି ହୋଇନଥିବା ଜଣାପଡ଼ିଛି ।
The post ବିଜେପିର କ୍ଷୋଭ: ବିଧାନସଭାରେ ବିରୋଧୀ ଦଳର ସମ୍ମାନ ମିଳୁନି, ଦେଲେ ଗାନ୍ଧି ମୂର୍ତ୍ତି ତଳେ ଧାରଣା appeared first on Odisha Reporter.
from Odisha Reporter https://ift.tt/38J1rfY
No comments:
Post a Comment