ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି। ରାଜଧାନୀ ଦିଲ୍ଲୀରେ ଏଥର ଦୀପାବଳିରେ ବାଣ ଫୁଟିପାରିବ ନାହିଁ। ଅର୍ଥାତ୍ ଦୀପାବଳିରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଯାଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
କେଜ୍ରିୱାଲ୍ କହିଛନ୍ତି, ଗତ ୩ ବର୍ଷ ଧରି ଦୀପାବଳି ସମୟରେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଘାତକ ରହିଆସିଛି। ତେଣୁ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ସମସ୍ତ ପ୍ରକାର ବାଣ ଦୋକାନ, ବିକ୍ରି ଓ ଉପଯୋଗ ଉପରେ ପ୍ରତିବନ୍ଧକ ଲଗାଯାଉଛି। ଏହା ଦ୍ୱାରା ଆମେ ଲୋକଙ୍କ ଜୀବନ ବଞ୍ଚାଇପାରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଗତ ବର୍ଷ ବ୍ୟବସାୟୀଙ୍କ ଦ୍ୱାରା ବାଣ ଷ୍ଟକ୍ ହେବା ପରେ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଳମ୍ବରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ଯାହାଦ୍ୱାରା ବ୍ୟବସାୟୀଙ୍କ ଅନେକ କ୍ଷତି ମଧ୍ୟ ହୋଇଥିଲା। ଏଥର ସମସ୍ତ ବ୍ୟବସାୟୀଙ୍କ ଆବେଦନ କରୁଛୁ ଯେ ସଂପୂର୍ଣ୍ଣ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଏଥର କୌଣସି ପ୍ରକାର ସଂରକ୍ଷଣ କରନ୍ତୁ ନାହିଁ।
ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରତିବର୍ଷ ଶୀତ ଦିନରେ ପ୍ରଦୂଷଣର ସ୍ତର ବହୁତ ବଢ଼ିଯାଇଥାଏ। ଏହାକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାରଙ୍କ ତରଫରୁ ପ୍ରତିବର୍ଷ ପ୍ରୟାସ କରାଯାଇଥାଏ। ଆଗକୁ ଶୀତ ଦିନ ଆସୁଥିବାରୁ କେଜ୍ରିୱାଲ୍ ସରକାର ପୁଣିଥରେ ଏହି ସମସ୍ୟାର ମୁକାବିଲା କରିବା ଲାଗି ଅନେକ ବଡ଼ ବଡ଼ ଯୋଜନା ଉପରେ କାମ ଆରମ୍ଭ କରିଦେଇଛନ୍ତି।
ଚଳିତ ବର୍ଷ ଦୀପାବଳି ନଭେମ୍ବର ପ୍ରଥମ ସପ୍ତାହରେ ପଡ଼ୁଛି। ଆଉ ଦିଲ୍ଲୀରେ ସର୍ବଦା ବାୟୁ ପ୍ରଦୂଷଣ ଭଳି ସମସ୍ୟା ଦେଖା ଦେଇଥାଏ। କିନ୍ତୁ ଏଥର ସେଭଳି ପରିସ୍ଥିତିର କିପରି ସାମ୍ନା କରିବାକୁ ପଡ଼ିବନି, ସେଥିପ୍ରତି ଆଗକୁ ନିଷ୍ପତ୍ତି ନେଇଛନ୍ତି କେଜ୍ରିୱଲ ସରକାର। ଗତ ବର୍ଷ ଦିଲ୍ଲୀରେ ବାଣଫୁଟା ବ୍ୟାନ୍ ହେବା ନେଇ ବିଜେପି ଜୋରଦାର ବିରୋଧ କରିଥିଲା। ବିଜେପିର କହିବା ଅନୁଯାୟୀ, କେଜ୍ରୱାଲ ସରକାରଙ୍କ ବିଳମ୍ବରେ ଏହି ନିଷ୍ପତ୍ତି ଯୋଗୁ ବ୍ୟବସାୟୀଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିବ। କିନ୍ତୁ ଯେପରି କୌଣସି ବିବାଦ ନହେବ, ସେଥିଲାଗି କେଜ୍ରିୱାଲ୍ ସରକାର ଆଗୁଆ ଏହି ଘୋଷଣା କରିଛନ୍ତି।
The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଥର ରାଜଧାନୀରେ ବାଣ ବ୍ୟାନ୍ appeared first on Odisha Reporter.
from Odisha Reporter https://ift.tt/398nVr5
No comments:
Post a Comment