‘ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ, ନଦୀବନ୍ଧ ଭାଙ୍ଗିବା ସ୍ଥିତି ବି ଉପୁଜିନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 15, 2021

‘ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ, ନଦୀବନ୍ଧ ଭାଙ୍ଗିବା ସ୍ଥିତି ବି ଉପୁଜିନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ହୋଇନାହିଁ। ତେଣୁ ବନ୍ୟା  ଆଶଙ୍କା ନାହିଁ । ଯେଉଁ ସବୁ ନଦୀରେ ଜଳ ପତ୍ତନ ଅଧିକ ଥିଲା, ସେସବୁ ନଦୀରେ ସକାଳୁ ଜଳ ପତ୍ତନ ସ୍ଥିର ହୋଇ ହ୍ରାସ ପାଉଛି । ବନ୍ୟା ଆଶଙ୍କାରେ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ଏପରି ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରବାହିତ ହେଉଥିଲେ ମଧ୍ୟ ଜଳ ପତ୍ତନ ହ୍ରାସ ପାଇବା ଆରମ୍ଭ କରିଛି । ସେହିପରି ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର କମିବା ଆରମ୍ଭ କରିଛି  । ତା’ ଛଡ଼ା ଉପର ମୁଣ୍ଡରେ ଆଉ ବର୍ଷା ହେଉ ନ ଥିବାରୁ ବନ୍ୟା ଆଶଙ୍କା ନାହିଁ । ତେବେ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି ଓ ନିଷ୍କାସନ ସମସ୍ୟା ଥିବାରୁ କିଛି ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ରାଜ୍ୟର କୌଣସି ସ୍ଥାନରେ ନଦୀବନ୍ଧ ଭାଙ୍ଗିବା ଭଳି ସ୍ଥିତି ଉପୁଜି ନ ଥିବା ସେ କହିଛନ୍ତି ।

ତେବେ ଉପରମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦ ଜଳ ଭଣ୍ଡାରରେ ଜଳ ପତ୍ତନ ନିୟନ୍ତ୍ରଣରେ ରଖିବା ଲାଗି ଗତକାଲି ୬ଟି ଓ  ଆଜି ଆଉ ୬ଟି ଗେଟ୍ ଖୋଲାଯାଇଛି  । ଏହାବାଦ ଆଜି ଅପରାହ୍ନରେ ଆଉ ୬ଟି ଗେଟ୍‌ ଖୋଲାଯିବ ବୋଲି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି।   ବର୍ତ୍ତମାନ ହୀରାକୁଦ ଭିତରକୁ ୨ ଲକ୍ଷ ୯୮ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧୨ଟି ଗେଟ୍, ପାୱାର ହାଉସ ଓ ସ୍ଲୁଇସ୍ ମାଧ୍ୟମରେ ୨ ଲକ୍ଷ ୩୦ହଜାର କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି  ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏବେ ଜଳପତ୍ତନ ୬୨୮.୩ ଫୁଟ୍ ରହିଛି । ସେହିପରି କଟକର ମୁଣ୍ଡଳି ଦେଇ ଆଜି ସକାଳୁ ୬ ଲକ୍ଷ ୪୦ ହଜାର  କ୍ୟୁସେକ୍ ପାଣି ନିଷ୍କାସନ ହେଉଛି । ହୀରାକୁଦ ପାଣି ପହଞ୍ଚିବାକୁ ୩୬ ଘଣ୍ଟା ଲାଗିବାକୁ ଥିବାରୁ ତଳ ମୁଣ୍ଡରେ ବନ୍ୟା ଆଶଙ୍କା ନାହିଁ ବୋଲି ସେ କହିଛନ୍ତି ।

The post ‘ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ, ନଦୀବନ୍ଧ ଭାଙ୍ଗିବା ସ୍ଥିତି ବି ଉପୁଜିନି’ appeared first on Odisha Reporter.



from Odisha Reporter https://ift.tt/398jeNX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages