ଭୋପାଳ: ଜଣେ ମହିଳା ପୁଲିସ୍ ଅଫିସର ଗାଧୋଉଥିବା ବେଳେ ଜଣେ କନଷ୍ଟେବଲ ମୋବାଇଲ ଫୋନ୍ରେ ଭିଡିଓ ଉତ୍ତୋଳନ କରି ତାଙ୍କୁ ଟଙ୍କା ମାଗିଥିବା ନେଇ ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ଭୋପାଳରୁ ଏହି ଅଭିଯୋଗ ଆସିଥିବା ବେଳେ ଅଭିଯୁକ୍ତ କନଷ୍ଟେବଲ ଫେରାର ହୋଇଯାଇଛନ୍ତି।
କ୍ରାଇମ୍ ବ୍ରାଞ୍ଚକୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଉକ୍ତ ମହିଳା ପୁଲିସ୍ ଅଫିସର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେପ୍ଟେମ୍ବର ୨୨ ତାରିଖରେ ସେ ଘରେ ଗାଧୋଉଥିବା ବେଳେ କେହି ଜଣେ ତାଙ୍କର ଭିଡିଓ ଉତ୍ତୋଳନ କରୁଥିବା ତାଙ୍କୁ ଅନୁଭବ ହୋଇଥିଲା। ବାଥ୍ରୁମ୍ କବାଟ ଉପର ଫାଙ୍କରେ ସେ ଏକ ମୋବାଇଲ୍ ଫୋନ୍ ଦେଖିଥିଲେ। ସେ ବାଥ୍ରୁମ୍ରୁ ବାହାରିବା କ୍ଷଣି ସେଠାରୁ ଉକ୍ତ କନଷ୍ଟେବଲ ଦୌଡ଼ି ଚାଲି ଯାଉଥିବା ସେ ଦେଖିଥିଲେ।
ଏହି ମହିଳା ପୁଲିସ୍ ଅଫିସର ଜଣଙ୍କ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଉକ୍ତ କନଷ୍ଟେବଲ ସେପ୍ଟେମ୍ବର ୨୬ ତାରିଖରେ ତାଙ୍କ ଘରକୁ ଆସିଥିଲେ ଓ ୫ ଲକ୍ଷ ଟଙ୍କା ଦାବି କରି ଥିଲେ। ନହେଲେ ସୋଶାଲ ମିଡିଆରେ ତାଙ୍କର ଗାଧୋଇବା ବେଳର ଭିଡିଓ ଭାଇରାଲ କରି ଦେବେ ବୋଲି ଧମକ ଦେଇଥିଲେ।
ଏହା ପରେ ଘଟଣା ସଂପର୍କରେ ମହିଳା ପୁଲିସ୍ ଅଫିସର ଜଣଙ୍କ ଭୋପାଳ ସ୍ଥିତ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ। ଅଭିଯୋଗ ପାଇବା ପରେ କ୍ରାଇମ୍ ବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ଅଧିକାରୀ।
ଉକ୍ତ କନଷ୍ଟେବଲଙ୍କ ନାଁରେ ମାମଲା ରୁଜୁ କରି କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରୁଛି। ତେବେ ସେ ଫେରାର ହୋଇଯାଇଛନ୍ତି।
The post ମହିଳା ପୁଲିସ୍ ଅଫିସରଙ୍କ ଗାଧୋଇବା ବେଳର ଭିଡିଓ ଉଠାଇ ଟଙ୍କା ମାଗୁଥିଲେ କନ୍ଷ୍ଟେବଲ appeared first on Odisha Reporter.
from Odisha Reporter https://ift.tt/3oeM3RM
No comments:
Post a Comment