ରାଜନୀତିକୁ ଆସିବେ ଦୀପ ସିଦ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 27, 2021

ରାଜନୀତିକୁ ଆସିବେ ଦୀପ ସିଦ୍ଧୁ

ଚଣ୍ଡିଗଡ: ରାଜନୀତିକୁ ଏଣ୍ଟ୍ରି କରିବେ ଲାଲ କିଲ୍ଲା ହିଂସାର ଅଭିଯୁକ୍ତ ତଥା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ। ଗଢ଼ିବେ ନିଜର ନୂଆ ଦଳ। ନିଜ ନୂଆ ରଜନୈତିକ ଦଳ ଗଠନ କରି ସେ ବିଧିବଦ୍ଧ ଭାବେ ରାଜନୀତିରେ ପ୍ରବେଶ କରିବେ।

ସିଦ୍ଧୁଙ୍କ ନିକଟବର୍ତ୍ତୀ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଏହି ଅଭିନେତା ବୁଧବାର ଦିନ ଚଣ୍ଡିଗଡ଼ରେ ନିଜ ଦଳର ଘୋଷଣା କରିବାର ସମ୍ଭାବନା ଅଛି। ନିଜ ଦଳର ନାଁ ଘୋଷଣା କରିବା ପୂର୍ବରୁ ପଞ୍ଜାବର କିଛି ଅଞ୍ଚଳରେ ଦୀପ ସିଦ୍ଧୁଙ୍କ ରାଜନୈତିକ ଦଳ ଗଠନ ନେଇ  ଅନେକ ପୋଷ୍ଟର ପୂର୍ବରୁ ଲାଗିଛି। ସିଦ୍ଧୁଙ୍କ ଦଳକୁ ‘ୱାରିସ୍ ପଞ୍ଜାବ ଦେ’ କୁହାଯିବ। ଏହି ଦଳର ଫୋକସ୍‌ ଆଗାମୀ ପଞ୍ଜାବ ନିର୍ବାଚନ ଉପରେ ରହିବ।

ସୂତ୍ରରୁ ପ୍ରକାଶ ଯେ ସିଦ୍ଧୁ ଅନେକ କୃଷକ ସଂଗଠନଙ୍କ ସହ ସମ୍ପର୍କରେ ଅଛନ୍ତି। ବିଶେଷକରି ଅନେକ ରଜନୈତିକ ବ୍ୟକ୍ତିଙ୍କ ସହ ମଧ୍ୟ ସେ ଯୋଗାଯୋଗରେ ଅଛନ୍ତି।

ସୂଚନା ମୁତାବକ, ଦିଲ୍ଲୀ କୋର୍ଟରୁ ଜାମିନ ପାଇବା ପୂର୍ବରୁ ସିଦ୍ଧୁଙ୍କୁ ଲାଲ କିଲ୍ଲା ହିଂସା ମାମଲାରେ ଦୁଇଥର ଗିରଫ କରାଯାଇଥିଲା। ଲାଲ କିଲ୍ଲା ହିଂସା ମାମଲାରେ ଆନ୍ଦୋଳନକାରୀଙ୍କୁ ଉସ୍‌କାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଲାଲ କିଲ୍ଲା ହିଂସାର ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ହିଂସା ପରେ ଦୀପ ସୁଦ୍ଧୁ ଫେରାର ହୋଇଯାଇଥିଲେ। ପରେ ପୁଲିସ ତାଙ୍କୁ ହରିଆଣା କର୍ଣ୍ଣାଲରୁ ଗିରଫ କରିଥିଲା।

The post ରାଜନୀତିକୁ ଆସିବେ ଦୀପ ସିଦ୍ଧୁ appeared first on Odisha Reporter.



from Odisha Reporter https://ift.tt/3AIBARP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages