ୱେବ୍‌ ଚ୍ୟାନେଲ୍ ସଂପାଦକଙ୍କୁ ଉଠାଇ ନେଲା ପୁଲିସ୍‌, ଦୂତୀ କରିଥିଲେ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ୱେବ୍‌ ଚ୍ୟାନେଲ୍ ସଂପାଦକଙ୍କୁ ଉଠାଇ ନେଲା ପୁଲିସ୍‌, ଦୂତୀ କରିଥିଲେ ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକ ୱେବ୍‌ ଚ୍ୟାନେଲର ସଂପାଦକ ସୁଧାଂଶୁ ଶେଖର ରାଉତଙ୍କୁ ଆଜି ଉଠାଇ ନେଇଛି ପୁଲିସ୍‌। ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ଏତଲା କ୍ରମେ ଭୁବନେଶ୍ୱର ମହିଳା ଥାନା ପୁଲିସ୍ ସୁଧାଂଶୁଙ୍କୁ ତାଙ୍କ ଝାରପଡ଼ା ସ୍ଥିତ ଅଫିସ୍‌ରୁ ଉଠାଇ ନେଇଛି। ଦୂତୀ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ସୁଧାଂଶୁଙ୍କ ୱେବ୍ ଚ୍ୟାନେଲ୍ ସଦାବେଳେ ଅପମାନଜନକ ଖବର ପ୍ରସାରଣ କରୁଛି।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ସୁଧାଂଶୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତାଙ୍କ ଅଫିସରୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ କିଛି ଜିନିଷ ଜବତ କରାଯାଇଛି।

ଦୂତୀ ଅଭିଯୋଗ କରିଛନ୍ତି ଯେ ଯେଉଁ ପରିଶ୍ରମ କରି ସେ ମାନ-ସମ୍ମାନ ଅର୍ଜନ କରିଛନ୍ତି, ତାକୁ କେତେକ କୁଚକ୍ରି ଗୋଷ୍ଠୀ ନଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି। ସୁଧାଂଶୁ ଶେଖର ରାଉତ ପ୍ରତି ମୁହୂର୍ତ୍ତରେ ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇ ତାଙ୍କ ବିରୋଧରେ ବିବାଦୀୟ ଖବର ପରିବେଷଣ କରୁଛନ୍ତି।

ସେ ଆହୁରି କହିଛନ୍ତି ଯେ ଟୋକିଓରେ ଖେଳ ଉପରେ ଫୋକ୍‌ସ କରୁଥିବା ବେଳେ ସୁଧାଂଶୁ ଶେଖର ରାଉତ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ବ୍ଲାକ୍‌ମେଲିଂ କରୁଥିଲେ।

ସୁଧାଂଶୁଙ୍କ ସହିତ ସେ ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ମଧ୍ୟ ମହିଳା ଥାନାରେ ଏତଲା ଦେଇଛନ୍ତି। ଉଭୟ ସୁଧାଂଶୁ ଓ ପ୍ରଦୀପଙ୍କ ବିରୋଧରେ ସେ କୋର୍ଟରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି।

ଗତକାଲି ସୁଧାଂଶୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ କହିଥିଲେ, ଦୂତୀ ଅଲମ୍ପିକ୍ସରେ ହାରିବା ପରେ ତାଙ୍କ ଭଉଣୀ ପ୍ରତିକ୍ରିୟା ଦେଇଥିଲେ। ତାକୁ ନେଇ ଆମେ ଖବର ପ୍ରସାରଣ କରିଥିଲୁ। ଏକ ଦାୟିତ୍ୱବାନ ୱେବ୍‌ ଚ୍ୟାନେଲ୍ ହିସାବରେ ଆମେ ତାଙ୍କ ପ୍ରତିକ୍ରିୟା ଚାହିଁଥିଲୁ। କିନ୍ତୁ ପ୍ରତିକ୍ରିୟା ବଦଳରେ ସେ ଏକ ଲକ୍ଷ ଟଙ୍କା ଚାନ୍ଦା ମାଗିବାର ସାଙ୍ଘାତି ଅଭିଯୋଗ ଲଗାଇଲେ।

ସେହିପରି ପ୍ରଦୀପ ପ୍ରଧାନ କହିଥିଲେ ଯେ ସେ ଦୂତୀଙ୍କ ବିରୋଧରେ ସେମିତି କିଛି ମାନହାନି ସୂଚନକ ମନ୍ତବ୍ୟ ଦେଇ ନାହାନ୍ତି। କେବଳ ଅଲିମ୍ପିକ୍ସରେ ତାଙ୍କର ପ୍ରଦର୍ଶନ ଭଲ ହୋଇନଥିବାରୁ ସୋଶାଲ୍‌ ମିଡିଆ ଆଲୋଚନା କରିଥିଲେ। ଏନେଇ ବହୁ ଲୋକ ବହୁ କମେଣ୍ଟ ଦେଇଥିଲେ। ଆଉ ସେ ମଧ୍ୟ ଦେଇଥିଲି।

The post ୱେବ୍‌ ଚ୍ୟାନେଲ୍ ସଂପାଦକଙ୍କୁ ଉଠାଇ ନେଲା ପୁଲିସ୍‌, ଦୂତୀ କରିଥିଲେ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/3kPY4JT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages