ନଭେମ୍ବରରେ ଭାରତ-ଆମେରିକା ୨+୨ ଆଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ନଭେମ୍ବରରେ ଭାରତ-ଆମେରିକା ୨+୨ ଆଲୋଚନା

ୱାଶିଂଟନ: ଗୋଟିଏ ପଟେ ଆଫଗାନିସ୍ତାନ ତାଲିବାନ ଶାସନ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଅନ୍ୟପଟେ ଭାରତ ଓ ଆମେରିକା ମଧ୍ୟରେ ୨+୨ ଆଲୋଚନା ହେବ। ଆସନ୍ତା ନଭେମ୍ବର ମାସରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଘଲ ସୂଚନା ଦେଇଛନ୍ତି।

୩ ଦିନିଆ ଆମେରିକା ଗସ୍ତରେ ଯାଇ ସେଠାରେ ହର୍ଷବର୍ଦ୍ଧନ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଥିଲେ। ଆମେରିକା ବୈଦେଶିକ ମନ୍ତ୍ରୀ ଆନ୍ଥୋନୀ ବ୍ଲିନକେନଙ୍କ ସହ ମଧ୍ୟ ସେ ବୈଠକ କରିଛନ୍ତି। ଏହି ୩ ଦିନିଆ ଗସ୍ତ ଶେଷ ପରେ ହର୍ଷବର୍ଦ୍ଧନ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ଆଶା କରିଛୁ ଯେ ୨+୨ ଆଲୋଚନା ନଭେମ୍ବର ମାସରେ ଅନୁଷ୍ଠିତ ହେବ। ତେବେ ତାରିଖ ସମ୍ପର୍କରେ ବିଚାରବିମର୍ଶ ଚାଲିଛି।

ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ହେବ। ଆମେ ସବୁ ପ୍ରକାରର ସୁଯୋଗର ଉପଯୋଗ କରି ୨+୨ ଆଲୋଚନାକୁ ଯୁଗ୍ମ ସଚିବ ସ୍ତରରେ ଆୟୋଜନ କରୁଛୁ। ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରି ବିକାଶ ପ୍ରକ୍ରିୟାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଶେଷଥର ପାଇଁ ୨+୨ ଆଲୋଚନା ନୂଆଦିଲ୍ଲୀରେ ହୋଇଥିଲା। ତେଣୁ ନଭେମ୍ବରରେ ଆମେରିକାରେ ବୈଠକ ହେବ। ୨+୨ ବୈଠକରେ ଦୁଇ ଦେଶର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ରହିବେ। ଏହାର ଅର୍ଥ ଭାରତର ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨+୨ ଆଲୋଚନା ପାଇଁ ଆମେରିକା ଗସ୍ତ କରିବେ। ଏହା ବାଇଡେନ ପ୍ରଶାସନ ସହ ଭାରତର ପ୍ରଥମ ୨+୨ ବୈଠକ ହେବ। ଏହାପୂର୍ବରୁ ଦିଲ୍ଲୀରେ ୨+୨ ଆଲୋଚନା ହେବା ବେଳେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ରହିଥିଲେ।

The post ନଭେମ୍ବରରେ ଭାରତ-ଆମେରିକା ୨+୨ ଆଲୋଚନା appeared first on Odisha Reporter.



from Odisha Reporter https://ift.tt/3jF4hci

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages