ଜବରଦଖଲରେ ସରକାରୀ ଜମି, ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 29, 2021

ଜବରଦଖଲରେ ସରକାରୀ ଜମି, ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ

କାମାକ୍ଷାନଗର(ବିଦ୍ୟାଧର ବରାଳ): ସରକାରୀ ଓ ଗୋଚର ଜମିରୁ ଜବରଦଖଳ ଉଚ୍ଛେଦ ଦାବିରେ ଏନ୍ଏଚ୍ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ।  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଭେଜିଆ ଗାଁ ଛକ ନିକଟରେ ୧୪୯ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ବିରିବୋଲେଇ ଗାଁଲୋକେ । ଏଥିଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି।  ରାସ୍ତା ଅବରୋଧ ଯୋଗୁ ପିତିରି-ପାଲଲହଡା ମଧ୍ୟରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ଗ୍ରାମବାସୀମାନଙ୍କ  ଅଭିଯୋଗ ଅନୁଯାୟୀ, ଗାଁରେ ଥିବା ସରକାରୀ ଓ ଗୋଚର ଜମିରେ କିଛି ମୁଷ୍ଟିମେୟ ଲୋକ ଘର ନିର୍ମାଣ କରିବା ସହ ଜମି ଅକ୍ତିଆର କରି ନେଇଛନ୍ତି । ଏନେଇ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲା । ମାତ୍ର ଏ ନେଇ କୌଣସି ସୁଫଳ ମିଳି ପାରିନଥିଲା ।

ଫଳରେ ଗ୍ରାମବାସୀ  ଗତ ୨୧ ତାରିଖରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ କରିଥିଲେ  । କିନ୍ତୁ ଏ ନେଇ ପ୍ରଶାସନର କୌଣସି ହସ୍ତକ୍ଷେପ ନହେବା ଯୋଗୁଁ ଆଜି ଗ୍ରାମବାସୀ ମାନେ ୧୪୯ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି  ।   ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ    ଆନ୍ଦୋଳନ ଜାରି ରହିବ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି ।

The post ଜବରଦଖଲରେ ସରକାରୀ ଜମି, ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ appeared first on Odisha Reporter.



from Odisha Reporter https://ift.tt/2XRNaLT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages