କାବୁଲ: ଆଫଗାନିସ୍ତାନରେ ଲାଗୁ ହୋଇଛି ଶରିଆ ଆଇନ୍। ଏବେ ଏହି ଆଇନରେ ହିଁ ଦେଶ ଚାଲିବ। ଏନେଇ ତାଲିବାନ ଘୋଷଣା କରିଛି। ମଙ୍ଗଳବାର ରାତିରେ ତାଲିବାରନ ସରକାର ଗଠନ ହୋଇଛି। ତାଲିବାନର ଏହି ନୂଆ କ୍ୟାବିନେଟ୍ରେ ଅନେକ ଏଭଳି ମୁହଁ ରହିଛି, ଯାହାଙ୍କ ନାଁ ବିଶ୍ୱ ଆତଙ୍କବାଦୀ ହିଟ୍ ଲିଷ୍ଟରେ ସାମିଲରେ ଅଛି। କ୍ୟାବିନେଟ ଘୋଷଣା ସହ ତାଲିବାନ ତା’ର ନୂଆ ନୀତିର ମଧ୍ୟ ଘୋଷଣା କରିଛି। ଆଫଗାନିସ୍ତାନରେ ଏବେ ଶରିଆ ଆଇନ ଅନୁଯାୟୀ ଶାସନ ଚାଲିବ ବୋଲି ତାଲିବାନ କହିଛି।
କେହି ବି ଭବିଷ୍ୟତ ନେଇ ଚିନ୍ତା କରନ୍ତୁ ନାହିଁ। ଆଇନ ଅନୁଯାୟୀ ଦେଶର ସମସ୍ୟା ସମାଧାନ କରାଯିବ। ଗତ ଦୁଇ ଦଶକ ଧରି ଆମେ ସଂଘର୍ଷ କରିଛୁ। ଏହି ସଂଘର୍ଷର ଏକମାତ୍ର ଉଦ୍ଦେଶ୍ୟ ଥିଲା ପ୍ରଥମେ ବିଦେଶୀ ସୈନ୍ୟଙ୍କୁ ଦେଶରୁ ବାହାର କରିବା ଏବଂ ପରେ ନିଜ ଇସ୍ଲାମିକ ବ୍ୟବସ୍ଥା ଲାଗୁ କରିବା ବୋଲି ତାଲିବାନ କହିଛି।
ଇସଲାମିକ ଦେଶର କାହାରି ସହିତ କୌଣସି ଅସୁବିଧା ନାହିଁ, ବିଦେଶୀ ଦେଶମାନେ ମଧ୍ୟ ଆଫଗାନିସ୍ତାନରେ ନିଜର ଦୂତାବାସ ପୁଣି ଆରମ୍ଭ କରିବା ଉଚିତ୍। ଏଥିସହ ଆଫଗାନିସ୍ତନ ନଛାଡିବା ପାଇଁ ଲୋକଙ୍କୁ ତାଲିବାନ ନିବେଦନ କରିଛି।
ତାଲିବାନର ମୁଖ୍ୟ ମୁଖପାତ୍ର ଜାବିବୁଲ୍ଲା ମୁଜାହିଦ୍ କହିଛନ୍ତି, ଏହା ଅଧୀନରେ ଭବିଷ୍ୟତରେ ଆଫଗାନିସ୍ତାନରେ ସରକାର ଏବଂ ସାଧାରଣ ଲୋକଙ୍କ ଜୀବନ ଶରିଆ ଆଇନ ଅନୁଯାୟୀ ଚାଲିବ। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ନୂତନ ସରକାରଙ୍କ ପ୍ରୟାସ ଚାଲିଛି ଏବଂ ଆଗକୁ ପରିବେଶ ଆହୁରି ସୁଦୃଢ଼ ହେବ।
ତାଲିବାନ ନିଶ୍ଚିତ କରିଛି ଯେ ଦେଶର ସମସ୍ତ ସ୍କଲର୍ସ, ପ୍ରଫେସର, ଡାକ୍ତର ଏବଂ ଅନ୍ୟ ବୃତ୍ତିଗତ ବ୍ୟକ୍ତିଙ୍କ ଯତ୍ନ ନିଆଯିବ। ସମସ୍ତଙ୍କ ଠାରୁ ସେମାନଙ୍କ ପରାମର୍ଶ ମଗାଯିବ ଏବଂ ସେମାନଙ୍କ କାର୍ଯ୍ୟକୁ ପ୍ରୋତ୍ସାହନ ଦିଆଯିବ।
ସୂଚନାଯୋଗ୍ୟ, ଅଗଷ୍ଟ ୧୫ରେ ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ବର୍ତ୍ତମାନ ନିଜ ସରକାର ଘୋଷଣା କରିଛି। ଆଫଗାନରେ ଆରମ୍ଭ ହୋଇଥିବା ତାଲିବାନୀ ଶାସନର କମାଣ ସଂଗଠନ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କୁ ଦେଇଛି। ସେ ତାଲିବାନୀ ଶାସନର ମୁଖ୍ୟ ଭାବେ କାମ କରିବେ। ସେହିପରି ତାଙ୍କ ଡେପୁଟି ଭାବେ ମୁଲ୍ଲା ଅବଦୁଲ ଘନି ବରାଦର ଓ ମୌଲବୀ ହନାଫୀଙ୍କୁ ନିଯୁକ୍ତି ମିଳିଛି।
The post ଶରିଆ ଆଇନ୍ରେ ଚାଲିବ ଆଫଗାନିସ୍ତାନ appeared first on Odisha Reporter.
from Odisha Reporter https://ift.tt/38R9mbo
No comments:
Post a Comment