‘୨ ଦିନରେ ସ୍ଥିର ହେବ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 8, 2021

‘୨ ଦିନରେ ସ୍ଥିର ହେବ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାର୍ବଣ କଟକଣାକୁ ତୀବ୍ର ବିରୋଧ ପରେ ଶେଷରେ ସାମାନ୍ୟ ନରମିଛନ୍ତି ରାଜ୍ୟ ସରକାର। ପାର୍ବଣ ସମୟରେ ମା’ ଦୁର୍ଗାଙ୍କ ୪ ଫୁଟ୍‌ ଉଚ୍ଚତାର ମୂର୍ତ୍ତି ସହ ଆବଦ୍ଧ ପୂଜା ପାଇଁ ଜାରି ହୋଇଥିବା ଗାଇଡଲାଇନ୍‌କୁ ନେଇ ସାମାନ୍ୟ କୋହଳ ମନୋଭାବ ମଧ୍ୟ ପୋଷଣ କରିଛନ୍ତି ।  ଆସନ୍ତା ୨ ଦିନ ମଧ୍ୟରେ ମୂର୍ତ୍ତିର ଉଚ୍ଚତା ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଜି ଲୋକସେବା ଭବନରେ ଆୟୋଜିତ ବୈଠକରେ କୁହାଯାଇଛି।  ଏହାବାଦ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଆବଦ୍ଧ ଭାବେ ପୂଜା କରାଯିବ ନା ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇବେ ସେତେବେଳର କରୋନା ସ୍ଥିତି ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

ଦୁର୍ଗା ପୂଜାରେ ମା’ଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ ଉଚ୍ଚତାରେ ରହିବା ସହ ଆବଦ୍ଧ ପୂଜା ପାଇଁ ସରକାରଙ୍କ ଦ୍ୱାରା ଲାଗୁ କଟକଣାକୁ କଟକର ବିଭିନ୍ନ ପୂଜା ଅନୁଷ୍ଠାନ ପକ୍ଷରୁ  ତୀବ୍ର ବିରୋଧ କରାଯାଇଥିଲା।   ସରକାର ନିୟମ କୋହଳ ନ କଲେ  ଆସନ୍ତା ୧୩ ତାରିଖରେ କଟକ ବନ୍ଦ ନିମନ୍ତେ ବିଜେପି ପକ୍ଷରୁ ଡାକରା ଦିଆଯାଇଛି।

ବିବାଦ କ୍ରମଶଃ ଘନୀଭୂତ ହେବାକୁ ଲାଗିବାରୁ ଏହାର ସମାଧାନ ନିମନ୍ତେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ ସରକାର। କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ମୁଖ୍ୟ ଶାସନ ସଚିବ ଓ SRCଙ୍କ ସହ  ମିଟିଂ ପାଇଁ ଆମନ୍ତ୍ରଣ କରାଯାଇଥିଲା।

ଆଜି ସକାଳେ ଲୋକସେବା ଭବନରେ ଉଭୟ ପକ୍ଷ ମଧ୍ୟରେ ଆଲୋନଚା ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ, ଉପମୁଖ୍ୟ ଶାସନ ସଚିବ, କିଛି ନିର୍ବାଚିତ ପ୍ରତିନିଧି, ସାମାଜିକ କର୍ମୀ, କଟକ ମହାନଗର ଶାନ୍ତି କମିଟି, କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି, ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ।

ବୈଠକ ଶେଷ ପରେ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି,  ମୂର୍ତ୍ତି ଉଚ୍ଚତା ନେଇ ୨ ଦିନ ଭିତରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଆବଦ୍ଧ ପୂଜାକୁ ନେଇ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନେବେ ସରକାର । ପୂଜା ଆଉ ମାସେ ଅଛି, ସେତେବେଳର ସ୍ଥିତି ଅନୁସାରେ ନିଷ୍ପତ୍ତି ନିଆଯିବ।

ଏଥିସହ ସେ କହିଛନ୍ତି, କଟକବାସୀଙ୍କ ଭାବାବେଗକୁ ସରକାର ସକରାତ୍ମକ ରୂପେ ଗ୍ରହଣ କରିଛନ୍ତି ବୋଲି ବିଶ୍ୱାସ ହେଉଛି। କୋଭିଡ ଗାଇଡଲାଇନ୍‌ ଭିତରେ ଭକ୍ତ ଦର୍ଶନ ପାଇଁ ଅନୁମତି ମିଳୁ ବୋଲି ଦାବି ଜଣାଇଛୁ। ଆମ ପାଇଁ ମଧ୍ୟ ପ୍ରତି ଜୀବନ ମୂଲ୍ୟବାନ । ତେଣୁ ସରକାରଙ୍କ ସହ ଆମେ ଏକମତ । ତେଣୁ ପୂଜା ସମୟରେ ସେବେକାର କରୋନା ସ୍ଥିତିକୁ ଦେଖି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନା ନାହିଁ ତାହା ସ୍ଥିର କରାଯିବ।  ଏହି ନିୟମ ସମଗ୍ର ରାଜ୍ୟରେ ଲାଗୁ ହେବ।   

 

The post ‘୨ ଦିନରେ ସ୍ଥିର ହେବ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା’ appeared first on Odisha Reporter.



from Odisha Reporter https://ift.tt/3h9lb1a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages