ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୁଧବାର ହୋଇଥିବା ଘୂର୍ଣ୍ଣିବଳୟ ମିଆଁମାର ଉପକୂଳ ଓ ତତ୍ସଂଲଗ୍ନ ମାର୍ଟାବାନ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗରୁ ମିଳିଥିବା ତଥ୍ୟକୁ ଉଲ୍ଲେଖ କରି ଗତକାଲି ସ୍ୱତନ୍ତ୍ର ରିଲିଫ୍ କମିଶନ (ଏସଆରସି)ଙ୍କ ଅଫିସ କହିଥିଲା ଯେ, ମିଆଁମାର ଉପକୂଳରେ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ତା’ ପ୍ରଭାବରେ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ ୨୪ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୫ରୁ ୨୭ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ସୂଚନାଯୋଗ୍ୟ, ଚଳିତ ମାସରେ ଭଲ ବର୍ଷା ସତ୍ତ୍ୱେ ରାଜ୍ୟର ୬ଟି ଜିଲ୍ଲା- କେନ୍ଦୁଝର, ଦେବଗଡ଼, ଭଦ୍ରକ, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ଚଳିତ ମୌସୁମୀରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଏହି ସବୁ ଜିଲ୍ଲାରେ ହାରାହାରି ବର୍ଷା ତୁଳନାରେ ୧୯ରୁ ୩୯ ପ୍ରତିଶତ କମ୍ ବର୍ଷା ହୋଇଛି। ସମଗ୍ର ରାଜ୍ୟରେ ଜୁନରୁ ଆଜି ପର୍ଯ୍ୟନ୍ତ ହାରାହାରି ୮.୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ବୋଲି ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।
ଗତକାଲିର ଘୁର୍ନି-ବଳୟ ମିଆଁମାର ଉପକୂଳ ତତସଂଲଗ୍ନ ମାର୍ଟାବାନ୍ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି | ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି, ଉତ୍ତର-ପୂର୍ବ ଏବଂ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବା ପରେ ,ଏହାର ପ୍ରଭାବରେ #୨୪ତାରିଖ ସନ୍ଧ୍ୟା ବେଳକୁ, ସମାନ ଅଞ୍ଚଳରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି | pic.twitter.com/nXFJ81xSC8
— Meteorological Centre, Bhubaneswar (@mcbbsr) September 23, 2021
The post ୨୪ରେ ଲଘୁଚାପ କ୍ଷେତ୍ର, ୨୫ରୁ ପୁଣି ବର୍ଷା appeared first on Odisha Reporter.
from Odisha Reporter https://ift.tt/3nZ09Xh
No comments:
Post a Comment