ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ସଂଘବଦ୍ଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଉ ଏହା ପରେ ଅଭିଯୁକ୍ତମାନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଗାଁ ଲୋକେ। ଫଳରେ ଗାଁରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର କୋଦଳାରେ।
ଆଜି ସକାଳେ କୋଦଳାର ଖଦଳା ସାହିର କାଳୁ ନାହାକ ଦୋକାନରୁ ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। କୋଦଳା ରେଞ୍ଜରଙ୍କ ବଙ୍ଗଳା ସାମ୍ନାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ ହିଁ କାଳୁଙ୍କ ପ୍ରାଣପାୟୁ ଉଡ଼ି ଯାଇଥିଲା। ଏହି ଆକ୍ରମଣରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ଏହି ଘଟଣା ପରେ ସ୍ଥାନୀୟ ଲୋକେ ରାଗି ଯାଇଥିଲେ। ସେମାନେ ଅଭିଯୁକ୍ତମାନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ୩ଟି ଘରେ ଗାଁ ଲୋକେ ନିଆଁ ଲଗାଇ ଦେଇଥିଲେ। ଏହା ସହିତ ଟାୟାର ଜାଳି ଓ କାଠ ଗଣ୍ଡି ପକାଇ ଗାଁ ଲୋକେ କୋଦଳା ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି। ଗାଁରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଖବର ପାଇ ପୁରୁଷୋତ୍ତମ ପୁର ଏସଡିପିଓ ଏବଂ କୋଦଳା ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ କରୁଛନ୍ତି।
ଖବର ଲେଖାଯିବା ସୁଦ୍ଧା ରାସ୍ତାରେ କାଳୁଙ୍କ ମୃତଦେହ ରାସ୍ତାରେ ପଡ଼ି ରହିଥିଲା। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
The post ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଘର ଜାଲି ଦେଲେ ଲୋକେ appeared first on Odisha Reporter.
from Odisha Reporter https://ift.tt/3nKXTm6
No comments:
Post a Comment