କମୁଛି ବିଭିନ୍ନ ନଦୀର ଜଳସ୍ତର; ଏବେବି ପାଣିଘେରରେ ବିଭିନ୍ନ ଗାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 18, 2021

କମୁଛି ବିଭିନ୍ନ ନଦୀର ଜଳସ୍ତର; ଏବେବି ପାଣିଘେରରେ ବିଭିନ୍ନ ଗାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବର୍ଷା କମିବା ପରେ ସେଗୁଡ଼ିକର ଜଳସ୍ତର ହ୍ରାସ ପାଉଛି। ମହାନଦୀରେ ଜଳସ୍ତର କମୁଥିବା ବେଳେ ବୁଢ଼ାବଳଙ୍ଗ, ଇବ୍, ଋଷିକଲ୍ୟା, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ବୈତରଣୀ ସମେତ ପ୍ରାୟ ସବୁ ନଦୀର ଜଳସ୍ତର ହ୍ରାସ ପାଉଛି।

ହୀରାକୁଦର ଜଳସ୍ତର ହ୍ରାସପାଉଥିବା ବେଳେ ଜଳଭଣ୍ଡାରର ଆଉ ୪ଟି ଗେଟକୁ ବନ୍ଦ କରି ଦିଆଯାଇଛି।  ଏବେ୮ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମିଛି। ଆଜି ସକାଳ ୬ଟା ସୁଦ୍ଧା ସେଠାରେ ୧୨ଟି ଗେଟ୍ ଖୋଲା ଥିଲା। ଆଉ ସେତେବେଳେ ଜଳଭଣ୍ଡାରକୁ ୨ ଲକ୍ଷ ୩୭ ହଜାର ୫୮୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୪ ହଜାର ୮୭୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା।

ବିଭିନ୍ନ ନଦୀରେ ଜଳ ପତ୍ତନ ହ୍ରାସ ପାଉଥିଲେ ମଧ୍ୟ ବନ୍ୟାଜଳ ନିଷ୍କାସନ ହୋଇପାରୁ ନଥିବାରୁ ବିଭିନ୍ନ ଗାଁକୁ ଏବେବି ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି। ନଦୀ କୂଳରେ ରହିଥିବା ବହୁ ଗାଁ ପାଣିଘେରରେ ରହିଥିବାରୁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାପକ ଅଞ୍ଚଳରେ ଚାଷଜମି ପ୍ରଭାବିତ ହୋଇଥିବାରୁ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି।

ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଯାଇଛି। ଜିଲ୍ଲାର ରେମୁଣା, ବସ୍ତା, ବାଲିଆପାଳ, ଭୋଗରାଇ ଓ ବାଲେଶ୍ୱର ସଦର ବ୍ଲକରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡ଼ିଯାଇଛି। ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।

ଲଗାଣ ବର୍ଷା ଯୋଗୁ ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଦେବୀ ଓ ତା’ର ଶାଖାନଦୀର ବନ୍ଧରେ ବିଭିନ୍ନ ସ୍ଥାନରେ ମାଟି ଧୋଇଯାଇଛି। ଫଳରେ ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ୬ ଦିନ ହେଲା ଏହି ନଦୀବନ୍ଧ ଧସେଇ ପଡ଼ିଥିବା ବେଳେ ସ୍ଥାନୀୟ ଜଳ ସମ୍ପଦ ବିଭାଗ ଏପର୍ଯ୍ୟନ୍ତ ବନ୍ଧ ମରାମତି କରିନଥିବା ଯୋଗୁ ଆଖପାଖ ଅଞ୍ଚଳର ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି। ବିଶେଷକରି ଅସ୍ତରଙ୍ଗର ଅସନ, କାଳିଆକଣ ଆଦି ଏକାଧିକ ସ୍ଥାନରେ ଦେବୀ ନଦୀବନ୍ଧ ଭୁଶୁଡି ପଡିଛି। ଝାଡ଼ଲିଙ୍ଗ ଲୁଣାବନ୍ଧରେ ବିଭିନ୍ନ ସ୍ଥାନରେ ମଧ୍ୟ ବନ୍ଧ ଖାଇ ଯାଇଥିବା ଦେଖିବାକୁ ମିଳିଛି। ତେବେ ଏନେଇ ସ୍ଥାନୀୟ ଜଳସମ୍ପଦ ବିଭାଗ ପକ୍ଷରୁ କୋଣସି ପ୍ରତିକ୍ରିୟା ମିଳି ପାରିନାହିଁ।

 

The post କମୁଛି ବିଭିନ୍ନ ନଦୀର ଜଳସ୍ତର; ଏବେବି ପାଣିଘେରରେ ବିଭିନ୍ନ ଗାଁ appeared first on Odisha Reporter.



from Odisha Reporter https://ift.tt/3AnbMKM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages