ବାଇକ୍ ଡିକି ତାଡ଼ି ୩୦ହଜାର ଟଙ୍କା ଲୁଟି ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 18, 2021

ବାଇକ୍ ଡିକି ତାଡ଼ି ୩୦ହଜାର ଟଙ୍କା ଲୁଟି ନେଲେ

ବାଲିଗୁଡ଼ା(ଅଜିତ ନାୟକ): ଏଟିଏମରୁ  ୩୦ ହଜାର ଟଙ୍କା ଉଠାଇ ନିଜ ବାଇକ ଡିକିରେ ରଖିଥିଲେ। ତା’ପରେ କିଛି ଜିନିଷ କିଣିବାକୁ ଗାଡ଼ି ରଖି ପାଖ ଦୋକାନକୁ ଯାଇଥିଲେ। ହେଲେ ଫେରିଲାବେଳକୁ ଡିକି ତଡ଼ା ହୋଇ ଟଙ୍କା ଲୁଟ ହୋଇଥିବା ଦେଖିବାକୁ ପାଇଲେ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଘଟିଛି ଏହି ଘଟଣା। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଖୋଳତାଡ଼ କରୁଛି।

ଅଭିଯୋଗ ଅନୁଯାୟୀ, ଜଗେରମାହା ଗାଁର ହାରନ ଦିଗାଲ ଗତକାଲି ଅପରାହ୍ଣ ପ୍ରାୟ ୪ଟା ବେଳେ ଏସବିଆଇ ଏଟିଏମରୁ ୩୦ ହଜାର ଟଙ୍କା ଉଠାଇ ନିଜ ବାଇକ ଡିକିରେ ରଖିଥିଲେ। ଗାଡ଼ି ରଖି ପାଖ ଦୋକାନକୁ ଯାଇଥିବା ସମୟରେ ଦୁର୍ବୃତ୍ତମାନେ ବାଇକ ଡିକି ତାଡ଼ି ୩୦ହଜାର ଟଙ୍କା ଲୁଟି ନେଇଥିଲେ।

ହାରନ ଆସି ଦେଖିଲା ବେଳକୁ ତାଙ୍କ ଡିକି ଖୋଲାଥିଲା ଓ ସେଥିରେ ରଖିଥିବା ୩୦ ହଜାର ଟଙ୍କା ନଥିଲା। ଏନେଇ ହାରନ ତୁରନ୍ତ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି।

ବ୍ୟାଙ୍କ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଲୁଟ୍‌ର ପୂରା ଦୃଶ୍ୟ କଏଦ ହୋଇଛି । ଲୁଟ୍‌ ବେଳେ ଦୁଇ ଜଣ ଯୁବକଙ୍କ ସମେତ ଏକ ଛୋଟ ପିଲା ଥିବା ଏଥିରେ ଦେଖିବାକୁ ମିଳିଛି।

 

The post ବାଇକ୍ ଡିକି ତାଡ଼ି ୩୦ହଜାର ଟଙ୍କା ଲୁଟି ନେଲେ appeared first on Odisha Reporter.



from Odisha Reporter https://ift.tt/3lBGERM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages