୫ ଦିନ ପାଇଁ ଆମେରିକା ଗଲେ ମୋଦି, କେଉଁ ଦିନ କାହାକୁ ଭେଟିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

୫ ଦିନ ପାଇଁ ଆମେରିକା ଗଲେ ମୋଦି, କେଉଁ ଦିନ କାହାକୁ ଭେଟିବେ

ନୂଆଦିଲ୍ଲୀ: ଆଜିଠାରୁ ୫ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେ ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି। ସେପ୍ଟେମ୍ବର ୨୬ରେ ସେ ଭାରତ ଫେରିବେ। ମହାମାରୀ କରୋନା କାରଣରୁ ଦୀର୍ଘ ୨ ବର୍ଷ ହେଲାଣି ମୋଦି ବିଦେଶ ଗସ୍ତ କରି ନଥିଲେ।

ଆଜି ପ୍ରଥମଥର ପାଇଁ ସେ ବିଦେଶ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହା ମୋଦି ଓ ବାଇଡେନଙ୍କ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା। ଏହି ସମୟରେ ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ମୋଦି କ୍ୱାଡ ରାଷ୍ଟ୍ରଗୁଡ଼ିକକୁ ନେଇ ଆୟୋଜିତ ସମ୍ମିଳନରେ ମଧ୍ୟ ଯୋଗଦେବେ। କ୍ୱାଡରେ ଭାରତ ଓ ଆମେରିକା ବ୍ୟତୀତ ଜାପାନ ଓ ଅଷ୍ଟ୍ରେଲିଆ ରହିଛନ୍ତି।

ମୋଦିଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା

୨୨ ତାରିଖରେ ମୋଦି କୋଭିଡ-୧୯ ସମ୍ମିଳନୀରେ ଯୋଗଦେବେ।

୨୩ ତାରିଖରେ ସେ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେହିଦିନ ୱାଶିଂଟନରେ ଆମେରିକାର ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ମୋଦି କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ଭେଟିବେ। ମୋଦିଙ୍କ ପାଇଁ ସେହିଦିନ ବାଇଡେନ ଡିନର ପାର୍ଟିର ମଧ୍ୟ ଆୟୋଜନ କରିଛନ୍ତି।

୨୪ ତାରିଖରେ ମୋଦି ଓ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଭାରତ-ଆମେରିକା ସହଭାଗିତା, କରୋନା, ଆଫଗାନିସ୍ତାନ ଓ ସୁରକ୍ଷା ଆଦି ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିବେ। ଏହି ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି କ୍ୱାଡ ରାଷ୍ଟ୍ରମାନଙ୍କୁ ନେଇ ଆୟୋଜିତ ବୈଠକରେ ଯୋଗଦେବେ।

ସେପ୍ଟେମ୍ବର ୨୫ରେ ମୋଦି ୱାଶିଂଟନରେ ବିଭିନ୍ନ କାର୍ଯ୍ୟକ୍ରମ ଶେଷ କରିବା ପରେ ନ୍ୟୁୟର୍କ ଯିବେ। ସେଠାରେ ଆୟୋଜିତ ୭୬ତମ ମିଳିତ ଜାତିସଂଘର ସାଧାରଣ ଆସେମ୍ୱ୍ଲିରେ ପୂରା ବିଶ୍ୱକୁ ସମ୍ବୋଧନ କରିବେ। ଭାରତୀୟ ସମୟ ସନ୍ଧ୍ୟା ୬.୩୦ରେ ସେ ନିଜର ମତ ମିଳିତ ଜାତିସଂଘ ଆଗରେ ଉପସ୍ଥାପନ କରିବେ।

ସେପ୍ଟେମ୍ବର ୨୬ ତାରିଖରେ ସେ ଭାରିତ ଫେରିବେ ବୋଲି ଜଣାପଡ଼ିଛି।

The post ୫ ଦିନ ପାଇଁ ଆମେରିକା ଗଲେ ମୋଦି, କେଉଁ ଦିନ କାହାକୁ ଭେଟିବେ appeared first on Odisha Reporter.



from Odisha Reporter https://ift.tt/3zsOX75

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages