୩୦୦ ଟଙ୍କାରେ କିଣିଥିଲେ ଲଟେରି ଟିକେଟ, ୧୨ କୋଟି ଜିତିଲେ ଅଟୋ ଡ୍ରାଇଭର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

୩୦୦ ଟଙ୍କାରେ କିଣିଥିଲେ ଲଟେରି ଟିକେଟ, ୧୨ କୋଟି ଜିତିଲେ ଅଟୋ ଡ୍ରାଇଭର

କୋଚି: ଗୋଟିଏ ଲଟେରି ଟିକେଟ ଜଣେ ଅଟୋ ଡ୍ରାଇଭରଙ୍କ ଭାଗ୍ୟ ବଦଳାଇ ଦେଇଛି। ଲକ୍ଷେ କି ଦୁଇ ଲକ୍ଷେ ନୁହେଁ ଗୋଟିଏ ଲଟେର ଟିକେଟ ପାଇଁ ଅଟୋ ଡ୍ରାଇଭର ଜଣଙ୍କ ଏକାଥରକେ ୧୨ କୋଟି ଟଙ୍କା ଜିତିଛନ୍ତି। କେରଳ ଏର୍ଣ୍ଣାକୁଲମରେ ଏପରି ଘଟଣା ଘଟିଛି। ରାଜ୍ୟ ସରକାରଙ୍କ ଥିରୁଓନାମ ବମ୍ପର ଲଟେରି ଜରିଆରେ ଜୟପାଲନ ପିଆର୍ ନାମକ ଅଟୋ ଡ୍ରାଇଭର ଜଣଙ୍କ ଏତେ ପରିମାଣର ଟଙ୍କା ଜିତିବାକୁ ସକ୍ଷମ ହୋଇଛନ୍ତି।

କୋଚିର ମାରାଡୁରେ ରହୁଥିବା ଜୟପାଲନ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଅର୍ଜିନାଲ ଟିକେଟକୁ ନିକଟସ୍ଥ ବ୍ୟାଙ୍କରେ ଜମା କରି ଟଙ୍କା ପାଇଁ ଦାବି ଜଣାଇଛନ୍ତି। ପୁରସ୍କାର ପାଇଁ ବିବେଚିତ ଲଟେରି ନମ୍ବର ଗୁଡ଼ିକ ରବିବାର ଘୋଷଣା କରାଯାଇଥିଲା। ହେଲେ ଏହାର ଦିନକରେ ପରେ ହିଁ ଜୟପାଲନ ଖବରକାଗଜରୁ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ସେ ନିଜ ଟିକେଟ ସହ ବ୍ୟାଙ୍କରେ ପହଞ୍ଚି ଟଙ୍କା ମାଗିଛନ୍ତି। ଏବେ ବ୍ୟାଙ୍କ ପକ୍ଷରୁ ଟିକସ କାଟଛାଣ୍ଟ କରି ତାଙ୍କୁ ୭.୪ କୋଟି ଟଙ୍କା ପ୍ରଦାନ କରାଯିବ।

ଜୟପାଲନ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଇନ୍ତି। ସେ କହିଛନ୍ତି ଯେ ଏହି ଲଟେରି ଟିକେଟକୁ ସେ ମୀନାକ୍ଷୀ ଲକି ସେଣ୍ଟରରୁ ଆଣିଥିଲେ। ଟିକେଟରେ ଥିବା ନମ୍ବରଟି ତାଙ୍କୁ ଭଲ ଲାଗିବାରୁ ସେ ୩୦୦ ଟଙ୍କା ଦେଇ ଏହାକୁ କିଣିଥିଲେ। ପୂର୍ବରୁ ମଧ୍ୟ ସେ ଅନେକ ଥର ଲଟେରି ଟିକେଟ କିଣିଥିଲା। ଥରେ ସେ ୫ ହଜାର ଟଙ୍କା ମଧ୍ୟ ଜିତିବାକୁ ସକ୍ଷମ ହୋଇଥିଲେ।

ରବିବାର ମଧ୍ୟାହ୍ନ ସମୟରେ କେରଳ ସରକାରଙ୍କ ଦୁଇ ଜଣ ମନ୍ତ୍ରୀ ଥିରୁଭନନ୍ତପୁରମରେ ଲକି ଟିକେଟର ବିଜେତାଙ୍କ ନମ୍ବର ଘୋଷଣା କରିଥିଲେ। ଜୟପାଲନ ଟିଭିରେ ତାଙ୍କ ନମ୍ବର ୧୨ କୋଟି ଟଙ୍କା ଜିତିଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ତାଙ୍କ ପୁଅଙ୍କୁ ଟିକେଟ ଆଣିବାକୁ କହିଥିଲେ।

କିନ୍ତୁ ସେ ହଠାତ୍‌ ଏହାକୁ ବିଶ୍ୱାସ କରିପାରି ନଥିଲେ। ସେହିପରି କାହାକୁ ମଧ୍ୟ ଏକଥା କହି ନଥିଲେ। ସୋମବାର ସେ ଖବରକାଗଜରେ ପ୍ରକାଶିତ ନମ୍ବରକୁ ଆଉଥରେ ନିଜ ଟିକେଟ ସହ ମିଳାଇଥିଲେ। ଶେଷରେ ସେ ବିଜୟୀ ବୋଲି ନିଶ୍ଚିତ ହେବା ପରେ ନିକଟସ୍ଥ ବ୍ୟାଙ୍କରେ ଟିକେଟ ଦେଖାଇ ପୁରସ୍କାର ରାଶି ପାଇବାକୁ ଦାବି କରିଥିଲେ।

ଜୟପାଲନ କହିଛନ୍ତି, ଏହି ଟଙ୍କାରେ ସେ ପ୍ରଥମେ ତାଙ୍କର ଋଣ ଶୁଝିବେ। ସେହିପରି କୋର୍ଟରେ ଚାଲିଥିବା ଦୁଇଟି ସିଭିଲ କେସ୍‌ ମଧ୍ୟ ଏହି ଟଙ୍କା ଦ୍ୱାରା ରଫାଦଫା କରିବାକୁ ସେ ଲକ୍ଷ୍ୟ ରହିଛନ୍ତି। ଏହାପରେ ନିଜ ପିଲାମାନଙ୍କୁ ଭଲ ଶିକ୍ଷା ଦେବା ପାଇଁ ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଜେତାଙ୍କୁ ନେଇ ଏହାପୂର୍ବରୁ ଦ୍ୱନ୍ଦ୍ୱ ଦେଖା ଯାଇଥିଲା। କେରଳ ୱାୟନାଡରୁ ଯାଇ ଦୁବାଇରେ କାମ କରୁଥିବା ଜଣେ ରୋଷେୟା ସୟିଦ ଅଲାଭି ବମ୍ପର ଲଟେରି ଟିକେଟର ବିଜେତା ବୋଲି ଦାବି କରିଥିଲେ। ତାଙ୍କ ବନ୍ଧୁ ଏପରି ସୂଚନା ଦେଇଥିବା ସେ ସମସ୍ତଙ୍କୁ ଜଣାଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ସୟିଦଙ୍କ ବନ୍ଧୁ କେବଳ ମଜା କରୁଥିବା ଜଣାପଡ଼ିଥିଲା।

The post ୩୦୦ ଟଙ୍କାରେ କିଣିଥିଲେ ଲଟେରି ଟିକେଟ, ୧୨ କୋଟି ଜିତିଲେ ଅଟୋ ଡ୍ରାଇଭର appeared first on Odisha Reporter.



from Odisha Reporter https://ift.tt/3lK76Zr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages