ରାସ୍ତାକଡ଼ରୁ ଡେଲିଭରି ବୟର ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 1, 2021

ରାସ୍ତାକଡ଼ରୁ ଡେଲିଭରି ବୟର ମୃତଦେହ ଉଦ୍ଧାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି।

ସାନ୍ତନୁ ପାଣ୍ଡରାରେ ରହୁଥିବା ବେଳେ ଅନଲାଇନ୍ ଡେଲିଭରି ବୟ ଭାବେ କାମ କରୁଥିଲେ। ତାଙ୍କ ମୃତଦେହ ନିକଟରେ  ଏକ ସାର୍ଟ ପଡ଼ିଥିବା ବେଳେ ତାଙ୍କ ଶରୀରର ଅନେକ ସ୍ଥାନରେ ଟାଟୁ ରହିଛି। ତେବେ  କିପରି ତାଙ୍କର ମୃତ୍ୟୁ ଘଟିଲା, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ମୃତଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଯୁବକଙ୍କ ଜଣଙ୍କ ଅନ୍‌ଲାଇନ୍ ଡେଲିଭରି ଦେବାକୁ ଆସିଥିଲେ। ସେହି ସମୟରେ  ତାଙ୍କ ସହ କିଛି ଅଘଟଣ ଘଟିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।  ନୟାପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

The post ରାସ୍ତାକଡ଼ରୁ ଡେଲିଭରି ବୟର ମୃତଦେହ ଉଦ୍ଧାର appeared first on Odisha Reporter.



from Odisha Reporter https://ift.tt/3jCSHhH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages