ଦେଶରେ ଦିନକରେ ୧୨% ବଢ଼ିଲା କରୋନା ମାମଲା, କେରଳରୁ ସର୍ବାଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 1, 2021

ଦେଶରେ ଦିନକରେ ୧୨% ବଢ଼ିଲା କରୋନା ମାମଲା, କେରଳରୁ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନା ସଙ୍କଟ। ପୁଣି ଉପର ମୁହାଁ ହେଉଛି କରୋନା ଗ୍ରାଫ। ପୂର୍ବ ଦିନ ଠାରୁ ଦେଶରେ ୧୨ ପ୍ରତିଶତ କରୋନା ମାମଲା ବଢ଼ିଛି। ଦିନକରେ ପୁଣି ୪୭ ହଜାର ୯୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରେ କେରଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି।

ଦେଶରେ ୪୬ ହଜାର ମାମଲା ହୋଇଥିବା କେବଳ କେରଳରୁ ୩୨ ହଜାର ୮୦୨ କରୋନା ସଂକ୍ରମିତ ସାମ୍ନାକୁ ଆସିଛନ୍ତି । ସେହିପରି ଦେଶରେ ଦିନକରେ ୫୦୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ସେଥରୁ କେବଳ କେରଳରୁ  ୧୭୩ ଜଣଙ୍କ ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଏବେ ସକ୍ରିୟ ମାମଲା ୧.୧୯ ପ୍ରତିଶତ ରହିଛି। ଭାରତରେ ୩,୮୯,୫୮୩ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

ସେହିପରି ସୁସ୍ଥ ହାର ୯୭.୪୮ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୩୪ ହଜାର ୧୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩,୨୦,୨୮,୮୨୫ ରହିଛି। ସମୁଦାୟ ମୃତ୍ୟୁ ସଂଖ୍ୟା ୪,୩୯,୫୨୯ ରହିଛି। ଦେଶରେ ମୋଟ କରୋନା ମାମଲା ୩,୨୮,୫୭, ୯୩୭ ରହିଛି।

କରୋନାକୁ ମାତ୍‌ ଦେବା ପାଇଁ ଦେଶରେ ଜୋରଦାର ଜାରି ରହିଛି ଟିକାକରଣ। ବର୍ତ୍ତମାନ ଯାଏଁ ୫୨ କୋଟି ୪୮ ଲକ୍ଷ ଲୋକଙ୍କୁ ଟିକା ଦିଆ ସରିଛି।

The post ଦେଶରେ ଦିନକରେ ୧୨% ବଢ଼ିଲା କରୋନା ମାମଲା, କେରଳରୁ ସର୍ବାଧିକ appeared first on Odisha Reporter.



from Odisha Reporter https://ift.tt/3gX5QAx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages