ଜୟପୁର(ଟି.ଗୌରିଶଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ସଂଘବଦ୍ଧ ଭାବରେ ପୁଅକୁ ବୀଭତ୍ସ ଭାବରେ ହତ୍ୟା କରାଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ଘଟୁଆଳ ଗୁଡ଼ା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଫକୀର ବିଶୋଇ। ବାପା ଦୟାନିଧି ବିଶୋଇଙ୍କୁ ବୋରିଗୁମ୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ପୁଲିସ ଗାଁର ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗାଁରେ ପୂଜା ଚାଲିଥିଲା। ଏହି ସମୟରେ ଗାଁର କିଛି ଲୋକ ଫକୀର ଓ ତାଙ୍କ ବାପାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପୁଅ ଫକୀରଙ୍କର ମୃତ୍ୟୁ ଘଟିଥିଲା। ଦୟାନିଧିଙ୍କୁ ପ୍ରଥମେ କୁମୁଲି ଗୋଷ୍ଠୀକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୋରିଗୁମ୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ବିସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଗତକାଲି ସନ୍ଧ୍ୟାଠାରୁ ଫକୀରଙ୍କ ମୃତଦେହ ଗାଁ ଦାଣ୍ଡରେ ପଡ଼ି ରହିଛି।
The post ଗାଁ ଦାଣ୍ଡରେ ପଡ଼ିଛି ପୁଅ ମୃତଦେହ, ମେଡିକାଲରେ ବାପା appeared first on Odisha Reporter.
from Odisha Reporter https://ift.tt/3kYRcdk
No comments:
Post a Comment