୨ ସ୍କୁଲର ୩୪ ପିଲା ପଜିଟିଭ, ୭ ଦିନ ବନ୍ଦ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 7, 2021

୨ ସ୍କୁଲର ୩୪ ପିଲା ପଜିଟିଭ, ୭ ଦିନ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା  କଟକଣା ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସ୍କୁଲ, କଲେଜ କିଛି ଦିନ ହେବ ଖୋଲିଛି। ଏପରି ସ୍ଥିତିରେ ଏତେ ସଂଖ୍ୟକ ପଜିଟିଭ ବାହାରିବା ଘଟଣା ଯୋଗୁ ଅଭିଭାବକମାନେ ଭୟଭୀତ ହୋଇ ପଡ଼ିଛନ୍ତି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ କାନପୁରା ହାଇସ୍କୁଲର ସମୁଦାୟ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍କୁଲର କେବଳ ୧୪ ପିଲା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଶିକ୍ଷକ ଓ  ଜଣେ ପିଅନ ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏହି ଘଟଣା ସାମନାକୁ ଆସିବା ପରେ   କାନପୁରା ପଞ୍ଚାୟତିରାଜ ହାଇସ୍କୁଲକୁ ୭ ଦିନ ପାଇଁ ବନ୍ଦ କରି ଦିଆଯାଇଛି। 

ମିଳିଥିବା ସୂଚନା ମୁତାବକ  କାନପୁରା ହାଇସ୍କୁଲ ହଷ୍ଟେଲରେ ପିଲାମାନେ ରହୁଥିବା ବେଳେ ଗତ ୩୧ ତାରିଖରେ ୧୯୭ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା। ଏହାପରେ ୧ ତାରିଖରେ ୧୪୭ ଜଣଙ୍କର ଟେଷ୍ଟ ହୋଇଥିଲା। ୪ ତାରିଖରେ ଆସିଥିବା ରିପୋର୍ଟରେ ୨୦ ଜଣ ପଜିଟିଭ ହୋଇଥିଲେ।

ପଜିଟିଭ ଚିହ୍ନଟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଏବେ ଅଫ୍‌ଲାଇନ୍‌ କ୍ଲାସ୍‌ ବନ୍ଦ ରହିଛି। ଏବେ ଅନଲାଇନ୍‌ରେ ପାଠପଢ଼ା ଚାଲୁଛି। ହେଲେ ଏବେ ୭ ଦିନ ପାଇଁ ସ୍କୁଲ ବନ୍ଦ କରି ଦିଆଯାଇଥିବା ଜଣାଯାଇଛି। ସେହିପରି ବରଗଡ଼ର ଏକ ସ୍କୁଲର ୨୦ ପିଲା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏନେଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ସୂଚନା ପାଇଛୁ । ଇନକ୍ୱାରୀ କରୁଛୁ, ଢେଙ୍କାନାଳ ସିଡିଏମ୍ଓଙ୍କ ସହ ଯୋଗାଯୋଗରେ ଅଛୁ। ବାସ୍ତବ ସ୍ଥିତି ଜାଣିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ।  କୋଭିଡ ଗାଇଡଲାଇନ୍‌ ପାଳନ କରାଯିବ।  ଏଥିସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି ବୋଲି ସେ କହିଛନ୍ତି।

The post ୨ ସ୍କୁଲର ୩୪ ପିଲା ପଜିଟିଭ, ୭ ଦିନ ବନ୍ଦ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/3h53kYT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages