୨ ବର୍ଷୀୟ ଶିଶୁକୁ ଦିଆଗଲା ପ୍ରଥମ କରୋନା ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 7, 2021

୨ ବର୍ଷୀୟ ଶିଶୁକୁ ଦିଆଗଲା ପ୍ରଥମ କରୋନା ଟିକା

ନୂଆଦିଲ୍ଲୀ: ଚାରିଆଡେ ଜାରି ରହିଛି କରୋନା ସଙ୍କଟ। ପୁରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ। କୋଭିଡ-୧୯ ଯୋଗୁଁ ସମସ୍ତେ ଘାଣ୍ଟି ହୋଇଗଲେଣି। ଏହାକୁ ମାତ୍‌ ଦେବାକୁ ଟିକାକରଣ ଜାରି ରହିଛି। ଦେଶରେ ଏବେ ପିଲାଙ୍କୁ ଟିକା ଦେବା ଲାଗି ପରୀକ୍ଷଣ ଚାଲିଛି। ଏହାରି ଭିତରେ ଜଣେ ୨ ବର୍ଷୀୟ ଶିଶୁକୁ ପ୍ରଥମ କରୋନା ଟିକା ଦିଆଯାଇଥିବା ଖବର ସାମ୍ନାକୁ ଆସିଛି।

ପ୍ରଥମ ଦେଶ ରୂପେ କ୍ୟୁବାରେ ଶିଶୁଙ୍କୁ ଟିକା ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବରୁ ଏହି ଛୋଟ ଦେଶରେ ୧୨ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ କାରୋନା ଟିକା ଦେବା ଆରମ୍ଭ କରିଥିଲା। ଏବେ ୨ ବର୍ଷର ପିଲାମାନଙ୍କୁ ଏହି ଟିକା ଦିଆଯାଉଛି। ଶିଶୁଙ୍କୁ ଟିକା ଦେବାରେ ଏହା ବିଶ୍ୱର ପ୍ରଥମ ଦେଶ ହୋଇଛି।

ମିଡିଆ ରିପୋର୍ଟ ମୁତାବକ, କ୍ୟୁବାରେ ଲୋକଙ୍କୁ ବର୍ତ୍ତମାନ କରୋନା ଟିକାର ଦୁଇଟି ଡୋଜ ଦିଆଯାଉଛି। ଏଥିରେ ଅବଦଲା ଏବଂ ସୋବ୍ରାନା ଟିକା ସାମିଲ ଅଛି। ପିଲାମାନଙ୍କ ଉପରେ ଏହି ଟିକାଗୁଡ଼ିକର କ୍ଲିନିକାଲ୍ ପରୀକ୍ଷା ସରିଛି। କିନ୍ତୁ ଏଯାଏଁ ସେମାନେ ପିଲାଙ୍କୁ ଏହି ଟିକା ଦେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ସ୍ୱୀକୃତି ପାଇନାହାଁନ୍ତି।

କ୍ୟୁବାରେ ସେପ୍ଟେମ୍ବର ୩ରେ ୧୨ରୁ ଅଧିକ ବୟସ୍କ ପିଲାଙ୍କୁ କରୋନା ଟିକା ଦେବା ଆରମ୍ଭ ହୋଇଥିଲା। ଏହାପରେ ସୋମବାର ଠାରୁ ଦେଶରେ ୨ରୁ ୧୧ ବର୍ଷୀୟ ପିଲାଙ୍କୁ ଟିକା ଦେବା ଆରମ୍ଭ ହୋଇଛି। କ୍ୟୁବାର ସିଏନଫୁଏଗୋସ୍ ସହରରେ ଏହି ବୟସ ବର୍ଗର ପିଲାମାନଙ୍କୁ ଟିକା ଦିଆଯାଇଛି।

ସୂଚନା ମୁତାବକ, ଦେଶରେ ଏବେ ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ କରୋନା ଟିକା ଉପରେ ଅଧ୍ୟୟନ ଜାରି ରହିଛି। କିଛି ଦେଶରେ ଏହା ଉପରେ ପରୀକ୍ଷା ମଧ୍ୟ ଚାଲିଛି। ଚୀନ୍‌, ସଂଯୁକ୍ତ ଅରବ ଅମିରାତ ଏବଂ ଭେନ୍‌ଜୁଏଲା ଭଳି ଦେଶରେ ଛୋଟ ପିଲାଙ୍କୁ କରୋନା ଟିକା ଦେବା ପାଇଁ ଘୋଷଣା କରାଯାଇଛି, କିନ୍ତୁ ଏଯାଏଁ ଟିକାକରଣ ଆରମ୍ଭ ହୋଇନାହିଁ।

ସେପଟେ ଭାରତରେ ମଧ୍ୟ ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଜାଇଡସ କାଡିଲାର କରୋନା ଟିକା ‘ଜାଇକୋଭ୍‌-ଡି’କୁ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି।

The post ୨ ବର୍ଷୀୟ ଶିଶୁକୁ ଦିଆଗଲା ପ୍ରଥମ କରୋନା ଟିକା appeared first on Odisha Reporter.



from Odisha Reporter https://ift.tt/3n7FFLg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages