‘ଆମାଜନ୍‌ ହେଉଛି ଇଷ୍ଟ ଇଣ୍ଡିଆ କମ୍ପାନୀ ୨.୦’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 27, 2021

‘ଆମାଜନ୍‌ ହେଉଛି ଇଷ୍ଟ ଇଣ୍ଡିଆ କମ୍ପାନୀ ୨.୦’

ନୂଆଦିଲ୍ଲୀ: ଜଣାଶୁଣା ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ପରେ ଏବେ ପାଳି ପଡିଛି ଆମେରିକାର ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ‘ଆମାଜନ’ର। ଆମାଜନ୍‌ ହେଉଛି ଇଷ୍ଟ ଇଣ୍ଡିଆ କମ୍ପାନୀ୨.୦। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପତ୍ରିକା ‘ପଞ୍ଜଜନ୍ୟ’ରେ  ‘ଆମାଜନ୍‌’କୁ ଏଭଳି କହି ଟାର୍ଗେଟ୍‌ କରାଯାଇଛି।

ଗଲା ଅକ୍ଟୋବର ୩ ତାରିଖରେ ମାଗାଜିନ୍‌ କଭର ପେଜରେ ଆମାଜନ୍‌ ସଂସ୍ଥାପକ ତଥା ମୁଖ୍ୟ ଜେଫ୍‌ ବେଜୋସଙ୍କ ଫଟୋ ଛପିଥିଲା। ଏଥିସହ କଭର୍‌ ପେଜ୍‌ରେ ‘#ଆମାଜନ୍‌-ଇଷ୍ଟ ଇଣ୍ଡିଆ କମ୍ପାନୀ୨.୦’ ବୋଲି ଦର୍ଶାଯାଇଛି।

କମ୍ପାନୀ ଏଭଳି କ’ଣ ଭୁଲ୍‌ କାମ କରୁଛି ଯେ ତାଙ୍କୁ ଲାଞ୍ଚ ଦେବାକୁ ପଡୁଛି ବୋଲି ପତ୍ରିକାରେ ପ୍ରଶ୍ନ ପଚରାଯାଇଛି। ଏଥିସହ କାହିଁକି ଲୋକମାନେ ଏଭଳି ଏକ ବିଶାଳକାୟ କମ୍ପାନୀକୁ ସ୍ୱଦେଶୀ ଉଦ୍ୟୋଗ, ଅର୍ଥନୈତିକ ସ୍ୱାଧୀନତା ଏବଂ ସଂସ୍କୃତି ପ୍ରତି ବିପଦ ବୋଲି କୁହନ୍ତି ବୋଲି ମାଗାଜିନ୍‌ ତରଫରୁ ପ୍ରଶ୍ନ ପଚରାଯାଇଛି।

ସୂଚନା ମୁତାବକ, ନିକଟରେ ଆମାଜନ ଦ୍ୱାରା ମୋଟା ଅଙ୍କର ଆଇନ୍‌ ଖର୍ଚ୍ଚ ଦେବାକୁ ନେଇ ପ୍ରଶ୍ନ ଉଠିଥିଲା। ଗତ ସପ୍ତାହରେ ଆମାଜନ ସହ ଜଡିତ ଲାଞ୍ଚ ଅଭିଯୋଗ ବିଶେଷ କରି କମ୍ପାନୀର ଭାରତରେ ଆଇନଗତ ଖର୍ଚ୍ଚ ଆନୁମାନିକ ୮,୫୦୦ କୋଟି ଟଙ୍କା ହେବା ଉପରେ ଉଠିଥିବା ପ୍ରଶ୍ନର ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ ବୋଲି ସରକାର ମଧ୍ୟ କହିଥିଲେ। ସେପଟେ ଲାଞ୍ଚ ଅଭିଯୋଗ ଆସିବା ପରେ ଏହାକୁ ନେଇ କମ୍ପାନୀ ନିଜ ଆଡୁ ମଧ୍ୟ ଅନ୍ତରୀଣ ଯାଞ୍ଚ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ ଆର୍‌ଏସ୍‌ଏସ୍‌ର ପତ୍ରିକା ‘ପଞ୍ଚଜନ୍ୟ’ ପ୍ରସିଦ୍ଧ ଆଇଟି କମ୍ପାନୀ ‘ଇନ୍‌ଫୋସିସ୍‌’କୁ ମଧ୍ୟ ଟାର୍ଗେଟ କରିଥିଲା। ସେପ୍ଟେମ୍ବର ୫ରେ ଇନ୍‌ଫୋସିସ୍‌ ବିରୋଧରେ ଚାରି ପୃଷ୍ଠା ବିଶିଷ୍ଟ କଭର ଷ୍ଟୋରୀ ଛାପିଥିଲା। ଏଥିସହ ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ ଫଟୋକୁ ମଧ୍ୟ କଭର ପେଜ୍‌ରେ ଦେଖିବାକୁ ମିଳିଥିଲା। ଏଥିରେ କମ୍ପାନୀକୁ ଟାର୍ଗେଟ କରି ‘ଉଚ୍ଚା ଦୋକାନ, ଫିକା ଖାଦ୍ୟ’ ଦର୍ଶାଯାଇଥିଲା। ଏଥିସହ ଇନ୍‌ଫୋସିସ୍‌ର ସମ୍ବନ୍ଧ ରାଷ୍ଟ୍ର ବିରୋଧୀଙ୍କ ସହ ରହିଛି ବୋଲି କୁହାଯାଇଥିଲା। ସରକାରଙ୍କ ଟ୍ୟାକ୍ସ ପୋର୍ଟାଲରେ ଇନ୍‌ଫୋସିସ୍‌ ହେରଫେର କରିଥିବା ଅଭିଯୋଗ କରିଥିଲା।

ଏହି ଅଭିଯୋଗ ଆସିବା ପରେ ଆର୍‌ଏସ୍‌ଏସ୍‌ ଉପରେ ପ୍ରଶ୍ନ ଉଠିଥିଲା। ପରେ ସଂଘ ନିଜକୁ ଏହି ପତ୍ରିକାଠାରୁ ଭିନ୍ନ କରିଦେଇଥିଲା। ‘ପଞ୍ଚଜନ୍ୟ’ ଆର୍‌ଏସ୍‌ଏସ୍‌ର ପତ୍ରିକା ନୁହେଁ ବୋଲି ଆର୍‌ଏସ୍‌ଏସ୍‌ର ଜଣେ କାର୍ଯ୍ୟକର୍ତ୍ତା କହିଥିଲେ।

The post ‘ଆମାଜନ୍‌ ହେଉଛି ଇଷ୍ଟ ଇଣ୍ଡିଆ କମ୍ପାନୀ ୨.୦’ appeared first on Odisha Reporter.



from Odisha Reporter https://ift.tt/3kKxF1j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages