ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ଗୋକର୍ଣ୍ଣପୁର ଗାଁ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ତମାଳ ବିନ୍ଧାଣୀ ଓ ଚିନାରୀ ବାଙ୍ଗାରୀ ପାତ୍ର। ତମାଳଙ୍କୁ ୫୦ ବର୍ଷ ହୋଇଥିଲା। ବାଙ୍ଗାରୀ ପାତ୍ରଙ୍କୁ ୬୦ବର୍ଷ ହୋଇଥିଲା।
ଦୁର୍ଘଟଣା ପରେ ଗ୍ରାମବାସୀମାନେ ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଉଭୟ ପଟୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ମୃତ ମହିଳାଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ କରିବା ସହ ଅଜଣା ଗାଡିକୁ ଚିହ୍ନଟ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଦିଗପହଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ତମାଳ ଓ ଚିନାରୀ ଗାଁ ନିକଟ ଏକ ନାଳକୁ ଶୌଚ ପାଇଁ ଯାଉଥିଲେ। ସେହି ସମୟରେ ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଗାଡ଼ି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା।
The post ପିଟିଦେଇ ପଳାଇଲା ଅଜଣା ଗାଡ଼ି, ଚାଲିଗଲା ୨ ଜୀବନ appeared first on Odisha Reporter.
from Odisha Reporter https://ift.tt/2YUlPsT
No comments:
Post a Comment