ଅମେରିକାରୁ ୧୫୭ଟି ପ୍ରାଚୀନ କଳାକୃତି ଧରି ବାହୁଡିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

ଅମେରିକାରୁ ୧୫୭ଟି ପ୍ରାଚୀନ କଳାକୃତି ଧରି ବାହୁଡିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଶେଷ ହୋଇଛି। ଆମେରିକାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମୋଦି ସ୍ୱେଦଶ ଫେରୁଛନ୍ତି। ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ସମ୍ବୋଧନ କରିବା ପରେ ମୋଦି ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତେବେ ସେ ଭାରତ ଆସିବେ ବେଳେ ସାଙ୍ଗରେ ୧୫୭ଟି ହଜାର ବର୍ଷ ପୁରୁଣା ପ୍ରାଚୀନ କଳାକୃତି ନେଇ ଆସିଛନ୍ତି। ଏହି କଳାକୃତି ଗୁଡ଼ିକୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମୋଦିଙ୍କୁ ଉପହାର ସ୍ୱରୁପ ଭେଟି ଦେଇଛି।

ଏହି ପ୍ରାଚୀନ ସାମଗ୍ରୀଗୁଡ଼ିକୁ ଭାରତକୁ ‌ଫେରାଇ ଦିଆଯାଇଥିବାରୁ ମୋଦି ଯୁକ୍ତରାଷ୍ଟ୍ର ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି। ୧୫୭ଟି ହସ୍ତଶିଳ୍ପ ସାମଗ୍ରୀ ମଧ୍ୟରେ ୧୦ମ ଶତାବ୍ଦୀର ଗୋଟାଏ ୧.୫ ମିଟର୍‌ବିଶିଷ୍ଟ ବାଲିଆ ବା କନ୍ଦା ପଥର ପଟରେ ଖୋଦିତ ରେବାନ୍ତ କଳାକୃତି, ଦ୍ୱାଦଶ ଶତାବ୍ଦୀର ୮.୫ ସେଣ୍ଟିମିଟର୍‌ ଉଚ୍ଚତାବିଶିଷ୍ଟ ଗୋଟାଏ କାଂସ୍ୟ ନିର୍ମିତ ଚମତ୍କାର ନଟରାଜ ମୂର୍ତ୍ତି ରହିଛି।

ପ୍ରଧାନମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇଥିବା କଳାକୃତି ଗୁଡ଼ିକ ବିଶେଷକରି, ୧୧ଶ ଓ ୧୪ଶ ଶତାବ୍ଦୀରେ ନିର୍ମିତ। ଏହାଛଡ଼ା, ଐତିହାସିକ ଗୁରୁତ୍ୱ ବହନ କରୁଥିବା ଖ୍ରୀଷ୍ଟପୂର୍ବ ୨୦୦୦ର ମାନବୀୟ ବୈଶିଷ୍ଟ୍ୟ ଥିବା ତମ୍ବାର ପ୍ରାଚୀନ ସାମଗ୍ରୀ ଏବଂ ୨ୟ ଶତାବ୍ଦୀରେ ନିର୍ମିତ ପୋଡ଼ାମାଟିର ଫୁଲଦାନି ମଧ୍ୟ ଏଥିରେ ରହିଛି।

ଧାତୁ, ପ୍ରସ୍ତର ଏବଂ ପୋଡ଼ାମାଟିରେ ନିର୍ମିତ ଉପରୋକ୍ତ ୧୫୭ଟି ପ୍ରାଚୀନ ସାମଗ୍ରୀରୁ ୭୧ଟି ସାଂସ୍କୃତିକ, ୬୦ଟି ହିନ୍ଦୁ, ୧୬ଟି ବୌଦ୍ଧ ଏବଂ ୯ଟି ଜୈନ ଧର୍ମ ଆଧାରିତ କଳାକୃତି। ସମୁଦାୟ ସାମଗ୍ରୀ ମଧ୍ୟରୁ ପ୍ରାୟ ୪୫ଟି ହେଉଛି ଖ୍ରୀଷ୍ଟପୂର୍ବ ଅମଳର।

କାଂସ୍ୟ ହସ୍ତଶିଳ୍ପ ମଧ୍ୟରେ ରହିଛି ଲକ୍ଷ୍ମୀନାରାୟଣ, ବୁଦ୍ଧ, ବିଷ୍ଣୁ, ଶିବପାର୍ବତୀ ଏବଂ ୨୪ ଜୈନ ତୀର୍ଥଙ୍କରଙ୍କ ପ୍ରତିମା। ଏହାଛଡ଼ା, ଏଥିରେ ବ୍ରାହ୍ମିଆ ଏବଂ ନନ୍ଦିକେଶ, ୫୬ଟି ଟେରାକୋଟା ଖଣ୍ଡ ଆଦି ଏବଂ ବହୁ ଅଚିହ୍ନା ଦେବାଦେବୀ ମୂର୍ତ୍ତି ମଧ୍ୟ ରହିଛି।

ଏହି ପ୍ରାଚୀନ କଳାକୃତି ସବୁ ତାମିଲନାଡୁ, ମଧ୍ୟପ୍ରଦେଶ, ଜମ୍ମୁ ଓ କଶ୍ମୀର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ବିହାର ଆଦି ରାଜ୍ୟରୁ ଚୋରି ହୋଇ ବିଦେଶକୁ ଚାଲାଣ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତ କାଳରେ ବଡ଼ ବଡ଼ ବ୍ୟବସାୟ ପ୍ରତିନିଧିମାନଙ୍କୁ ଭେଟିଥିଲେ। ସେ ୱାଶିଂଟନ ଡିସିରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ। ସେହିପରି ଗସ୍ତ ଆରମ୍ଭରେ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହିତ କଥା ହୋଇଥିଲେ।

ପ୍ରଧାନମନ୍ତ୍ରୀ କ୍ୱାର୍ଡ ସମ୍ମିଳନୀକୁ ମଧ୍ୟ ସମ୍ବୋଧନ କରିଥିଲେ। ସେ ଅଷ୍ଟ୍ରେଲିଆ ଓ ଜାପାନ ସମକକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରିଥିଲେ। ତେବେ ବୈଠକର ମୁଖ୍ୟ ଏଜେଣ୍ଡା ଥିଲା ଆଫଗାନିସ୍ତାନ ଏବଂ ସେଠାକାର ତାଲିବାନୀ ସରକାର। ଆଫଗାନିସ୍ତାନ ସହିତ ଜଡ଼ିତ ଅନେକ ପ୍ରସଙ୍ଗ ଉପରେ ରାୟ ରଖାଯାଇଛି ଏବଂ ଭବିଷ୍ୟତର ଉଦ୍ଦେଶ୍ୟରେ ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ତାଲିବାନ ବ୍ୟତୀତ ଚୀନ ବିପକ୍ଷରେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

The post ଅମେରିକାରୁ ୧୫୭ଟି ପ୍ରାଚୀନ କଳାକୃତି ଧରି ବାହୁଡିଲେ ମୋଦି appeared first on Odisha Reporter.



from Odisha Reporter https://ift.tt/2WbTLAf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages