ଓଲଟିଲା ଯାତ୍ରୀବାହୀ ଟ୍ରେନ୍‌, ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

ଓଲଟିଲା ଯାତ୍ରୀବାହୀ ଟ୍ରେନ୍‌, ୩ ମୃତ

ୱାଶିଂଟନ: ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା। ଓଲଟିଲା ଯାତ୍ରୀବାହୀ ଟ୍ରେନ୍‌। ଆମେରିକାରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଡିରେଲ୍‌ ହୋଇ ଓଲଟିଯାଇଛି। ଆମେରିକାର ନର୍ଥ ସେଣ୍ଟ୍ରାଲ ମୋନଟାନା ସହରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ହୋଇଥିବା ନେଇ ସୂଚନା ମିଳିଛି।

ରେଳ ବିଭାଗ ଦେଇଥିବା ସୂଚନା ମୁତାବକ, ଉକ୍ତ ଟ୍ରେନ୍‌ରେ ପ୍ରାୟ ୧୪୭ଜଣ ଯାତ୍ରୀ ଥିଲେ ଏବଂ ୧୩ ଜଣ କ୍ରୁ ମେମ୍ବର ଥିଲେ। ଶନିବାର ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ‘ଏମ୍ପାୟର ବିଲ୍ଡରକ୍’ ନାମକ ଏହି ଟ୍ରେନ୍‌ଟି ଶନିବାର ପ୍ରାୟ ଅପରାହ୍ଣ ୪ଟା ବେଳେ ଜାପଲିନ୍‌ ନିକଟରେ ଡିରେଲ୍‌ ହୋଇଥିଲା। ଏହାର ପ୍ରାୟ ୫ଟି ଗବି ଓଲଟି ପଡିଥିବା ସୂଚନା ମିଳିଛି। ବର୍ତ୍ତମାନ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେବି ଅନେକ ଲୋକେ ଟ୍ରେନ୍‌ ଭିତରେ ଫଶି ରହିଥିବା ଜଣାପଡିଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

୨୦୧୭ରେ ଏଭଳି ହିଁ ଏକ ଦୁର୍ଘଟଣା ଘଟିଥିଲା। ସିଏଟଲ ସହରର ୬୪ କିଲୋମିଟ ଦୂରରେ ଏକ ଆମଟ୍ରେକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାତ୍ରୀବାହୀ ଟ୍ରେନ୍‌ଟି ଡିରେଲ୍‌ ହୋଇ ରାସ୍ତା ଉପରେ ଯାଉଥିବା କାର୍‌ ସହ ବାଡେଇ ହୋଇଥିଲା। ଏଥିରେ ୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

ସୂଚନା ମୁତାବକ, ଆମଟ୍ରେକ ଟ୍ରେନ୍‌ ହେଉଛି ଆମେରିକାର ସବୁଠାରୁ ହାଇସ୍ପିଡ୍‌ ଟ୍ରେନ୍‌ ମଧ୍ୟରୁ ଗୋଟିଏ। ଏହି ୪୮ ମିନିଟ୍‌ ଭିତରେ ୧୦୦ କିଲୋମିଟର ରାସ୍ତା ପାର୍‌ କରିପାରେ।

The post ଓଲଟିଲା ଯାତ୍ରୀବାହୀ ଟ୍ରେନ୍‌, ୩ ମୃତ appeared first on Odisha Reporter.



from Odisha Reporter https://ift.tt/3udrG8b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages