ମୁମ୍ବାଇ: ମରାଠୀ ଓ ହିନ୍ଦୀ ଫିଲ୍କରେ ଅଭିନୟ କରୁଥିବା ଅଭିନେତ୍ରୀ ଈଶ୍ୱରୀ ଦେଶପାଣ୍ଡେଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ତାଙ୍କ ବନ୍ଧୁ ଶୁଭମ ଦାଗେଙ୍କ ସହ କାରରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗୋଆରେ ଘଟିଥିବା ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୨୫ ବର୍ଷୀୟ ଅଭିନେତ୍ରୀ ଈଶ୍ୱରୀ ଓ ତାଙ୍କ ବନ୍ଧୁ ଶୁଭମଙ୍କ ଜୀବନ ଚାଲି ଯାଇଥିଲା।
ମିଡିଆ ରିପୋର୍ଟ ଅନୁଯାୟୀ, ଈଶ୍ୱରୀ ଓ ଶୁଭମ କୌଣସି କାମ ସାରି କାର୍ରେ ଫେରୁଥିଲେ। ବୁଧବାର ପ୍ରାୟ ଭୋର ୫.୩୦ରେ ସେମାନଙ୍କ କାର ବାରଦେଜ ତାଲୁକା ଅନ୍ତର୍ଗତ ଅରପୋରା ଠାରେ ଥିବା ବାଗ ହ୍ରଦରେ ଖସି ପଡ଼ିଥିଲା। ସେମାନେ କାର୍ରୁ ବାହାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କାର୍ଟି ସେଣ୍ଟ୍ରାଲ ଲକ୍ ହୋଇ ଯାଇଥିବାରୁ ସେମାନେ ଏହା ମଧ୍ୟରେ ଫସି ଯାଇଥିଲେ। ଫଳରେ ପାଣିରେ ବୁଡ଼ି ଉଭୟଙ୍କ ମୃତ୍ୟୁ ଘଟିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଈଶ୍ୱରୀ ଓ ଶୁଭମ ଆସନ୍ତା ମାସରେ ନିର୍ବନ୍ଧ କରିଥାଆନ୍ତେ। ଏହାପୂର୍ବରୁ ସେମାନେ ଗୋଆ ବୁଲିବା ପାଇଁ ସେପ୍ଟେମ୍ବର ୧୫ରେ ଆସିଥିଲେ। ଅଭିନେତ୍ରୀ ଈଶ୍ୱରୀ ଅଭିନୟ କରିଥିବା ଉଭୟ ମରାଠୀ ଓ ହିନ୍ଦୀ ଏଯାଏ ରିଲିଜ୍ ହୋଇନି। ଖୁବଶୀଘ୍ର ଫିଲ୍ମ ଗୁଡ଼ିକ ରିଲିଜ୍ ହେବାକୁ ଥିବା ବେଳେ ଏପରି ଘଟଣା ଘଟିଛି।
ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଦୁର୍ଘଟଣା ବେଳେ ଶୁଭମ କାର୍ ଚଳାଉଥିଲେ। ସେ ହଠାତ୍ କାର୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ସିଧା ନିକଟସ୍ଥ ହ୍ରଦରେ ଖସି ପଡ଼ିଥିଲା। ସକାଳ ପ୍ରାୟ ୭ଟା ବେଳେ ଅଗ୍ନିଶମ ବାହିନୀ ଖବର ପାଇ ପାଣି ମଧ୍ୟରୁ କାରଟିକୁ ଉଦ୍ଧାର କରିଥିଲା। ତା’ ଭିତରୁ ଈଶ୍ୱରୀ ଓ ଶୁଭମଙ୍କ ମୃତଦେହ ମିଳିଥିଲା।
The post କାର୍ ଦୁର୍ଘଟଣାରେ ଅଭିନେତ୍ରୀ ଈଶ୍ୱରୀଙ୍କ ମୃତ୍ୟୁ, ବନ୍ଧୁଙ୍କ ସହ କାର୍ରେ ଯାଉଥିଲେ appeared first on Odisha Reporter.
from Odisha Reporter https://ift.tt/2XPSEan
No comments:
Post a Comment