ବାଲୁଗାଁ(ଶକ୍ତିପ୍ରସାଦ ମହାପାତ୍ର): ଶାଳିଆ ନଦୀକୁ ଗାଧୋଇବାକୁ ଯାଇ ଗତ ୩ ଦିନ ହେଲା ନିଖୋଜ ଥିବା ଚରଣ ବେହେରାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ଚରଣ ବେହେରାଙ୍କ ଘର ବାଣପୁର ଥାନା ମାଣିକପୁର ଗାଁରେ ।
ସୂଚନାଯୋଗ୍ୟ, ଗତ ୨୦ ତାରିଖ ସକାଳେ ଚରଣ ଶାଳିଆ ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ଏହାପରେ ପରିବାର ଲୋକ ତାଙ୍କ ପତ୍ତା ପାଇ ନ ଥିଲେ। ବାଣପୁର ଓ ବାଲୁଗାଁ ଦମକଳ ବାହିନୀ ବହୁ ଖୋଜାଖୋଜି କରିବା ପରେ ବି ଚରଣଙ୍କ ପତ୍ତା ପାଇପାରି ନ ଥିଲେ।
ଆଜି ସକାଳୁ ପୁଣି ଥରେ ଦମକଳ ବାହିନୀ ଖୋଜିଖୋଜି ଆରମ୍ଭ କରିଥିବା ବେଳେ ସ୍ଥାନୀୟ ବରସାହୀ ନିକଟରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।
The post ନିଖୋଜ ହେବାର ୩ ଦିନ ପରେ ମିଳିଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/3zvNT2k
No comments:
Post a Comment