ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡ଼ିଘାଇ ଗାଁ ଠାକୁରାଣୀ ମନ୍ଦିର ନିକଟରେ ରାତିରେ ଶୋଇଥିଲା ବେଳେ ଜଣେ ବ୍ୟକ୍ତିଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିନାୟକ ପ୍ରଧାନ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିନାୟକଙ୍କ ମୃତଦେହ ନିକଟର ରକ୍ତରେ ‘Next Target’ ଲେଖା ହୋଇଛି। ‘Next Target’ ପରେ ଇଂରାଜୀରେ ଆଉ ଦୁଇଟି ଶବ୍ଦ ମଧ୍ୟ ଲେଖାଯାଇଛି। ସେ ଦୁଇଟି ଶବ୍ଦ କ’ଣ ଲେଖାଯାଇଛି, ତାହା ସ୍ପଷ୍ଟ ଭାବେ ଜଣାପଡ଼ୁନି। ତେବେ ତାହା କୌଣସି ବ୍ୟକ୍ତିଙ୍କ ନାଁ ବୋଲି ଅନୁମାନ କରାଯାଉଛି। ପୁଲିସ୍ ଏବେ ଘଟଣାର ତଦନ୍ତ କରୁଥିବା ବେଳେ ଏନେଇ କିଛି ସ୍ପଷ୍ଟ କରିନାହିଁ।
ମିଳିଥିବା ସୂଚନା ଅନୁସାରେ, ବିନାୟକଙ୍କ ଘର ଗ୍ରାମ ଠାକୁରାଣୀ ମନ୍ଦିର ନିକଟରେ। ସେ ସବୁବେଳେ ଠାକୁରାଣୀ ମନ୍ଦିର ପାଖରେ ଶୋଇଥା’ନ୍ତି। ଗତକାଲି ସେ ଠାକୁରାଣୀ ମନ୍ଦିରରେ ଶୋଇଥିଲା ବେଳେ ତାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ବିନାୟକଙ୍କ ମୃତଦେହ ଠାକୁରାଣୀ ମନ୍ଦିର ନିକଟରେ ପଡ଼ିଥିବା ଗ୍ରାମବାସୀ ଆଜି ସକାଳେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍ ଆସି ଯାଞ୍ଚ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି।
The post ଯୁବକଙ୍କୁ ପଥରରେ ଛେଚି ହତ୍ୟା, ମୃତଦେହ ପାଖରେ ରକ୍ତରେ ଲେଖାଯାଇଛି ‘Next Target….’ appeared first on Odisha Reporter.
from Odisha Reporter https://ift.tt/2XGncLB
No comments:
Post a Comment