ଦୂତୀଙ୍କୁ ଆକ୍ଷେପ କରିବା ଘଟଣା: କାଲି ୱେବ ଚ୍ୟାନେଲର ସମ୍ପାଦକ, ଆଜି ଗିରଫ ହେଲେ ରିପୋର୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 4, 2021

ଦୂତୀଙ୍କୁ ଆକ୍ଷେପ କରିବା ଘଟଣା: କାଲି ୱେବ ଚ୍ୟାନେଲର ସମ୍ପାଦକ, ଆଜି ଗିରଫ ହେଲେ ରିପୋର୍ଟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି ମାନସିକ ନିର୍ଯାତନା ଦେଉଥିବା ନେଇ  ଅଲିମ୍ପିଆନ୍ ଦୂତୀ ଚାନ୍ଦ ଏକ ୱେବ  ଚ୍ୟାନେଲ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ଏହି ଅଭିଯୋଗ କ୍ରମେ ଗତକାଲି ପୁଲିସ୍‌  ଉକ୍ତ ୱେବ୍‌ ଚ୍ୟାନେଲର ସଂପାଦକଙ୍କୁ  ଗିରଫ କରିଥିବା ବେଳେ ଆଜି ଉକ୍ତ ଚ୍ୟାନେଲର ଜଣେ ରିପୋର୍ଟରଙ୍କୁ ଗିରଫ କରିଛି। ଗତକାଲି  ୱେବ  ଚ୍ୟାନେଲର ସମ୍ପାଦକ  ସୁଧାଂଶୁ ଶେଖର ରାଉତ ଗିରଫ ହୋଇଥିବା ବେଳେ ଆଜି ଗିରଫ ରିପୋର୍ଟର ହେଉଛନ୍ତି ସ୍ମୃତିରଂଜନ ବେହେରା । ଉଭୟଙ୍କ ଗିରଫଦାରୀ ନେଇ ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ,  ଦୂତୀ ଚାନ୍ଦଙ୍କ ଏତଲା କ୍ରମେ ଗତକାଲି ଏକ ୱେବ୍‌ ଚ୍ୟାନେଲର ସଂପାଦକ ସୁଧାଂଶୁ ଶେଖର ରାଉତଙ୍କୁ ତାଙ୍କ ଝାରପଡ଼ା ସ୍ଥିତ ଅଫିସ୍‌ରୁ ଉଠାଇ ନେଇଥିଲା ପୁଲିସ୍‌।  ସୁଧାଂଶୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଇଥିବା ବେଳେ ପରେ ତାଙ୍କୁ ଗିରଫ କରାଯାଇଥିଲା। ଏଥିସହ ତାଙ୍କ ଅଫିସରୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ କିଛି ଜିନିଷ ଜବତ କରାଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ  ସୂଚନା ଦେଇଥିଲେ। ଏହି ଘଟଣାରେ ଆଜି ଉକ୍ତ ଚ୍ୟାନେଲର  ରିପୋର୍ଟର ସ୍ମୃତିରଂଜନ ବେହେରାଙ୍କୁ ଗିରଫ କରାଯାଇଛି।

ଦୂତୀ ଅଭିଯୋଗ କରିଥିଲେ ଯେ ,ସେ ପରିଶ୍ରମ କରି ଯେଉଁ  ମାନ-ସମ୍ମାନ ଅର୍ଜନ କରିଛନ୍ତି, ତାକୁ କେତେକ କୁଚକ୍ରି ଗୋଷ୍ଠୀ ନଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି। ସୁଧାଂଶୁ ଶେଖର ରାଉତ ପ୍ରତି ମୁହୂର୍ତ୍ତରେ ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇ ତାଙ୍କ ବିରୋଧରେ ବିବାଦୀୟ ଖବର ପରିବେଷଣ କରୁଛନ୍ତି।

ସେ ଆହୁରି କହିଛନ୍ତି ଯେ ଟୋକିଓରେ ଖେଳ ଉପରେ ଫୋକ୍‌ସ କରୁଥିବା ବେଳେ ସୁଧାଂଶୁ ଶେଖର ରାଉତ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ବ୍ଲାକ୍‌ମେଲିଂ କରୁଥିଲେ।

ସୁଧାଂଶୁଙ୍କ ସହିତ ସେ ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ମଧ୍ୟ ମହିଳା ଥାନାରେ ଏତଲା ଦେଇଛନ୍ତି। ଉଭୟ ସୁଧାଂଶୁ ଓ ପ୍ରଦୀପଙ୍କ ବିରୋଧରେ ସେ କୋର୍ଟରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି।

ଗତକାଲି ସୁଧାଂଶୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ କହିଥିଲେ, ଦୂତୀ ଅଲମ୍ପିକ୍ସରେ ହାରିବା ପରେ ତାଙ୍କ ଭଉଣୀ ପ୍ରତିକ୍ରିୟା ଦେଇଥିଲେ। ତାକୁ ନେଇ ଆମେ ଖବର ପ୍ରସାରଣ କରିଥିଲୁ। ଏକ ଦାୟିତ୍ୱବାନ ୱେବ୍‌ ଚ୍ୟାନେଲ୍ ହିସାବରେ ଆମେ ତାଙ୍କ ପ୍ରତିକ୍ରିୟା ଚାହିଁଥିଲୁ। କିନ୍ତୁ ପ୍ରତିକ୍ରିୟା ବଦଳରେ ସେ ଏକ ଲକ୍ଷ ଟଙ୍କା ଚାନ୍ଦା ମାଗିବାର ସାଙ୍ଘାତି ଅଭିଯୋଗ ଲଗାଇଲେ।

ସେହିପରି ପ୍ରଦୀପ ପ୍ରଧାନ କହିଥିଲେ ଯେ ସେ ଦୂତୀଙ୍କ ବିରୋଧରେ ସେମିତି କିଛି ମାନହାନି ସୂଚନକ ମନ୍ତବ୍ୟ ଦେଇ ନାହାନ୍ତି। କେବଳ ଅଲିମ୍ପିକ୍ସରେ ତାଙ୍କର ପ୍ରଦର୍ଶନ ଭଲ ହୋଇନଥିବାରୁ ସୋଶାଲ୍‌ ମିଡିଆ ଆଲୋଚନା କରିଥିଲେ। ଏନେଇ ବହୁ ଲୋକ ବହୁ କମେଣ୍ଟ ଦେଇଥିଲେ। ଆଉ ମୁଁ ମଧ୍ୟ ଦେଇଥିଲି ବୋଲି ସେ କହିଥିଲେ।

 

The post ଦୂତୀଙ୍କୁ ଆକ୍ଷେପ କରିବା ଘଟଣା: କାଲି ୱେବ ଚ୍ୟାନେଲର ସମ୍ପାଦକ, ଆଜି ଗିରଫ ହେଲେ ରିପୋର୍ଟର appeared first on Odisha Reporter.



from Odisha Reporter https://ift.tt/3jJ3TcX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages