କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ଲୁକ୍‌ଆଉଟ୍‌ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 9, 2021

କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ଲୁକ୍‌ଆଉଟ୍‌ ନୋଟିସ୍‌

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ପୁଣି ଝଟ୍‌କା। ତାଙ୍କ ପତ୍ନୀ ଏବଂ ପୁଅଙ୍କ ନାଁରେ ଜାରି ହୋଇଛି ଲୁକଆଉଟ୍‌ ନୋଟିସ। ପୁଣେ ପୁଲିସ ଗୁରୁବାର ଏହି ଲୁକ୍‌ଆଉଟ୍‌ ନୋଟିସ ଜାରି କରିଛି। ପତ୍ନୀ ଏବଂ ବିଧାୟକ ପୁଅ ନାଁରେ ୬୫ କୋଟି ଟଙ୍କାର ଋଣ ନସୁଝିବା ଅଭିଯୋଗ ରହିଛି। ଏହି ନୋଟିସ୍‌ ଜାରି ହେବା ପରେ ସେମାନେ ଦେଶ ଛାଡ଼ି ଯାଇପାରିବେ ନାହିଁ।

ପୁଲିସ ଅଧିକାରୀ ଶ୍ରୀନିବାସ ଖଡ଼ଗେ କହିଛନ୍ତି, ନୀଲମ ରାଣେ ଏବଂ ନୀତେଶ ରାଣେଙ୍କ ବିରୋଧରେ ୩ ସେପ୍ଟେମ୍ବରରେ ଲୁକଆଉଟ୍‌ ନୋଟିସ ଜାରି ହୋଇଛି।

ପତ୍ନୀ ନୀଲମ ରାଣେଙ୍କ ଅଧିନରେ ଥିବା କମ୍ପାନୀ ଆର୍ଟଲାଇନ୍‌ ପ୍ରପର୍ଟିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଡିଏଚଏଫଏଲ୍‌ରୁ ୨୫ କୋଟି ଟଙ୍କା ଋଣ ନେଇଥିଲା। ଏବେ କମ୍ପାନୀ ଉପରେ ୨୭.୧୩ କୋଟି ଟଙ୍କା ଋଣ ରହିଛି।

ପୁଣେ ପୁଲିସ ଗୁରୁବାର ଏହି ଲୁକ୍ଆଉଟ୍ ନୋଟିସ ଜାରି କରିଛି।

ସେହିଭଳି ନାରାୟଣଙ୍କ ପୁଅ ନୀତେଶଙ୍କ କମ୍ପାନୀ ନୀଲମ ହୋଟେଲ ଉପରେ ୩୪ କୋଟି ଟଙ୍କା ଋଣ ରହିଛି। ଦୁଇ କମ୍ପାନୀର ବ୍ୟାଙ୍କ ଖାତାକୁ ଏନପିଏରେ ଅନ୍ତର୍ଭୁକ୍ତ କରାଯିବା ପରେ ଋଣ ଦେଇଥିବା କମ୍ପାନୀ କେନ୍ଦ୍ରକୁ ସୂଚନା ଦେଇଥିଲା।

ଏହା ପରେ କେନ୍ଦ୍ର ଏନେଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହାକୁ ନେଇ ସେମାନଙ୍କ ବିରୋଧରେ ଲୁକଆଉଟ୍‌ ନୋଟିସ ଜାରି କରାଯାଇଥିବା ସେ କହିଛନ୍ତି।

ନିକଟରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ନଜର ଏକ ବିବାଦୀୟ ବୟାନ ପାଇଁ ଗିରଫ ହୋଇଥିଲେ। ସେ ସର୍ବସମ୍ମୁଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବେ ବୋଲି କହିଥିଲେ।

The post କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ଲୁକ୍‌ଆଉଟ୍‌ ନୋଟିସ୍‌ appeared first on Odisha Reporter.



from Odisha Reporter https://ift.tt/3l3TgRi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages