ପ୍ରପର୍ଟି ଡିଲରଙ୍କୁ ପିଟି ପିଟି ମାରିଛି ପୁଲିସ ! ଆସିଲା ପୋର୍ଷ୍ଟ ମର୍ଟମ ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 30, 2021

ପ୍ରପର୍ଟି ଡିଲରଙ୍କୁ ପିଟି ପିଟି ମାରିଛି ପୁଲିସ ! ଆସିଲା ପୋର୍ଷ୍ଟ ମର୍ଟମ ରିପୋର୍ଟ

କାନପୁର: କାନପୁର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ମୃତ୍ୟୁ ଘଟଣାରେ ୬ ଜଣ ପୁଲିସ ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ସମ୍ପୃକ୍ତ ବ୍ୟବସାୟୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ଶରୀରେ ୪ଟି ଜାଗାରେ ଗୁରୁତର ଆଘାତ ଚିହ୍ନ ଥିବା ଜଣାଯାଇଛି। ତାଙ୍କ ଡାହାଣ ହାତ, ଗୋଡ, ମୁଣ୍ଡର ମଧ୍ୟଭାଗ ଏବଂ ଆଖିପତା ଉପରେ ଭୀଷଣ ମାଡ଼ ହୋଇଥିବା  ରିପୋର୍ଟ  ଆସିଛି। ପୁଲିସ ହିଁ ପିଟି ପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ରାମଗରଥାଲ ପୁଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସରଙ୍କ ସମେତ ୬ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ସମ୍ପୃକ୍ତ ୬ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି।

ଘଟଣାରେ ଏଡିଜି / ଡିଆଇଜି ଓ  ଗୋରଖପୁର ଏସଏସପିଙ୍କୁ  ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ  ଟ୍ୱିଟ୍‌ କରାଯାଇଛି। ମଙ୍ଗଳବାର ଗୋରଖପୁରର ଏକ ହୋଟେଲରେ ୩୮ ବର୍ଷୀୟ ପ୍ରପର୍ଟି ଡିଲର  ମନୀଷ ଗୁପ୍ତାଙ୍କର ରହସ୍ୟ ଜନକ ମୃତ୍ୟୁ ଘଟିଥିଲା । ସେ ହୋଟେଲରେ ଦୁଇ ସାଙ୍ଗଙ୍କ ସହ ରହୁଥିଲେ। ତେବେ ଅତ୍ୟଧିକ ମଦ୍ୟପାନ କରି ତଳେ ପଡ଼ିଯିବା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ପୁଲିସ ପୂର୍ବରୁ ଦାବି କରିଥିଲା। ତାଙ୍କୁ ତୁରନ୍ତ BRD ମେଡିକାଲ କଲେଜକୁ ନିଆଯାଇଥିଲା।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ​​ବୋଲି ପୁଲିସ କହିଥିଲା । ପୁଲିସ କହିବା ଅନୁଯାୟୀ, ହୋଟେଲରେ କିଛି ସନ୍ଦିଗ୍ଧ  ବ୍ୟକ୍ତି ରହୁଥିବା ସୁରାଗ ପାଇ ରେଡ୍‌ କରାଯାଇଥିଲା।  ସୋମବାର ରାତିରେ ପୁଲିସ୍‌ ଯେତେବେଳେ ଗୋରଖପୁର ସ୍ଥିତ ଗୋଟିଏ ହୋଟେଲରେ ରେଡ୍‌ କରୁଥିଲା ସେତେବେଳେ ମନୀଷ ଓ ତାଙ୍କର ଦୁଇ ଜଣ ବନ୍ଧୁ ସେଠାରେ ଥିଲେ।

ମନୀଷଙ୍କ ସହ ସେମାନଙ୍କର ବ୍ୟବସାୟିକ ସମ୍ପର୍କ ଥିବା ବେଳେ ସେମାନେ ସମସ୍ତେ ଆଉ ଜଣେ ବନ୍ଧୁଙ୍କୁ ଭେଟିବାକୁ ଗୋରଖପୁର ଆସିଥିଲେ। ଅନ୍ୟପଟେ  ମନୀଷଙ୍କ ସହ ହୋଟେଲ ରୁମରେ ଥିବା ହରବୀର ସିଂହ କହିଛନ୍ତି ଯେ, “ଆମେ ୩ ବନ୍ଧୁ ହୋଟେଲ ରୁମରେ ଶୋଇଥିଲୁ। ପ୍ରାୟ ରାତି ୧୨.୩୦ରେ କବାଟ ଖୋଲିବାକୁ ବେଲ ବାଜିଥିଲା। ମୁଁ ନିଜେ କବାଟ ଖୋଲିଥିଲି। ଏହି ସମୟରେ ୫ରୁ ୭ ଜଣ ପୁଲିସ୍‌ ଅଧିକାରୀ ଓ ହୋଟେଲର ଜଣେ କର୍ମଚାରୀ ସେଠାରେ ରହିଥିଲେ। ସେମାନେ ଆମ ରୁମ ଭିତରକୁ ଆସି ପରିଚୟପତ୍ର ମାଗିଥିଲେ। ମୁଁ ପରିଚୟପତ୍ର ମଧ୍ୟ ଦେଖାଇଥିଲି। ଏହାପରେ ମୁଁ ମନୀଷଙ୍କୁ ନିଦରୁ ଉଠାଇଥିଲି। ସେ ନିଦରୁ ଉଠି ପୁଲିସ୍‌କୁ କାହିଁକି ରାତି ଅଧରେ ଆମକୁ ହଇରାଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାଶୁଣି ପୁଲିସ୍‌ ପକ୍ଷରୁ ଆମକୁ ଧମକ ଦିଆଯାଇଥିଲା।

ପୁଲିସ୍‌ ଅଧିକାରୀମାନେ ମଦ ପିଇଥିଲେ। ମୋତେ ଜଣେ ପୁଲିସ୍‌ କର୍ମଚାରୀ ଚାପୁଡ଼ା ମଧ୍ୟ ମାରିଥିଲେ। କିଛି ପୁଲିସ୍‌ କର୍ମଚାରୀଙ୍କ ପାଖରେ ବନ୍ଧୁକ ରହିଥିଲା। ମୋତେ ସେମାନେ ରୁମରୁ ବାହାର କରିବା ସହ ମନୀଷଙ୍କ ସହ ଯୁକ୍ତିତର୍କ କରିଥିଲେ। କିଛି ସମୟରେ ମନୀଷଙ୍କୁ ରୁମରୁ ବାହାରକୁ ନିଆଯାଇଥିଲା। ଏହି ସମୟରେ ତାଙ୍କ ମୁହଁ ଓ ରୁମ ପୂରା ରକ୍ତାକ୍ତ ହୋଇ ଯାଇଥିଲା। ତେବେ ମନୀଷଙ୍କୁ ପୁଲିସ ପିଟି  ପିଟି ମାରି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

The post ପ୍ରପର୍ଟି ଡିଲରଙ୍କୁ ପିଟି ପିଟି ମାରିଛି ପୁଲିସ ! ଆସିଲା ପୋର୍ଷ୍ଟ ମର୍ଟମ ରିପୋର୍ଟ appeared first on Odisha Reporter.



from Odisha Reporter https://ift.tt/3F6qk4o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages